Odisha News: ମାଓ ସଙ୍ଗଠନର ହାତ ଛାଡ଼ି ଆତ୍ମସମର୍ପଣ କଲେ ମୁକେଶ କୋରସା
Advertisement
Article Detail0/zeeodisha/odisha2393603

Odisha News: ମାଓ ସଙ୍ଗଠନର ହାତ ଛାଡ଼ି ଆତ୍ମସମର୍ପଣ କଲେ ମୁକେଶ କୋରସା

 Odisha News: ଚଳିତ ବର୍ଷ ମେ ମାସରେ ଜିରାମ ଆକ୍ରମଣ ଘଟଣାରେ ୪ ପୋଲିସଙ୍କ ମୃତ୍ୟୁ ଘଟଣାରେ ମାଓବାଦୀ ମୁକେଶ ସଂଶ୍ଲିଷ୍ଟ ରହିଥିବାବେଳେ, ଗତ ଡ଼ିସେମ୍ବର ୨୦୨୩ ରେ ଦରମ୍ - ୱାରମ୍ ନିକଟରେ ମାଓ ଆକ୍ରମଣ ଘଟଣାରେ ୫ ପୋଲିସ ଏବଂ ୩ ମାଓବାଦୀ ମୃତ୍ୟୁ ଘଟଣା ରେ ସାମିଲ ରହିଥିବା, ଏହି ଘଟଣାର ଗୋଟିଏ ଦିନ ପରେ ପୁଅର ନିକଟରେ ମାଓ ଆକ୍ରମଣ ଘଟଣାରେ ୪ ପୋଲିସ ଙ୍କ ମୃତ୍ୟୁ ଘଟଣାରେ ବି ମୁକେଶ ସଂଶ୍ଲିଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି। 

 Odisha News: ମାଓ ସଙ୍ଗଠନର ହାତ ଛାଡ଼ି ଆତ୍ମସମର୍ପଣ କଲେ ମୁକେଶ କୋରସା

Odisha News: (ନିରଜ ଶତପଥୀ) ମାଲକାନଗିରି ପୋଲିସ ନିକଟରେ ଛତିଶଗଡ ରାଜ୍ୟର ସୁକୁମା ଅଞ୍ଚଳର ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ମାଓବାଦୀ ମୁକେଶ କୋରସା ଓରଫ ସୁରୟମ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧିନସ୍ଥ ହିଡମା ବାଟାଲିୟନର ଜଣେ ସକ୍ରିୟ ସଦସ୍ୟ ଥିଲେ। ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାର ସିଲଗାର ଗ୍ରାମର ମୁକେଶ ୨୦୨୩ ମସିହାରେ ମାଓ ସଂଗଠନ ରେ ଯୋଗ ଦେଇଥିଲେ। ଏଥି ପୂର୍ବରୁ ସେ ମିଲିଶିଆ ଭାବରେ କାର୍ଯ୍ୟ କରିଥିଲେ। ଆତ୍ମ ସମର୍ପଣ ପୂର୍ବରୁ ମୁକେଶ ପିପୁଲ୍ସ ଗରିଲା ଆର୍ମି ବାଟାଲିୟନ ନମ୍ୱର୍ -୧(ହିଡମା ବାଟାଲିୟନ) ରେ କାର୍ଯ୍ୟ କରୁଥିଲେ। ମାଓବାଦୀ ସଂଗଠନରେ ଯୋଗ ଦେଇ ବିଭିନ୍ନ ଆକ୍ରମଣ ଘଟଣାରେ ସଂଶ୍ଲିଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି।

ଚଳିତ ବର୍ଷ ମେ ମାସରେ ଜିରାମ ଆକ୍ରମଣ ଘଟଣାରେ ୪ ପୋଲିସଙ୍କ ମୃତ୍ୟୁ ଘଟଣାରେ ମାଓବାଦୀ ମୁକେଶ ସଂଶ୍ଲିଷ୍ଟ ରହିଥିବାବେଳେ, ଗତ ଡ଼ିସେମ୍ବର ୨୦୨୩ ରେ ଦରମ୍ - ୱାରମ୍ ନିକଟରେ ମାଓ ଆକ୍ରମଣ ଘଟଣାରେ ୫ ପୋଲିସ ଏବଂ ୩ ମାଓବାଦୀ ମୃତ୍ୟୁ ଘଟଣା ରେ ସାମିଲ ରହିଥିବା, ଏହି ଘଟଣାର ଗୋଟିଏ ଦିନ ପରେ ପୁଅର ନିକଟରେ ମାଓ ଆକ୍ରମଣ ଘଟଣାରେ ୪ ପୋଲିସ ଙ୍କ ମୃତ୍ୟୁ ଘଟଣାରେ ବି ମୁକେଶ ସଂଶ୍ଲିଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି। ସେହିପରି ତିମାପୁରମ୍ ବିସ୍ଫୋରଣ ଘଟଣାରେ ମୁକେଶ ସାମିଲ ରହିଥିବା ପୋଲିସ ଜାଣିବାକୁ ପାଇଛି।

ମାଓ ସଂଗଠନର ବରିଷ୍ଠ ମାଓବାଦୀ ମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିଲା ମୁକେଶ। ସେହିପରି ସଂଗଠନର ତେଲୁଗୁ ଓ ଅନ୍ୟ କ୍ୟାଡ଼ର ମାଓବାଦୀ ମାନଙ୍କ ଭେଦଭାବ ସମେତ ସେମାନଙ୍କ ଅଞ୍ଚଳର କୌଣସି ଉନ୍ନତି କରି ପାରୁ ନ ଥିବା ମାଓନେତା ମାନେ କେବଳ ସେମାନଙ୍କ ଉନ୍ନତି କଥା ଚିନ୍ତା କରୁଥିବା ଯୋଗୁଁ ବିତସ୍ପୃହା ହୋଇ ମାଓ ସଂଗଠନ ଛାଡ଼ିଛି ମୁକେଶ। ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ନୀତି ପ୍ରତି ଆକୃଷ୍ଟ ହୋଇ ମାଓ ସଂଗଠନ ଛାଡ଼ିବାକୁ ନିଷ୍ପତି ନେଇ ମାଲକାନଗିରି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ମାଓ ସଂଗଠନରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିବାକୁ ଇଚ୍ଛୁକ ଥିଲେ ମଧ୍ୟ ମାଓନେତାମାନେ ସେମାନଙ୍କୁ ଛାଡ଼ୁ ନ ଥିବା ଆତ୍ମସମର୍ପଣ କାରି ମାଓବାଦୀ ମୁକେଶ କହିଥିବା ନେଇ ପୋଲିସ ସୂଚନା ଦେଇଛି।