weather update: ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ସତର୍କ ସୂଚନା
Advertisement
Article Detail0/zeeodisha/odisha2356290

weather update: ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ସତର୍କ ସୂଚନା

state weather update: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଉପକୂଳ ଅଂଚଳରେ  ଆଗାମୀ ୫ ଦିନ ଯାଏ ରାଜ୍ୟରେ ୧୦ ଜିଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

state weather update

state weather update : ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଉପକୂଳ ଅଂଚଳରେ  ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। କୋରାପୁଟ ସମେତ ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। 

 ଆଜି ୧୦ ଜିଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ, କଟକ ଓ ନୟାଗଡରେ ପ୍ରବଳ ବର୍ଷା ହୋଇପାରେ।ଏଣୁ ଏହି ଜିଲ୍ଲାକୁ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ନନ୍ଦପୁରରେ ୧୪୦ ମିମି ବର୍ଷିଥିବା ବେଳେ ଜୟପୁରରେ ୧୩୦, ଲମତାପୁଟରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ମୟୂରଭଞ୍ଜର ମୋରଡ଼ାରେ ୧୧୦ ମିମି, ବାଲେଶ୍ବର ଭୋଗରାଇରେ ୧୧୦ ମିମି, କଳାହାଣ୍ଡିରେ ୧୧୦ମିମି ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଭବ‌ାନୀପାଟଣାରେ ସର୍ବାଧିକ ୬୦.୮ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୨୮.୪ ମିମି, କୋରାପୁଟରେ ୨୨ମିମି, ରାଉରକେଲାରେ ୧୯ ମିମି, ନୟାଗଡ଼ରେ ୧୫ମିମି, ଟିଟିଲାଗଡ଼ରେ ୧୪.୨, କଟକରେ ୧୨.୮ ମିମି ଓ ଭୁବନେଶ୍ବରରେ ୩.୬ ମିମି ବର୍ଷା ରେକର୍ଡ କରାଯାଇଛି।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ ହେବା ସହ ନଦୀନାଳରେ ଜଳସ୍ତର ବଢ଼ୁଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ରାଜ୍ୟର ଜଳଭଣ୍ଡାରଗୁଡିକ ଉଛୁଳିବାରେ ଲାଗିଛି। ଆଜି(ରବିବାର) ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଏଥିସହ ରାଜ୍ୟରେ ଆହୁରି ୫ଦିନ ବର୍ଷା ହେବାକୁ ଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହୋଇଛି।