Advertisement
Article Detail0/zeeodisha/odisha2475389
Zee OdishaOdisha StatePuri Srimandir: ନିଷ୍ପତ୍ତିରୁ ଓହରିଲେ ମୋହନ ସରକାର: ପୁଣି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ୱାର

Puri Srimandir: ନିଷ୍ପତ୍ତିରୁ ଓହରିଲେ ମୋହନ ସରକାର: ପୁଣି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ୱାର

Puri Srimandir: ବିଜେପି ନିର୍ବାଚନ ଇସ୍ତାହାରେ ଏବଂ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଶ୍ରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ଘୋଷଣା କରିଥିଲେ। ଏହା ମଧ୍ୟ ହୋଇଥିଲା। କିନ୍ତୁ ପୁଣିଥରେ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇ ଦ୍ୱାରକୁ ବନ୍ଦ କରିବା ସମ୍ପୂର୍ଣ୍ଣ ଭାବେ ଭୋଟର ଏବଂ ଶ୍ରଦ୍ଧାଳୁଙ୍କ ଲାଗି ଧୋକା ସଦୃଶ ହୋଇଛି। 

 

Puri Srimandir
Puri Srimandir

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ପ୍ରତିଶୃତି ଦେଇ ସରକାରକୁ ଆସିବା ଏବଂ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଶ୍ରୀମନ୍ଦିରର ଚାରିଦ୍ୱାର ପଟେ ଭକ୍ତଙ୍କ ପ୍ରବେଶକୁ ଉନ୍ମୁକ୍ତ କରିଥିବା ସରକାର ଏବେ ପଛଘୁଞ୍ଚା ଦେଇଛନ୍ତି। ଶୁକ୍ରବାରଠାରୁ ଏଣିକି ଦୁଇଟି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ରହିବ। ଅନ୍ୟ ଦୁଇ ଦ୍ୱାର ଦେଇ ପ୍ରବେଶ ବାରଣ ହେବ। ପୁଣି ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରସ୍ଥାନ ବି ବାରଣ କରାଯାଇଛି। 

କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ଏହି ନିଷଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି। ଏହାଦ୍ୱାରା କେବଳ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ। ଏହି ବ୍ୟବସ୍ଥା ସେବାୟତ ବା ତାଙ୍କ ପରିବାରର ସଦସ୍ୟଙ୍କ ପାଇଁ ଲାଗୁ ହେବ ନାହିଁ। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନିଷ୍ପତ୍ତିକୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ପୂଣ୍ୟମାସ କାର୍ତ୍ତିକର ଆଗମନ ହେବାକୁ ଯାଉଛି। ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ବ୍ରତଧାରୀଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏହାକୁ ନଜରରେ ରଖି ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ସହଯୋଗ ପ୍ରଦାନ କରିବେ ବୋଲି ମୋର ବିଶ୍ୱାସ’। 

Add Zee News as a Preferred Source

ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶ୍ରୀମନ୍ଦିରର କେବଳ ଗୋଟି ଦ୍ୱାର ଦେଇ ପ୍ରବେଶ ସୁବିଧା ରହିଥିଲା। ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ଜନ ଅସନ୍ତୋଷକୁ ଦେଖି ସେବାୟତ ଏବଂ ସେବାୟତଙ୍କୁ ନେଇ ଆସୁଥିବା ଯାତ୍ରୀଙ୍କ ଲାଗି ପଶ୍ଚିମଦ୍ୱାର ଉନ୍ମୁକ୍ତ କରିଥିଲେ। ସିଂହଦ୍ୱାର ସମ୍ମୁଖରେ ଶୀତତାପ ନିୟନ୍ତ୍ରିତ କରିଡର ନିର୍ବାଣ କରି ଭକ୍ତଙ୍କ ଯାତାୟାତକୁ ସଗମ କରିବାକୁ ଚେଷ୍ଟା କରିଥିଲେ। ହେଲେ ଜନ ଅସନ୍ତୋଷକୁ ଏହା ପ୍ରଶମିତ କରିପାରି ନଥିଲା।  ଫଳରେ ଏହା ଏକ ରାଜନୀତିକ ପ୍ରସଙ୍ଗ ପାଲଟିଥିଲା। ବିଜେପି ନିର୍ବାଚନ ଇସ୍ତାହାରେ ଏବଂ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଶ୍ରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ଘୋଷଣା କରିଥିଲେ। ଏହା ମଧ୍ୟ ହୋଇଥିଲା। କିନ୍ତୁ ପୁଣିଥରେ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇ ଦ୍ୱାରକୁ ବନ୍ଦ କରିବା ସମ୍ପୂର୍ଣ୍ଣ ଭାବେ ଭୋଟର ଏବଂ ଶ୍ରଦ୍ଧାଳୁଙ୍କ ଲାଗି ଧୋକା ସଦୃଶ ହୋଇଛି। ସରକାର ନିଷ୍ପତ୍ତିକୁ କାଏମ ରଖିବା ଲାଗି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିପାରୁ ନଥିବା ଏହା ପ୍ରମାଣିତ କରିଛି।  ପ୍ରଶାସନିକ ଦାମ୍ଭିକତାର ଅଭାବ ଯୋଗୁ ଅମଲାତନ୍ତ୍ରୀ ଚିରା ଚରିତ ପ୍ରଥାରେ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ବି ମତ ପ୍ରକାଶ ପାଇଛି।

About the Author