Sambalpur News Today: ଖରିଫ ଧାନ କ୍ରୟ ବିକ୍ରୟ ନେଇ ବୈଠକ ଆୟୋଜିତ
Advertisement
Article Detail0/zeeodisha/odisha1943534

Sambalpur News Today: ଖରିଫ ଧାନ କ୍ରୟ ବିକ୍ରୟ ନେଇ ବୈଠକ ଆୟୋଜିତ

Kharif Paddy Procurement in Sambalpur: ଜିଲ୍ଲାରେ ଖରିଫ ଧାନ କ୍ରୟ ବିକ୍ରୟ ନେଇ ଅକ୍ଟୋବର ୩ ତାରିଖ ଶୁକ୍ରବାରପ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ବୈଠକ।

Sambalpur News Today: ଖରିଫ ଧାନ କ୍ରୟ ବିକ୍ରୟ ନେଇ ବୈଠକ ଆୟୋଜିତ

Kharif Paddy Procurement will start from 22 November 2023: ସମ୍ବଲପୁର ଜିଲ୍ଲାର ୫ ବ୍ଲକ୍ ଠାରେ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କ୍ରୟ ବିକ୍ରୟ। ଏହାର ୫ ଦିନ ପରେ ୨୭ ତାରିଖରେ ଜିଲ୍ଲାର କୁଚିଣ୍ଡା ଏବଂ ରେଢ଼ାଖୋଲ ବ୍ଲକ୍ ଠାରେ ଖୋଲିବ ମଣ୍ଡି। ଜିଲ୍ଲାରେ ହେବାକୁ ଯାଉଥିବା ଖରିଫ ଧାନ କ୍ରୟ ବିକ୍ରୟକୁ ନେଇ ଆୟୋଜିତ ହୋଇଯାଇଛି ବୈଠକ। ଏ ସମ୍ପର୍କରେ ଜଣାଇଛନ୍ତ ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ। ଏଥର ଜିଲ୍ଲାରେ ଭଲ ଫସଲ ହୋଇଥିବା ବେଳେ ଚାଷୀ ଭଲ ଦୁଇ ପଇସା ରୋଜଗାର କରିବ ବୋଲି ଆଶା ରଖିଛି।

ଧାନର ଅଣ୍ଡର ରେଟ, କଟନୀ ଛଟନୀ, ବସ୍ତା ସମସ୍ୟା, ପରିବହନ, ଭଲ ଭାବରେ ମିଲ ମାଲିକ ଧାନ କିଣା ବିକା କରିବା ସମୟରେ ମିଲ ବାହାରେ ବ୍ୟବସ୍ଥା କରିବା ଉତ୍ୟାଦି ସମସ୍ୟା ଉପସ୍ଥାପନ କରାଯାଇଥିଲା। ଏହା ସହିତ ଏଥର ମଧ୍ୟ ସମସ୍ତ ପରିଚାଳନା ଗତ ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଚାଷୀ। ଭୁବନେଶ୍ୱରରୁ ଟୋକାନ ପରିଚାଳନାକୁ ନେଇ ମଧ୍ୟ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କେନ୍ଦ୍ର ସରକାରଙ୍କୁ ସିଧା ସଳଖ ଧାନ କ୍ରୟ ବିକ୍ରୟର ମୂଲ୍ୟ ଉପରେ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଥିଲେ। କୁଚିଣ୍ଡା ବିଧାୟକ ମଧ୍ୟ ସମସ୍ତ ବ୍ୟବସ୍ଥା ଠିକ ଠାକ ରହିଥିବାର କହିଥିଲେ।