Laxmi Bus: ଜାଣନ୍ତୁ ‘ଲକ୍ଷ୍ମୀ’ ବସର Ac-Non Acର ଟିକେଟ୍ ଦାମ୍ କେତେ?
Advertisement
Article Detail0/zeeodisha/odisha1913079

Laxmi Bus: ଜାଣନ୍ତୁ ‘ଲକ୍ଷ୍ମୀ’ ବସର Ac-Non Acର ଟିକେଟ୍ ଦାମ୍ କେତେ?

Laxmi Bus: ମାଲକାନଗିରିରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍‌ ସେବା ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ମାଲକାନଗିରି ବଣ୍ଡାଘାଟିରୁ ଏହି ବସ ଗୁଡିକୁ (Laxmi Bus scheme) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।  ତେବେ, ଏହି ‘ଲକ୍ଷ୍ମୀ’ବସ୍‌ ଗୁଡିକରେ ଯେପରି ଅଧିକ ଯାତ୍ରୀ ଯାତ୍ରା କରିବେ। ସେନେଇ ବାଣିଜ୍ୟ ଓ ପରିବହନ ବିଭାଗ ବସ୍‌ ଭଡ଼ା ଉପରେ ବଡ଼ ଘୋଷଣା କରିଛି।  

ସୌଜନ୍ୟ- ସୋସିଆଲ ମିଡି଼ଆ

Laxmi Bus: ମାଲକାନଗିରିରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍‌ ସେବା ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ମାଲକାନଗିରି ବଣ୍ଡାଘାଟିରୁ ଏହି ବସ ଗୁଡିକୁ (Laxmi Bus scheme) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ତେବେ, ଖୁବଶିଘ୍ର ଆଉ ୫ଟି ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ ହେବେ। ତେବେ, ସେହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ।  ତେବେ, ଏହି ‘ଲକ୍ଷ୍ମୀ’ବସ୍‌ ଗୁଡିକରେ ଯେପରି ଅଧିକ ଯାତ୍ରୀ ଯାତ୍ରା କରିବେ। ସେନେଇ ବାଣିଜ୍ୟ ଓ ପରିବହନ ବିଭାଗ ବସ୍‌ ଭଡ଼ା ଉପରେ ବଡ଼ ଘୋଷଣା କରିଛି।  ତେବେ, ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ‘ଲକ୍ଷ୍ମୀ’ ବସ୍‌ ଗୁଡିକର ଭଡ଼ା କିଲୋମିଟର ପିଛା ଧାର୍ଯ୍ୟ ହୋଇନି।  ୧୦ରୁ ୨୦ କିଲୋମିଟର ଦୂରତାକୁ ସ୍ଲାବ୍ କରି ଭଡା ଧାର୍ଯ୍ୟ ହୋଇଛି। ଏଥିରେ ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଭଡା ଧାର୍ଯ୍ୟ ହୋଇଛି। 

 

Also Read: Samantha Ruth Prabhu: ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଇଲା ସାମନ୍ଥାଙ୍କ ରାତି ଅଧିଆ ପୋଷ୍ଟ, ଲେଖିଲେ କିଛି ଏମିତି..

ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ଏମାନେ ନନଏସି ବସରେ ଯେତେବାଟ ଗଲେବି ୫ଟଙ୍କା ଦେବେ। ସେହିପରି ,ଏସି ବସରେ (Ac Bus) ଯେତେବାଟ ଗଲେ ବି ଏମାନେ ୧୦ ଟଙ୍କା ଭଡା ଦେବେ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,‘ଲକ୍ଷ୍ମୀ’ବସ୍‌ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ନନ୍‌ଏସି ବସ୍‌ (Non Ac Bus Tickets ) ଚାଲିବ। ଏହାର ଭଡା (Non Ac Bus Ticket Price)ମାତ୍ର ୫ଟଙ୍କାରୁ ଆରମ୍ଭ ହେବ। ସେହିପରି,  ଶୂନରୁ ୧୦କିମି ଦୂରତା ମଧ୍ୟରେ ଯେଉଁ ଯାତ୍ରୀ ଯିବେ ସେମାନଙ୍କୁ ୫ଟଙ୍କା ଭଡା ଦେବାକୁ ପଡିବ। ସେହିପରି , ୧୦ରୁ ୨୦କିମି ପାଇଁ ୧୦ଟଙ୍କା, ୨୧ରୁ ୪୦କିମି ପାଇଁ ୧୫ଟଙ୍କା, ୪୧ରୁ ୬୦କିମି ପାଇଁ ୨୫ଟଙ୍କା, ୬୧ରୁ ୮୦କିମି ଦୂରତା ପାଇଁ ୩୦ଟଙ୍କା ଭଡ଼ା ଦେବାକୁ ପଡ଼ିବ ବୋଲି ଜଣାପଡିଛି। 

ଅନ୍ୟପଟେ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଏସି ( AC Bus) ବସ୍ ଚାଲିବ।  ଏଥିରେ ଶୂନରୁ ୧୦କିମି ଦୂରତା ପାଇଁ ମାତ୍ର ୧୦ଟଙ୍କା ଭଡ଼ା ରହିଥିବା ବେଳେ  ୧୧ରୁ ୨୦କିମି ପାଇଁ ୨୦ଟଙ୍କା, ୨୧ରୁ ୪୦କିମି ପାଇଁ ୪୦ଟଙ୍କା, ୪୧ରୁ ୬୦କିମି ପାଇଁ ୬୦ଟଙ୍କା ଓ ୬୧ରୁ ୮୦ କିମି ଦୂରତା ପାଇଁ ୮୦ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି। ତେବେ, ଏଠାରେ  ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବାଣିଜ୍ୟ ଓ ପରିବହନ ବିଭାଗ ଯେଉଁ ବସ୍‌ ଭଡ଼ା ସ୍ଥିର କରିଛି ତାହା ଘରୋଇ ବସ୍ ଭଡା ଠାରୁ ଖୁବ୍ କମ୍ ରହିଛି । ଯେପରି ଯାତ୍ରୀମାନେ ସୁରୁଖୁରୁରେ ଯାତ୍ରା କରିପାରିବେ ସେନେଇ ସମସ୍ତ ସୁବିଧା ଏହି ବସ୍ ମଧ୍ୟରେ ରହିଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।