Odisha News: ବଜ୍ରପାତରୁ ରକ୍ଷା ପାଇବାକୁ ତାଳଗଛ ଲଗାଇବେ ସରକାର
Advertisement
Article Detail0/zeeodisha/odisha1862551

Odisha News: ବଜ୍ରପାତରୁ ରକ୍ଷା ପାଇବାକୁ ତାଳଗଛ ଲଗାଇବେ ସରକାର

Odisha News(ଭୁବନେଶ୍ୱର) : ରାଜ୍ୟରେ ବଜ୍ରପାତ ( Lightning Death) ମୃତ୍ୟୁ ବଢ଼ି ଚାଲିଛି। ଗଲା ୧୧ ବର୍ଷରେ ୩୭୯୦ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧-୨୨ରେ ୨୮୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଚଳିତ ମୌସୁମୀରେ ମଧ୍ୟ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ମୃତ୍ୟୁକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖି ଜଣାଇଛନ୍ତି। ତାଳଗଛ (Borassus tree) ଏହିପରି ବଜ୍ରପାତକୁ ରୋକିବାରେ ସଫଳ ହେବ। 

 

 

 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News(ଭୁବନେଶ୍ୱର) : ବାରମ୍ବର ବଜ୍ରପାତ( Lightning) ଓ ଏହାଯୋଗୁ ହେଉଥିବା ଧନଜୀବନ ହାନୀକୁ ରୋକିବା ଲାଗି ରାଜ୍ୟ ସରକାର (state government)  ତାଳଗଛ ରୋପଣ ଉପରେ (Borassus tree) ଗୁରୁତ୍ୱ ଦେବେ। ଜଙ୍ଗଲ ବିଭାଗ (forest dept) ପକ୍ଷରୁ ବିଭିନ୍ନ ଜଙ୍ଗଲ ଭୂଇଁରେ ଏହି ପ୍ରକାର ଗଛ ଲଗାଇବା ଲାଗି  ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁ (Special Relief Commissioner Shri Satyabrata Sahu) ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ରାଜ୍ୟରେ ବଢ଼ୁଥିବା ବଜ୍ରପାତ ମୃତ୍ୟୁରୁ ( Lightning Death) କିପରି ରକ୍ଷା ମିଳିବ ସେଥି ନେଇ ଏକ ଉଚ୍ଚସ୍ତରୀୟ ବୈଠକ (meeting)ଆୟୋଜନ ହୋଇଥିଲା। 

Also Read: Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୧୧ରୁ ଆଉ ଏକ ଘୂର୍ଣ୍ଣିବଳୟ !

ରାଜ୍ୟରେ ବଜ୍ରପାତ ( Lightning Death) ମୃତ୍ୟୁ ବଢ଼ି ଚାଲିଛି। ଗଲା ୧୧ ବର୍ଷରେ ୩୭୯୦ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧-୨୨ରେ ୨୮୧ ଜଣଙ୍କ ମୃତ୍ୟୁ ( Lightning Death)  ଘଟିଥିଲା। ଚଳିତ ମୌସୁମୀରେ ମଧ୍ୟ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ମୃତ୍ୟୁକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖି ଜଣାଇଛନ୍ତି। ତାଳଗଛ (Borassus tree) ଏହିପରି ବଜ୍ରପାତକୁ ପ୍ରଥମେ ଆକର୍ଷିତ କରିଥା,। ଫଳରେ ଧନଜୀବନ ରକ୍ଷା ହୋଇଥାଏ। ଆଗରୁ ଏଥିପ୍ରତି ଧ୍ୟାନ ଦିଆଯାଉଥିଲା। କିନ୍ତୁ ସହରୀକରଣ, ଭିତ୍ତିଭୂମି ନିର୍ମାଣ, କଳକାରଖାନା ବୃଦ୍ଧି ହେତୁ ଏସବୁ ସଂଖ୍ୟା ଏବେ କମିବାରେ ଲାଗିଛି। ଅନେକ ସ୍ଥାନରେ ତାଳଗଛକୁ କଟା ଯାଇଛି।  ଖାଲିଯେ ବଜ୍ରପାତ ତା ନୁହେଁ ଏହା ଉପକୂଳ ଅଞ୍ଚଳରେ ବାତ୍ୟଜନିତ କ୍ଷତିକୁ ମଧ୍ୟ କମ୍‍ କରାଏ। ଏହାଛଡ଼ା ଲୋକଙ୍କ ଜୀବନ ଜୀବୀକା ମଧ୍ୟ ସାାଜିଥାଏ। ଏଣୁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଉପଯୋଗ କରି ବିଭିନ୍ନ ସ୍ଥାନରେ ତାଳଗଛ ରୋପଣ (Borassus tree) ତଥା ପ୍ରାକୃତିକ ଉପାୟରେ  ବିପର୍ଯ୍ୟୟ କ୍ଷୟକ୍ଷତିକୁ କମାଇବା ଲାଗି ସରକାର (state government) ଚିନ୍ତା କରିଛନ୍ତି।