Advertisement
Article Detail0/zeeodisha/odisha2329136
Zee OdishaOdisha StateCabinet meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

Cabinet meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

Cabinet meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ।  ପୂର୍ବାହ୍ନ  ସାଢେ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  

 

Cabinet meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

Cabinet meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ।  ପୂର୍ବାହ୍ନ  ସାଢେ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  ବୈଠକ ପରେ  ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ନିସ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ।  ଗତ ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ମଣ୍ତଳ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହରେ ସରିବା ପରେ ସେହିଦିନ ସଂନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା।  ବୈଠକରେ ଶ୍ରୀମନ୍ଦିର  ଚାରିଦ୍ବାର ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ୍ ପାଣ୍ଠି, ସୁଭଦ୍ରା ଯୋଜନା, କୃଷକ ପାଇଁ ଧାନ ଏମଏସପି ୩୧୦୦ ଟଙ୍କା କରିବା ପ୍ରସ୍ତାବକୁ  ଅନୁମୋଦନ ମିଳିଥିଲା।  ପ୍ରଥମ କ୍ୟାବିନେଟରେ ବିଜେପି ସରକାର ନିର୍ବାଚନ ପ୍ରତିଶ୍ର଼ତି ପୂରଣ  ନେଇ ୪ଟି ବଡ଼ ଘୋଷଣା କରିଥିଲେ। ରାଜ୍ୟ କ୍ୟାବିନେଟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ କିଛି ବଡ଼ ଘୋଷଣା ଆଜି ହୋଇପାରେ ବୋଲି ଆଶା କରାଯାଉଛି।

 

Add Zee News as a Preferred Source
About the Author