Puri News: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏ-ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଏବେବି ଅନେକ ଆହତ ଜୀବନ ସହ ମେଡିକାଲ ସଂଘର୍ସ କରୁଛନ୍ତି।
Trending Photos
)

ALSO READ: Naveen Patnaik: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ
ସୂଚନା ଅନୁସାରେ, ମେ ୨୯ ତାରିଖ ରାତିରେ ପୁରୀ ନରେନ୍ଦ୍ର ପୁଷ୍କରଣୀ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଏବେ ସୁଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ଏବେବି ଏକାଧିକ ଆହତ ଓ ଗୁରୁତର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିଶେଷ କରି ଏହି ବିସ୍ଫୋରଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଖଣ୍ଡିଆବନ୍ଧ ଗାଁ। ଯେହେତୁ ଖଣ୍ଡିଆବନ୍ଧ ଗାଁ ନରେନ୍ଦ୍ର ପୁଷ୍କରିଣୀକୁ ଲାଗି ରହିଛି, ସେ ଦୃଷ୍ଟିରୁ ଭଉଁରି ଦେଖିବାକୁ ଅନେକ ପରିବାର ଭିଡ଼ ଜମାଇଥିଲେ। ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ୍ କମିସନର୍ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏ ନେଇ ଆସନ୍ତା ୬ ତାରିଖରେ ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।