Odisha News: ଫାଟକ ବିହୀନ ଡ୍ୟାମରେରେ ଲାଗିବ ଫାଟକ: ବଢ଼ିବ ଜଳସେଚନ ସାମର୍ଥ୍ୟ
Advertisement
Article Detail0/zeeodisha/odisha2463671

Odisha News: ଫାଟକ ବିହୀନ ଡ୍ୟାମରେରେ ଲାଗିବ ଫାଟକ: ବଢ଼ିବ ଜଳସେଚନ ସାମର୍ଥ୍ୟ

Odisha News(ଭୁବନେଶ୍ୱର): ରାଜ୍ୟରେ ଚାଷ ଜମିକୁ ଜଳ ସେଚନ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ସମସ୍ତ ଜଳଭଣ୍ଡାରରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍‌(ଫାଟକ) ଲଗାଇ ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ କରିବା ପାଇଁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରିବାକୁ ଯାଉଛନ୍ତି ।

Odisha News: ଫାଟକ ବିହୀନ ଡ୍ୟାମରେରେ ଲାଗିବ ଫାଟକ: ବଢ଼ିବ ଜଳସେଚନ ସାମର୍ଥ୍ୟ
Odisha News(ଭୁବନେଶ୍ୱର): ରାଜ୍ୟରେ ଚାଷ ଜମିକୁ ଜଳ ସେଚନ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।  ସମସ୍ତ ଜଳଭଣ୍ଡାରରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍‌(ଫାଟକ) ଲଗାଇ ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ କରିବା ପାଇଁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରିବାକୁ ଯାଉଛନ୍ତି । ୨୦୨୪-୨୫ରୁ ୨୦୨୬-୨୭ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବା ନେଇ ବିଭାଗ ପକ୍ଷରୁ ଗତକାଲି ସଂକଳ୍ପ ପତ୍ର ପ୍ରକାଶ ପାଇଛି ।
 
ସଂକଳ୍ପ ପତ୍ର ଅନୁଯାୟୀ ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ଓ ସର୍ବାଧିକ ଜଳସ୍ତର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଜଳର ଅତିରିକ୍ତ ସଂରକ୍ଷଣ କରାଯାଇପାରିବ । ଯାହାକୁ ପାନୀୟ ଜଳ, ସେଚାଞ୍ଚଳର ସ୍ଥିରୀକରଣ, ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି ତଥା ଶିଳ୍ପ ଆବଶ୍ୟକତା ଇତ୍ୟାଦିରେ ବ୍ୟବହୃତ କରିହେବ । ଫାଟକ ସଂଯୋଗୀକରଣ ଯୋଜନା ଦ୍ୱାରା ମୋଟ ୧୯୦୯୭ ହେକ୍ଟର ସେଚାଞ୍ଚଳ ସ୍ଥିରୀକରଣ ହେବାସହିତ ୨୭୫୦ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇପାରିବ । ଏହି ଯୋଜନା ମାଧ୍ୟମରେ ୧୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୪୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପ୍ରାୟତଃ ୧୨୪ ମିଲିୟନ କ୍ୟୁବିକ୍ ମିଟରର ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରାଯିବା ସହ ୧୯୦୯୭ ହେକ୍ଟର ସେଚାଞ୍ଚଳ ସ୍ଥିରୀକରଣ ଓ ୨୭୫୦ ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇପାରିବ । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣ ଦ୍ୱାରା ଜଳାଭାବ ଦୂର ହେବାସହିତ ଜଳର ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ ହେବ ।