କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଉପରେ ଜାତୀୟ କର୍ମଶାଳା
Advertisement

କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଉପରେ ଜାତୀୟ କର୍ମଶାଳା

ନାଇଜର ସହାୟତାରେ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କ୍ୱାଣ୍ଟମ୍ କମ୍ପ୍ୟୁଟିଂ’ ଉପରେ ଏକ ଜାତୀୟ କର୍ମଶାଳା ଶୁକ୍ରବାର ସଫଳତାର ସହ ଅନୁଷ୍ଠିତ ହୋଇଛି । କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଏହାର ଅଗଣିତ ବ୍ୟବହାର ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା।  ବାସ୍ତବିକ ଏହା କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ରରେ ନୂତନତ୍ୱର ଅନୁସନ୍ଧାନ ନିମିତ୍ତ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇପାରିଛି ।

କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଉପରେ ଜାତୀୟ କର୍ମଶାଳା

ଭୁବନେଶ୍ୱର: ନାଇଜର ସହାୟତାରେ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କ୍ୱାଣ୍ଟମ୍ କମ୍ପ୍ୟୁଟିଂ’ ଉପରେ ଏକ ଜାତୀୟ କର୍ମଶାଳା ଶୁକ୍ରବାର ସଫଳତାର ସହ ଅନୁଷ୍ଠିତ ହୋଇଛି । କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଏହାର ଅଗଣିତ ବ୍ୟବହାର ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା।  ବାସ୍ତବିକ ଏହା କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ରରେ ନୂତନତ୍ୱର ଅନୁସନ୍ଧାନ ନିମିତ୍ତ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇପାରିଛି ।

କର୍ମଶାଳାରେ ଇଞ୍ଜିନିୟରିଂ ଓ ବୈଷୟିକ ଜ୍ଞାନକୌଶଳ ବିଭାଗର ଡିନ୍ ପ୍ରଫେସର ଡ. ରବିନାରାୟଣ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । ଉପସ୍ଥିତ ଛାତ୍ର ଓ ପ୍ରାଧ୍ୟାପକମାନଙ୍କୁ ଏହା କ୍ୱାଣ୍ଟମ୍ କମ୍ପ୍ୟୁଟିଂ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିପାରିଥିଲା । ଏହି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ଗୋପୀନାଥ ପଲେଇ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଭବିଷ୍ୟତ ଓ କ୍ଷମତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେମାନଙ୍କ ସହ ନାଇଜର ପଦାର୍ଥ ବିଜ୍ଞାନ ବିଭାଗ ତଥା ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗର ବୈଜ୍ଞାନିକ ସାରଳାଶ୍ରିତ ମହାନ୍ତି ଏବଂ ନାଇଜର ହାଇ ପରଫର୍ମିଂ କମ୍ପ୍ୟୁଟର ସେଣ୍ଟର ତଥା ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗର ବୈଜ୍ଞାନିକ ଶ୍ରୀ ଏ. ଆନନ୍ଦ ରମଣ ପ୍ରମୁଖ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ବିଷୟର ଜଟିଳ ଥିଓରୀ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ କମ୍ପ୍ୟୁଟିଂ ସିଷ୍ଟମରେ କ୍ୱାଣ୍ଟମ ସିଦ୍ଧାନ୍ତର ଏକତ୍ରୀକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

କର୍ମଶାଳାରେ ଭାଗନେଇଥିବା ଛାତ୍ରମାନଙ୍କ ମଧ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ଓ ସନ୍ଦେହର ବିମୋଚନ କରିବା ହିଁ ଥିଲା ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହାର ଇଣ୍ଟରାକ୍ଟିଭ ଅଧିବେଶନ ଖୁବ୍ ସଫଳ ହୋଇଥିଲା । ଆଜିର ଦୁନିଆରେ ତୀବ୍ରଗତିରେ ବିକଶିତ ହେଉଥିବା ବୈଷୟିକ ଜ୍ଞାନକୌଶଳ ପରିପ୍ରେକ୍ଷୀରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଭୂମିକାକୁ ଉପସ୍ଥିତ ଛାତ୍ର ଓ ଅଧ୍ୟାପକମାନେ ଖୁବ୍ ଭଲଭାବରେ ହୃଦୟଙ୍ଗମ କରିପାରିଥିଲେ । କର୍ମଶାଳାଟିକୁ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ. ପ୍ରଦୀପ୍ତ ମିଶ୍ର ସଞ୍ଚାଳନ କରିଥିବା ବେଳେ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଜଟିଳତମ ଥିଓରୀ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇବାରେ ସକ୍ଷମ ହୋଇଥିଲେ ।

Also Read- Weather Forecast: ପାଣିପାଗ ବିଭାଗର ସତର୍କବାଣୀ, ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା !

Also Read- ନକ୍ସଲ କ୍ୟାମ୍ପରେ ଯବାନଙ୍କ ଚଢାଉ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ