Odisha News: ଟ୍ରେଡିଂ ଆପ୍‍ ରେ କ୍ଷତି, ଜୀବନ ହାରିଲେ କେନ୍ଦ୍ରାପଡ଼ାର ବର
Advertisement
Article Detail0/zeeodisha/odisha2510804

Odisha News: ଟ୍ରେଡିଂ ଆପ୍‍ ରେ କ୍ଷତି, ଜୀବନ ହାରିଲେ କେନ୍ଦ୍ରାପଡ଼ାର ବର

Odisha News: ଏକ ଅଭାବନୀୟ ଘଟଣାକ୍ରମେ କେନ୍ଦ୍ରାପଡ଼ା ପାଟକୁରା ନିକଟରେ ଥିବା ଲଙ୍କାପଡ଼ାରେ ଜଣେ ଯୁବକ ଜୀବନ ହାରିଛନ୍ତି। ସମ୍ପୃକ୍ତ ଯୁବକ ଟ୍ରେଡିଂ ଆପରେ ଅର୍ଥ ଲଗାଇ ହାରିଲା ପରେ ରେଳଧାରଣାରେ ଜୀବନ ଦେଇଥିବା ସୂଚନା ମିଳିଛି। ଏହି ଯୁବକଙ୍କ ବାହାଘର ଆଉ ୫ ଦିନ ପରେ ହେବାକୁ ସ୍ଥିର ହୋଇଥିଲା। 

Odisha News: ଟ୍ରେଡିଂ ଆପ୍‍ ରେ କ୍ଷତି, ଜୀବନ ହାରିଲେ କେନ୍ଦ୍ରାପଡ଼ାର ବର
ଭୁବନେଶ୍ୱର: ଏକ ଅଭାବନୀୟ ଘଟଣାକ୍ରମେ କେନ୍ଦ୍ରାପଡ଼ା ପାଟକୁରା ନିକଟରେ ଥିବା ଲଙ୍କାପଡ଼ାରେ ଜଣେ ଯୁବକ ଜୀବନ ହାରିଛନ୍ତି। ସମ୍ପୃକ୍ତ ଯୁବକ ଟ୍ରେଡିଂ ଆପରେ ଅର୍ଥ ଲଗାଇ ହାରିଲା ପରେ ରେଳଧାରଣାରେ ଜୀବନ ଦେଇଥିବା ସୂଚନା ମିଳିଛି। ଏହି ଯୁବକଙ୍କ ବାହାଘର ଆଉ ୫ ଦିନ ପରେ ହେବାକୁ ସ୍ଥିର ହୋଇଥିଲା। ଘରେ ଖୁସିର ପରିବେଶକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଅର ନିଧନ ଶୋକ ଖୋଳାଇଛି। 
 
 
 
ମିଳିଥିବା ସୂଚନା ଅନୁସାରେ ଯୁବକଙ୍କ ନାଁ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ାର ଏକ ହୋଟେଲ୍‍ରେ କ୍ୟାଶିୟର ଭାବେ କାର୍ଯ୍ୟ କରନ୍ତି। ନିଜ ପାରିବାରିକ ହ୍ୱାଟ୍ସଆପ୍‍ ଗ୍ରୁପରେ  ସେ ଜଣେ ଭଲ ପୁଅ, ଭାଇ ବା ସାଙ୍ଗ ହୋଇପାରିଲେ ନାହିଁ େବାଲି କହି ଜୀବନ ହାରିଥିବା ଜଣାପଡ଼ିଛି। ଶ୍ରୀ ସାହୁଙ୍କର ୧୭ ତାରିଖରେ ବିବାହ ହେବାକୁ ସ୍ଥିର ହୋଇଥିଲା। ସେ ନିଜେ ସବୁ ପ୍ରକାର ଆୟୋଜନରେ ଜଡ଼ିତ ଥିଲେ। ସାଙ୍ଗମାନଙ୍କ ସହ ମିଶି ସେ ବାଣ, ରୋଷଣୀ ଆୟୋଜନ କରିଥିଲେ କିନ୍ତୁ ଏହି ଖବର ଏବେ ସମସ୍ତଙ୍କୁ ବିବସ କରିଛି। 
 
ସାଙ୍ଗମାନଙ୍କ କହିବା ଅନୁସାରେ, ଶ୍ରୀ ସାହୁ କିଛି ଟ୍ରେଡିଂ ଆପରେ ୨୫ ଲକ୍ଷ ଟଙ୍କା ଲଗାଇଥିଲେ। ବିଭିନ୍ନ ସୂତ୍ରରୁ ସେ ଏହି ଅର୍ଥ ଆଣିଥିଲେ। ଏବଂ ଟ୍ରେଡିଂ ଆପ୍‍ ରେ କ୍ଷତି ହେବାରୁ ସେ ଏହାକୁ ସହ୍ୟ କରିପାରି ନଥିଲେ। ବୋଧ ହୁଏ ଏହା ତାଙ୍କର ଜୀବନ ହାନୀର କାରଣ ହୋଇପାରେ ବୋଲି କୁହାଯାଉଛି। ଝାରରସୁଗୁଡ଼ା ରେଳବାଇ ପୁଲିସ ମୃତ ଦେହକୁ ଜବତ କରିବା ସହ ଆଇନ ଅନୁସାରେ ତଦନ୍ତ କରୁଥିବା ସୂଚନା ମିଳିଛି।