ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ
Advertisement
Article Detail0/zeeodisha/odisha2418869

ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ

Vigilance arrested: ସତ୍ୟପ୍ରକାଶ ସ୍ବାଇଁ ୨୦୦୧ ମସିହା ଜୁନ ୫ରେ କୁଚିଣ୍ଡା ସବ ଜେଲରେ ସହକାରୀ ଜେଲରେ ଭାବେ ଯୋଗ ଦେଇଥିଲେ।

ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ

ଭୁବନେଶ୍ଵର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଗିରଫ କରିଛି ପୁଲିସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ। ସତ୍ୟ ପ୍ରକାଶ ସ୍ବାଇଁଙ୍କର ଭୁବନେଶ୍ବର ଝାରପଡ଼ାରେ ତାଙ୍କର ୪ମହଲା କୋଠା ରହିଛି। ୩୩ଶହ ବର୍ଗଫୁଟ ଜମିରେ ଥିବା ଏହି କୋଠାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ। ଭୁବନେଶ୍ବର, ଢେଙ୍କାନାଳ ଓ ବଲାଙ୍ଗିରରୁ ୪ ଟି ପ୍ଲଟ ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ୨୪ ହଜାର ବ୍ୟାଙ୍କ ଡିପୋଜିଟ୍ ମିଳିଛି। ତାଙ୍କର ଅମାପ ସଂପତ୍ତି ଠାବ ହୋଇଛି। ରେଡ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। 

୨୦୦୮ ମସିହାରେ ତାଙ୍କୁ ଜେଲର ପଦକୁ ପଦୋନ୍ନତି ମିଳିଥିଲା। ୨୦୧୭ରେ ସେ କେନ୍ଦୁଝର ଜିଲ୍ଲା ଜେଲର ଅଧୀକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ। ସେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ କାର୍ଯ୍ୟରତ ଥିବା ବେଳେ ହାଇ ପ୍ରୋଫାଇଲ୍ ଚିଟଫଣ୍ଡ ମାମଲାରେ ବିଚାରାଧୀନ କଏଦୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା। ସତ୍ୟପ୍ରକାଶ ସ୍ବାଇଁ ୨୦୦୧ ମସିହା ଜୁନ ୫ରେ କୁଚିଣ୍ଡା ସବ ଜେଲରେ ସହକାରୀ ଜେଲରେ ଭାବେ ଯୋଗ ଦେଇଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା କାରଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା।