ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଡେଙ୍ଗୁରେ ପୀଡ଼ିତ, ଏମ୍ସରେ ଭର୍ତ୍ତି
Advertisement
Article Detail0/zeeodisha/odisha2391612

ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଡେଙ୍ଗୁରେ ପୀଡ଼ିତ, ଏମ୍ସରେ ଭର୍ତ୍ତି

Dengue in odisha: ପରିଣାମ ସ୍ବରୂପ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲା ଏବେ ଓଡ଼ିଶାର ହଟ୍‌ସ୍ପଟ୍‌ ପାଲଟିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କେବଳ ଭୁବନେଶ୍ବର ବୋଲି ଜଣାପଡ଼ିଛି। 

ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଡେଙ୍ଗୁରେ ପୀଡ଼ିତ, ଏମ୍ସରେ ଭର୍ତ୍ତି

ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜୁଏଲକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ଓରାମ ଡେଙ୍ଗୁରେ ପୀଡ଼ିତ ଥିବା କୁହାଯାଉଛି। ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ପଲମୋନରୀ ମେଡିସିନ୍ ଆଣ୍ଡ ସ୍ଲୀପ ଡିଜଅର୍ଡର ବିଭାଗର ପ୍ରମୁଖ ଡା. ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଜୁଏଲରୁ ମେଡିକାଲରେ ଚିକିତ୍ସା କରାଯାଇଛି। ଏବେ ଜୁଏଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। 

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଶ୍ରୀ ଓରାମଙ୍କ ସୂଚନା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ପତ୍ନୀଙ୍କ ପ୍ଲାଟିଲେଟ୍‌ ୪୦ହଜାରକୁ ଖସି ଆସିଥିବା ବେଳେ ତାଙ୍କର ୫୩ହଜାରରେ ରହିଥିଲା। ପରବର୍ତ୍ତୀ ସମୟରେ ସେଥିରେ ସାମାନ୍ୟ ଉନ୍ନତି ହେବା ସହ ଗତ ଶନିବାର ସନ୍ଧ୍ୟା ବେଳକୁ ତାଙ୍କ ପ୍ଲାଟିଲେଟ୍‌ ୯୩ ହଜାର ରହିଥିବା ସେ କହିଥିଲେ। କେବଳ ଯେ ନୀଳାଦ୍ରିବିହାର କିମ୍ବା ଲୁମ୍ବିନି ବିହାରରେ ଡେଙ୍ଗୁ ହୋଇଛି ତାହା ନୁହେଁ, ଭୁବନେଶ୍ବର ସାଲିଆସାହି, ଖଣ୍ଡଗିରି, ନୂଆପଲ୍ଲୀ, ପଥରଗାଡ଼ିଆ, ପଟିଆ, ଆଇଆରସି ଭିଲେଜ, ଜାଗମରା, ଜୟଦେବବିହାର, ରସୁଲଗଡ଼, ରେଣ୍ଟାଲ କଲୋନି, ଶିଖରଚଣ୍ଡୀ ଏବେ ମଶାଙ୍କ ଆଡ଼ାସ୍ଥଳୀ ପାଲଟିଛି। ଗୋଟିଏ ପଟେ ଡେଙ୍ଗୁ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ବିଏମସି ମଶା ଧୂଆଁ ଗାଡ଼ି ବୁଲାଉ ନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ଡେଙ୍ଗୁ ନିୟନ୍ତ୍ରଣକୁ ଆସିପାରିଲା ନାହିଁ। ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ପ୍ରାଣ ହରାଇବା ପରେ ଏବେ ସାରା ରାଜ୍ୟରେ ଡେଙ୍ଗୁକୁ ନେଇ ଚର୍ଚ୍ଚା। ଭୁବନେଶ୍ବରରେ ଏଡିସ୍‌ ମଶା ଖୋଜା ଅଭିଯାନ ଆରମ୍ଭ ହୋଇଗଲାଣି। 

ଅନ୍ୟପଟେ ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ପ୍ରତି ବସ୍ତି, କଲୋନିବାସୀ ଜ୍ବରରେ ଥରୁଛନ୍ତି। କିଏ ଘରେ ତ ଆଉ କିଏ ମେଡିକାଲରେ ଚିକିତ୍ସାଧୀନ। କେହି କେହି ଔଷଧ ଖାଇ ରୋଗକୁ ଚାପିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ମଶାବଂଶ ଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଧୂଆଁ ଗାଡ଼ି ବୁଲୁ ନାହିଁ କି ସଠିକ୍‌ ଭାବେ ସଫେଇ ହେଉନାହିଁ। ପରିଣାମ ସ୍ବରୂପ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲା ଏବେ ଓଡ଼ିଶାର ହଟ୍‌ସ୍ପଟ୍‌ ପାଲଟିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କେବଳ ଭୁବନେଶ୍ବର ବୋଲି ଜଣାପଡ଼ିଛି। 

ସେହିପରି ଭୁବନେଶ୍ବରରେ ସ୍ଥିତି ସାଂଘାତିକ ହେବା ପରେ ରାଜ୍ୟର ଅନ୍ୟ ସହରକୁ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଚଳିତବର୍ଷ ଅନୁଗୁଳରେ ଏ ପର୍ଯ୍ୟନ୍ତ ୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସମସ୍ତେ ସୁସ୍ଥ ହେଲେଣି। ତଥାପି କଟକ, ଭୁବନେଶ୍ବରରୁ ଅନୁଗୁଳକୁ ଲୋକମାନେ ନିୟମିତ ଯିବା ଆସିବା କରୁଥିବାରୁ ଏହାକୁ ନେଇ ଭୟ ବଢ଼ିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରେ ଚିହ୍ନଟ ହୋଇଥିବା ଅଧିକାଂଶ ଡେଙ୍ଗୁ ରୋଗୀ ବାହାରୁ ସଂକ୍ରମିତ ହୋଇଛନ୍ତି। ବାହାରକୁ ଯାଇ ସଂକ୍ରମିତ ହୋଇ ସେଠାକୁ ଫେରିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଛି। ତଥାପି ତାଳଚେର ଓ ଅନୁଗୁଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଗଣା ହେଉଛି। ଏଠାରୁ ହିଁ ଅଧିକାଂଶ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୁଇ ସହରରେ ଅଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏହାକୁ ଗୁରୁତ୍ବ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି।