Khordha: ଟ୍ରେନକୁ ପଥର ଫିଙ୍ଗିବା ପାଇଁ ଗିରଫ ଦୁଇ ଯୁବକଙ୍କୁ ଗିରଫ କଲା ଆରପିଏଫ
Advertisement
Article Detail0/zeeodisha/odisha2283479

Khordha: ଟ୍ରେନକୁ ପଥର ଫିଙ୍ଗିବା ପାଇଁ ଗିରଫ ଦୁଇ ଯୁବକଙ୍କୁ ଗିରଫ କଲା ଆରପିଏଫ

Indian Railway: ରେଳବାଇ ସୁରକ୍ଷା ବଳର ଏକ ଦଳ ଚିହ୍ନଟ ହୋଇଥିବା କ୍ଷେତ୍ରକୁ ଯାଇ ନିରୀଖନ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମଝି, ବୟସ ୩୮ ବର୍ଷ ଓ ନକୂଳପଟାନା ଗ୍ରାମର ସଦାଶିବ ପ୍ରଧାନ, ବୟସ ୩୩ ବର୍ଷ।

RPF arrests two youth

ରେଳବାଇ ସୁରକ୍ଷା ବଳ (ଆରପିଏଫ) ଟ୍ରେନକୁ ପଥର ଫିଙ୍ଗିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।​ ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ​

ଯାତ୍ରୀ ଏବଂ ରେଲୱେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପଥର ଫିଙ୍ଗିବା ଜନିତ ବିପଦ ଖବର ପାଇବା ପରେ ରେଳବାଇ ସୁରକ୍ଷା ବଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଟ୍ରେନ୍ ର ଟିକେଟ୍ ପରୀକ୍ଷକ (ଟିଟିଇ) ସହିତ ଯାତ୍ରୀ ମାନଙ୍କ ସହିତ ସମନ୍ୱୟ ରଖି ରେଳବାଇ ସୁରକ୍ଷା ବଳ ଘଟଣାର ସଠିକ ସ୍ଥାନ ଅନୁସନ୍ଧାନ କରିବା ପରେ ସେହି ସ୍ଥାନକୁ ନିରୀକ୍ଷଣ କରିଥିଲା ଯାହାକି ପୂର୍ବତଟ ରେଳପଥର ହାଓଡ଼ା-ଚେନ୍ନାଇ ମୁଖ୍ୟ ମାର୍ଗର ଖୋର୍ଦ୍ଧା ରୋଡ଼-ବାଲୁଗାଁ ରେଳ ସେକ୍ସନର ଗୋଲାବାଇ ଓ ନିରାକାରପୁର ମଧ୍ୟରେ ଘଟିଥିଲା।

ରେଳବାଇ ସୁରକ୍ଷା ବଳର ଏକ ଦଳ ଚିହ୍ନଟ ହୋଇଥିବା କ୍ଷେତ୍ରକୁ ଯାଇ ନିରୀଖନ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମଝି, ବୟସ ୩୮ ବର୍ଷ ଓ ନକୂଳପଟାନା ଗ୍ରାମର ସଦାଶିବ ପ୍ରଧାନ, ବୟସ ୩୩ ବର୍ଷ। ରେଳ ଟ୍ରାକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ନିଶାଗ୍ରସ୍ତ ହୋଇ ଦୀର୍ଘସମୟ ଧରି ଏହି ଦୁଇଜଣ ବସିରହିଥିଲେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଟ୍ରେନ ଯାତାୟାତ ସମୟରେ କୌଣସି ଟ୍ରେନ କୁ ପଥର ଫିଙ୍ଗିଛନ୍ତିବୋଲି ସ୍ୱୀକାର କରିଥିଲେ।

ରେଳ ଆଖପାଖରେ ସେମାନଙ୍କ ଦୀର୍ଘ ସମୟ ଉପସ୍ଥିତି ପାଇଁ ପ୍ରଶ୍ନ କରାଯିବାରୁ ଉଭୟ ଅପରାଧୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରିବାରେ ବିଫଳ ହୋଇଥିଲେ ଏବଂ ମଦ୍ୟପାନର ପ୍ରଭାବକୁ ଦର୍ଶାଇ ସେମାନେ ସେମାନଙ୍କର କାର୍ଯ୍ୟକୁ ସ୍ୱୀକାର କରିଥିଲେ। ରେଲୱେ ସୁରକ୍ଷା ବଳ ଉକ୍ତ ଦୁଇଜଣଙ୍କ ନାମରେ ରେଳ ଅଧିନିୟମ ଧାରା ଅନୁଯାୟୀ କେସ ରୁଜୁ କରିଛନ୍ତି। ରେଳ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷା ବଳ ନିରନ୍ତର ଭାବେ ସୁରକ୍ଷା ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଗ୍ରହଣ କରିଆସୁଅଛି। ଏହିପରି କାର୍ଯ୍ୟଗୁଡିକୁ କୌଣସି ପ୍ରକାରରେ ପ୍ରଶୟ ଦିଆନଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଅଛି।