Rajdhani Express: ୩୦ ଅଗଷ୍ଟରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1847248

Rajdhani Express: ୩୦ ଅଗଷ୍ଟରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ

Rajdhani Express Tejas Coach: ଅଗଷ୍ଟ ୩୦ ତାରିଖ ବୁଧବାର ଠାରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ।

Rajdhani Express: ୩୦ ଅଗଷ୍ଟରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ

Tejas Coach in Rajdhani Express: ଦେଶର ରାଷ୍ଟ୍ରୀୟ ରାଜଧାନୀକୁ ବିଭିନ୍ନ ରାଜ୍ୟର ରାଜଧାନୀ ସହ ଯୋଡୁଥିବା ରାଜଧାନୀ ଏକ୍ସପ୍ରେସ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଅଗଷ୍ଟ ୩୦ ତାରିଖ ବୁଧବାର ଠାରୁ ତେଜସ୍ କୋଚ୍ ସହିତ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ। ଅର୍ଥାତ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ର ସମସ୍ତ ରେକ୍ ୩୦ ଅଗଷ୍ଟରୁ ତେଜସ୍ କୋଚ୍ ସହିତ ଯାତ୍ରା ଆରମ୍ଭ କରିବ।

ଭାୟା ସମ୍ବଲପୁର ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୩୦ ତାରିଖ ବୁଧବାର ଠାରୁ ତେଜସ୍ କୋଚ୍ ସହିତ ଯାତ୍ରା କରିବ। ଟ୍ରେନ୍ ଯାତ୍ରାରେ ନୂତନ ଅଭିଜ୍ଞତା ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ମଧ୍ୟରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଗତ ୧୯ ତାରିଖରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ସମ୍ବଲପୁର ମାର୍ଗ ଦେଇ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏହାର ନିୟମିତ ସେବା ଆରମ୍ଭ କରିଥିଲା। 

ବୁଧବାର-ରବିବାର ଭୁବନେଶ୍ୱର ଠାରୁ ଛାଡୁଥିବା ଏବଂ ସୋମବାର-ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରୁ ଛାଡୁଥିବା ୨୨୮୧୧/୨୨୮୧୨ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚ୍ ସହିତ ଅଗଷ୍ଟ ୩୦ ତାରିଖରୁ ଭୁବନେଶ୍ୱର ଠାରୁ ଏବଂ ସେପ୍ଟମ୍ବର ୧ ତାରିଖରୁ ନୂଆଦିଲ୍ଲୀ ଠାରୁ ଚଳାଚଳ କରିବ।  

ସେହିପରି ସୋମବାର, ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଭୁବନେଶ୍ୱର ଠାରୁ ଛାଡୁଥିବା ଏବଂ ମଙ୍ଗଳବାର, ବୁଧବାର, ଗୁରୁବାର, ରବିବାର ନୂଆଦିଲ୍ଲୀ ଠାରୁ ଛାଡୁଥିବା ୨୨୮୨୩/୨୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚ୍ ସହିତ ଉଭୟ ପାର୍ଶ୍ୱରୁ ଅଗଷ୍ଟ ୩୧ ତାରିଖରୁ ଚଳାଚଳ କରିବ।

ବର୍ତ୍ତମାନ ଭୁବନେଶ୍ୱର ଠାରୁ ଯାତ୍ରା କରୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଚଳାଚଳ କରିବ। ତେଜସ୍ କୋଚ ମଧ୍ୟରେ ଇଲେକ୍ଟ୍ରୋ-ପ୍ନେଉମାଟିକ   ସହାୟକ ହୋଇଥିବା ବ୍ରେକ୍, ସ୍ୱୟଂଚାଳିତ ପ୍ରବେଶ ପ୍ଲଗ୍ ପ୍ରକାରର ଦ୍ୱାର, ସିଟ୍ ମଧ୍ୟରେ ପୁନଃ ଡିଜାଇନ୍ ହୋଇଥିବା ଇ-ଲେଦର ଚଟାଣ, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ଡିଜିଟାଲ୍ ଗନ୍ତବ୍ୟସ୍ଥଳ ବୋର୍ଡ ଏବଂ ଇଲେକ୍ଟ୍ରୋନିକ୍ ଯାତ୍ରୀ ସଂରକ୍ଷଣ ଚାର୍ଟ, ଅଗ୍ନି, ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଉନ୍ନତ ସୌଚାଳୟ, ଜଳ ସ୍ତରର ସୂଚକ ବ୍ୟବସ୍ଥା ଯାତ୍ରୀଙ୍କୁ ଉନ୍ନତ ମାନର ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ।

ପୂର୍ବର ଏଲଏଚବି କୋଚ୍ ବଦଳରେ ତେଜସ୍ କୋଚ ନିୟମିତ ସେବା ଯୋଗାଇବା ଆରମ୍ଭ କରିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ଏବେ ଏହି ଟ୍ରେନ ତେଜସ୍ ରାଜଧାନୀ ଏକ୍ସପ୍ରେସ ନାମରେ ନାମିତ ହେବ। ଗତ ୧୯ ତାରିଖରୁ ସମ୍ବଲପୁର ମାର୍ଗ ଦେଇ ପ୍ରଥମେ ତେଜସ୍ ବଗି ସହ ଯାତ୍ରା ଆରମ୍ଭ କରିଥିଲା ରାଜଧାନୀ ଏକ୍ସପ୍ରେସ। ବୁଧବାର-ରବିବାର ଦିନ ଆଦ୍ରା ମାର୍ଗ ହୋଇ ଭୁବନେଶ୍ୱର ଠାରୁ ଛାଡୁଥିବା ରାଜଧାନୀ ଏକ୍ସପ୍ରେସ, ସୋମବାର, ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଟାଟା ମାର୍ଗ ହୋଇ ଭୁବନେଶ୍ୱର ଠାରୁ ଛାଡୁଥିବା ରାଜଧାନୀ ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା ଏବଂ ଟାଟା ମାର୍ଗରେ ଅଗଷ୍ଟ ୩୦ ତାରିଖ ବୁଧବାର ଠାରୁ ତେଜସ୍ କୋଚ ସହିତ ନିୟମିତ ଯାତ୍ରା ଆରମ୍ଭ କରିବ। 

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ କୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ତେଜସ କୋଚ ସହ ଚଳାଚଳକୁ ସବୁଜ ପତାକା ଦେଖାଇ ଗତ ୧୪ ଅଗଷ୍ଟରେ  ଶୁଭାରମ୍ଭ କରିଥିଲେ।