ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ହାଇ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2384325

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ହାଇ ଆଲର୍ଟ ଜାରି

Kandhamala: ଘଟଣା ପରେ ଉକ୍ତ ଜଙ୍ଗଲର ଚାରି ପଟୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି।

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ହାଇ ଆଲର୍ଟ ଜାରି

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଜଙ୍ଗଲରେ ଆଜି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। 

ଏହି ଗୁଳି ବିନିମୟ ହେବା ପରେ କିଛି ମାଓବାଦୀ ମୃତ ଓ ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଏପରି ଘଟଣା ପରେ ପରେ ଉକ୍ତ ଜଙ୍ଗଲର ଚାରି ପଟୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ବାଲିଗୁଡା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି। ମାଓବାଦୀ ମାନେ ଏହା ଜାଣିପାରି ପାଙ୍ଗୁରମିଲା ଜଙ୍ଗଲରେ ଆଜି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।