Advertisement
Article Detail0/zeeodisha/odisha2258134
Zee OdishaOdisha StateOdisha Election 2024: ଆଜି ଉତ୍ତର ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ ,ବନ୍ଦ ରହିବ ଏହି ସବୁ ରୁଟ୍

Odisha Election 2024: ଆଜି ଉତ୍ତର ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ' ,ବନ୍ଦ ରହିବ ଏହି ସବୁ ରୁଟ୍

Odisha Election 2024: ଭୋଟରଙ୍କ ମନ କିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନବୀନ।  ଏକାମ୍ର ପରେ ଏବେ  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି  ଉତ୍ତର ଭୁବନେଶ୍ବର।  ଆଜି ସଂନ୍ଧ୍ୟାରେ ଏହି ନିର୍ବାଚନ ମଣ୍ତଳୀର ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍।  

Odisha Election 2024: ଆଜି ଉତ୍ତର ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ' ,ବନ୍ଦ ରହିବ ଏହି ସବୁ ରୁଟ୍

Odisha Election 2024: ନିର୍ବାଚନ ପାଇଁ ରାଜ୍ୟରେ ସରଗରମ୍ ରହିଛି ରାଜ୍ୟ ରାଜନୀତି।  ଏହି କ୍ରମରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନବୀନ।  ଏକାମ୍ର ପରେ ଏବେ  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି  ଉତ୍ତର ଭୁବନେଶ୍ବର।  ଆଜି ସଂନ୍ଧ୍ୟାରେ  ଏହି ନିର୍ବାଚନ ମଣ୍ତଳୀର ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍।  ରେଣ୍ଟାଲ କଲୋନୀ ଠାରୁ  ପଟିଆ ଛକ ଯାଏଁ  ଚାଲିବ ପାଓ୍ବାର ଶୋ'। ୮ଟି ଛକରେ ଅଟକିବେ ନବୀନ୍। 

ALSO READ: Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ALSO READ: Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!

Add Zee News as a Preferred Source

ଜନସମାବେଶକୁ ସମ୍ବୋଧିତ କରି ଯୋଡି଼ ଶଙ୍ଖରେ ଭୋଟ୍ ଦେବା ପାଇଁ ଅପିଲ୍ କରିବେ ନବୀନ।  ୬ଟାରେ ରେଣ୍ଟାଲ୍ କଲୋନୀ  ମଫେଡ୍ ଛକ ଠାରୁ ଆରମ୍ଭ ହେବ  ଏହି ହାଇହୋଲଟେଜ୍ ସୋ।  ସେଠାରୁ ନବୀନଙ୍କୁ ଭବ୍ୟ ସ୍ବାଗତ ଜଣାଇବେ ହଜାର ହଜାର କର୍ମୀ ।  ସେଠାରୁ ରୋଡ଼ ଶୋ ସାଲିଆ ସାହି ପର୍ଯ୍ୟନ୍ତ ଯିବ।  ସାଲିଆ ସାହି ପେଟ୍ରୋଲ୍ ପମ୍ପ ଛକରେ ଅଟକିବ।  ପରେ ମେ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତୀ ପାଖରେ ଉପସ୍ଥିତ କର୍ମୀ  ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ  ଉଦବୋଧନ ଦେବେ। ମେ ଫେୟାର ହୋଟେଲ୍ ଦେଇ ଜୟଦେବ ବିହାର- ନନ୍ଦନ କାନନ ରାସ୍ତାରେ ଗାଡି଼ ଆଗକୁ ବଢିବ। ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ,  ଓ ଡମାଣା ମାକ୍ସ ନିକଟରେ ଅଟକିବ ହାଇଟେକ୍ ବସ୍। ସଂନ୍ଧ୍ୟା ୮ଟା ସୁଦ୍ଧା ନବୀନଙ୍କ ରୋଡ଼ ଶୋ ସରିବ। ଏଥିପାଇଁ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ୍ ଦମ୍ ଦେଖାଇବାକୁ ଜୋର୍ ଦେଇଛନ୍ତି। 

ସେପଟେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରାହ୍ନ ୫ଟାରୁ ରୋଡ ଶୋ ସରିବା ଯାଏଁ   ଏସବୁ ରାସ୍ତା ଉପରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ବିଶେଷକରି ସାଢେ ୫ଟାରୁ  ରୋଡ଼ ଶୋ ସରିବା ଯାଏଁ  ସିଆରପି ପଟୁ ରେଣ୍ଟାଲ କଲୋନୀ ଆଡକୁ କୌଣସି ଗାଡି ଗଡିବନି। ସାଢେ ୬ଟାରୁ ରୋଡ଼ ଶୋ ସରିବା ଯାଏଁ  ବିଜୁ ପଟ୍ଟନାୟକ କଲେଜ୍ ପର୍ଯ୍ୟନ୍ତ କୌଣସି ଗାଡି ଚଳାଚଳ କରିବ ନାହିଁ। ସାଢେ ୬ଟାରୁ  ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ କୌଣସି ଗାଡି଼ ଚାଲିବନି। ସେହିପରି ସଂନ୍ଧ୍ୟା ୭ଟା ୫ରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ କିଟ୍ ରୁ ଜୟଦେବ ବିହାର ଆଡକୁ କୌଣସି ଗାଡି ଯିବନି। ଆମ୍ବୁଲାନ୍ସ ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏନେଇ ପୋଲିସ୍ କମିଶନର ସଂଜୀବ ପଣ୍ତା ସୂଚନା ଦେଇଛନ୍ତି। 

About the Author