ପାଟ୍ରୋଲିଂ ସମୟରେ କାରରୁ ମିଳିଲା ୫୫ ଲକ୍ଷରୁ ଅଧିକ ଟଙ୍କା
Advertisement
Article Detail0/zeeodisha/odisha2192262

ପାଟ୍ରୋଲିଂ ସମୟରେ କାରରୁ ମିଳିଲା ୫୫ ଲକ୍ଷରୁ ଅଧିକ ଟଙ୍କା

କଲେଜ ଛକରେ ପାଟ୍ରୋଲିଂ କରିବା ସମୟରେ ଏକ କାରକୁ ଅଟକାଇ ଯାଞ୍ଚ କରୁଥିଲା ପୋଲିସ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କାର୍ ଭିତରୁ ପୁଳାପୁଳା ଟଙ୍କା ବାହାରିଥିଲା । କାର ଚାଳକଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ତାର କଥାବାର୍ତ୍ତାରୁ ସେ ସନ୍ଦେହ ଘେରକୁ ଆସିଥିଲା । 

ପାଟ୍ରୋଲିଂ ସମୟରେ କାରରୁ ମିଳିଲା ୫୫ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର: ବିନିକା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କଲେଜ ଛକରେ ପାଟ୍ରୋଲିଂ କରିବା ସମୟରେ ଏକ କାରକୁ ଅଟକାଇ ଯାଞ୍ଚ କରୁଥିଲା ପୋଲିସ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କାର୍ ଭିତରୁ ପୁଳାପୁଳା ଟଙ୍କା ବାହାରିଥିଲା । କାର ଚାଳକଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ତାର କଥାବାର୍ତ୍ତାରୁ ସେ ସନ୍ଦେହ ଘେରକୁ ଆସିଥିଲା । 

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ନମ୍ୱର ଥିବା ଇନୋଭା କାର୍ AP05 TC-8181 ନମ୍ୱରକୁ ପୋଲିସ ଯାଞ୍ଚ ପାଇଁ ଅଟକାଇଥିଲା । କାର ମଧ୍ୟରେ ଯାଞ୍ଚ କରିବା ସମୟରେ ସେଥିରୁ ମୋଟ ୫୫ ଲକ୍ଷ ୨୦ ହଜାର ଟଙ୍କା କ୍ୟାସ ମିଳିବା ପରେ ପୋଲିସ ଗାଡି ଚାଳକଙ୍କୁ ଟଙ୍କା ବାବଦରେ ପଚାରିଥିଲା । ଏତେଟଙ୍କା କେଉଁଠୁ ଆଣିଲ ଏବଂ କେଉଁଠିକି ନେଉଛ ପ୍ରଶ୍ନର ଉତ୍ତର ଦେବା ସମୟରେ ଥଙ୍ଗଥଙ୍ଗ ହୋଇପଡିଥିଲେ କାର ଚାଳକ । ତେବେ ପୋଲିସ ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବାକୁ ଜଣାପଡିଥିଲା ଯେ, ଜବତ ଟଙ୍କା ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳକୁ ଯାଉଥିଲା । ତେବେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଯୁବକଙ୍କୁ ପଚରା ଉଚରା କରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ହୁଏତ ଏ ଟଙ୍କା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କର ହୋଇଥାଇପାରେ ବୋଲି ସନ୍ଦେହ ଉଙ୍କି ମାରୁଛି ।

Also Read- Weather Update: ୪ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ, ବର୍ଷା ନେଇ ସତର୍କତା

Also Read- Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ