କେନ୍ଦ୍ର ବଜେଟ 2024-25 ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ
Advertisement
Article Detail0/zeeodisha/odisha2350126

କେନ୍ଦ୍ର ବଜେଟ 2024-25 ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ

ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା ୫ କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା ୬୩,୦୦୦ ଗାଁକୁ ଅନ୍ତର୍ଭୁକ୍ତ କରିବ । ଏହାଦ୍ଵାରା ଓଡ଼ିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ ।

କେନ୍ଦ୍ର ବଜେଟ 2024-25 ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ

ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ 2024-25 ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ  ବଜେଟରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଥିବା ଚାରିଟି ପ୍ରମୁଖ ଶ୍ରେଣୀ ଯଥା 'ଗରିବ', 'ମହିଳା', 'ଯୁବବର୍ଗ' ଏବଂ 'ଅନ୍ନଦାତା' (କୃଷକ) ଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ଏହି ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି । କୃଷି କ୍ଷେତ୍ରକୁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କା, ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କୃଷକ ଏବଂ ମହିଳା ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କେନ୍ଦ୍ର ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ ୫ ବର୍ଷରେ ୩ କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଓଡିଶା ଜନସାଧାରଣ ବିଶେଷ ଉପକୃତ ହେବେ । 

ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା ୫ କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା ୬୩,୦୦୦ ଗାଁକୁ ଅନ୍ତର୍ଭୁକ୍ତ କରିବ । ଏହାଦ୍ଵାରା ଓଡ଼ିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ ।
 
ଆଗାମୀ ୫ ବର୍ଷ ମଧ୍ୟରେ ୪ କୋଟି ୧୦ ଲକ୍ଷ ଯୁବକ ଯୁବତୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସୁଯୋଗ ସୃଷ୍ଟି ପାଇଁ ୨ ଲକ୍ଷ କୋଟିର ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଏହାଦ୍ଵାରା ଓଡ଼ିଶାର ଯୁବବର୍ଗ ବିଶେଷ ଭାବରେ ଲାଭବାନ ହେବେ । 

କେନ୍ଦ୍ର ବଜେଟରେ ମୋଟ ୪ ପଞ୍ଜି ବିନିଯୋଗ ୧୧ ଲକ୍ଷ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ଵାରା ଓଡ଼ିଶାକୁ ପ୍ରାୟ ୧ ହଜାର କୋଟି ଟଙ୍କାର  ଅତିରିକ୍ତ ସହାୟତା ମିଳିବ । ଏହା ପ୍ରାକ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଦାବି ଥିଲା । ଏହି ଦାବି ଗ୍ରହଣ କରିଥିବାରୁ, ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି । 

ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ଵତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଆମେ କୃତଜ୍ଞ। ସ୍ଵତନ୍ତ୍ର ପୂର୍ବୋଦୟ ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ ।

Also Read- ବୁଧବାର ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ଦର୍ଶନ ବନ୍ଦ