SpiceJet Flight Service: ଝାରସୁଗୁଡାରୁ କୋଲକାତା-ବିଶାଖାପାଟନମ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା, ୧୦ ଜୁଲାଇରୁ ଉଡ଼ିବ ବିମାନ
Advertisement
Article Detail0/zeeodisha/odisha1766143

SpiceJet Flight Service: ଝାରସୁଗୁଡାରୁ କୋଲକାତା-ବିଶାଖାପାଟନମ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା, ୧୦ ଜୁଲାଇରୁ ଉଡ଼ିବ ବିମାନ

Flight Service From Jharsuguda: ଆସନ୍ତା ଜୁଲାଇ ୧୦ ତାରିଖରୁ ଝାରସୁଗୁଡା ଠାରୁ କୋଲକାତା-ବିଶାଖାପାଟନମ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା।

 

SpiceJet Flight Service: ଝାରସୁଗୁଡାରୁ କୋଲକାତା-ବିଶାଖାପାଟନମ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା, ୧୦ ଜୁଲାଇରୁ ଉଡ଼ିବ ବିମାନ

New Flight Service in Odisha: ବିମାନ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡ଼ିଶା। ଖୁବଶୀଘ୍ର ଝାରସୁଗୁଡା ଠାରୁ କୋଲକାତା ଏବଂ ଝାରସୁଗୁଡା ଠାରୁ ବିଶାଖାପାଟନମ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା।
ଏହି ବିମାନ ସେବା ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସଜେଟ୍ ପକ୍ଷରୁ ଆରମ୍ଭ ହେବ। ଯଥାଶୀଘ୍ର ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତା ଏବଂ ବିଶାଖାପାଟନମ୍ ଅଭିମୁଖେ ଉଡ଼ାଣ ଭରିବ ବିମାନ। ବିମାନ ବନ୍ଦର ଅଧିକାରୀଙ୍କ ଅନୁଯାୟୀ ଏହି ବିମାନ ସେବା ଆସନ୍ତା ଜୁଲାଇ ୧୦ ତାରିଖରୁ ଆରମ୍ଭ। 

ଝାରସୁଗୁଡା ବିମାନ ବନ୍ଦର ଅଧିକାରୀଙ୍କ (Jharsuguda Airport Authority) କହିବା ଅନୁଯାୟୀ ଜୁଲାଇ ୧୦ ତାରିଖରୁ ଝାରସୁଗୁଡା-କୋଲକାତା (Jharsuguda Kolkata Flight Service) ଏବଂ ଝାରସୁଗୁଡା-ବିଶାଖାପାଟନମ୍ (Jharsuguda Visakhapatnam Flight Service) ବିମାନ ସେବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport) ଆରମ୍ଭ ହୋଇଯିବ। ସେହିପରି ଗତ ବର୍ଷ ଠାରୁ ସ୍ଥଗିତ ରହିଥିବା ଝାରସୁଗୁଡା-ଚେନ୍ନାଇ (Jharsuguda Chennai  Flight Service) ଏବଂ ଝାରସୁଗୁଡା ବେଙ୍ଗାଲୁରୁ ବିମାନ ସେବା (Jharsuguda Bengaluru Flight Service) ମଧ୍ୟ ପୁନର୍ବାର ଆରମ୍ଭ ହେବ ନେଇ ଆଶା କରାଯାଉଛି। 

ଝାରସୁଗୁଡା ବିମାନ ବନ୍ଦରରୁ (Jharsuguda Airport) ସପ୍ତାହରେ ୩ ଥର ଚେନ୍ନାଇକୁ ବିମାନ ସେବା ଉପଲବ୍ଧ ରହିଥିବା ବେଳେ, ବେଙ୍ଗାଲୁରୁ ପାଇଁ ଗୋଟିଏ ସପ୍ତାହରେ ୪ ଥର ବିମାନ ସେବା ଉପଲବ୍ଧ ରହିବ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ (Airport Authority of India) ଏହି ବିମାନ ସେବା ନେଇ ଏକ ପ୍ରସ୍ତାବ ଦେଇଥିଲା। ଯାହାକୁ ଅନୁମୋଦନ କରାଯାଇଛି। ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport Jharsuguda) ଭୁବନେଶ୍ୱର (Jharsuguda Bhubaneswar Flight Service) ଏବଂ କୋଲକାତା (Jharsuguda Kolkata Flight Service) ପାଇଁ ଏୟାର ଇଣ୍ଡିଆ (Air India Flight Service), ହାଇଦ୍ରାବାଦ (Jharsuguda Hyderabad Flight Service) ଏବଂ ଦିଲ୍ଲୀ (Jharsuguda Delhi Flight Service)  ପାଇଁ ସ୍ପାଇସଜେଟ ବିମାନ ସେବା (SpiceJet Flight Service) ଉପଲବ୍ଧ ରହିଛି।