Odisha News: ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଥ୍ରାକ୍ସ ଆତଙ୍କ, ୨ ରୋଗୀ ଚିହ୍ନଟ
Advertisement
Article Detail0/zeeodisha/odisha2287563

Odisha News: ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଥ୍ରାକ୍ସ ଆତଙ୍କ, ୨ ରୋଗୀ ଚିହ୍ନଟ

Odisha News: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆନ୍ଥ୍ରାକ୍ସ ଆତଙ୍କ ଦେଖା ଦେଇଛି। ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକଣା ଗ୍ରାମରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ପୂର୍ବରୁ ତିନି ଚାରି ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଖାଲକଣା ଗ୍ରାମରେ ଦୁଇଜଣ ଆନ୍ଥ୍ରାକ୍ସ ରୋଗରେ ପୀଡିତ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। 

Odisha News: ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଥ୍ରାକ୍ସ ଆତଙ୍କ, ୨ ରୋଗୀ ଚିହ୍ନଟ

(କୋରାପୁଟ  ,ନିରଜ ଶତପଥୀ) Odisha News: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆନ୍ଥ୍ରାକ୍ସ ଆତଙ୍କ ଦେଖା ଦେଇଛି। ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକଣା ଗ୍ରାମରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ପୂର୍ବରୁ ତିନି ଚାରି ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଖାଲକଣା ଗ୍ରାମରେ ଦୁଇଜଣ ଆନ୍ଥ୍ରାକ୍ସ ରୋଗରେ ପୀଡିତ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ୨ ଜଣ ବାପା ଓ ପୁଅ ହେଲେ ମୋନଜ କୁଲେସିକା ଓ ସାନ୍ଧା କୁଲେସିକା ।ଏହି ଦୁଇଜଣଙ୍କ ହାତରେ ଫୋଟକା ଭଳି ହୋଇଥିବାରୁ ଏହା ଆନ୍ତ୍ରାକ୍ସ ରୋଗ ହୋଇଥିବା ସନ୍ଦେହ କରା ଯାଉଛି। ଏହି ଦୁଇ ଜଣଙ୍କୁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। କିଛି ଦିନ ତଳେ କୁଟୀଙ୍ଗା ଗ୍ରାମରେ ଦେଖା ଦେଇଥିଲା । ଏହା ପରେ ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ ଗସ୍ତ କରି ଗାଈ,ଗୋରୁ ମାନଙ୍କୁ ଟୀକା ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ଖାଲକଣା ଗ୍ରାମର ଆଦିବାସୀ ସାହିରେଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି। 

ଏହି ଖବର ପାଇ ଲକ୍ଷ୍ମୀପୁର ଭ୍ରାମ୍ୟମାଣ ଟିମର ସମ୍ପ୍ରସାରଣ ଅଧିକାରିଣୀ ଗୀତାଞ୍ଜଳି ଦାସ, ଡାକ୍ତର ଶିବ ପ୍ରସାଦ ମିଶ୍ର, ଏମଏଚଏୟୁ ଏଏନଏମ କୋମଳ ଦେଓ,ଫାର୍ମାସିଷ୍ଟ ପୁଷ୍ପାଞ୍ଜଳି, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମୋହନ ଖିଲ, ସମେତ ଏନଏମ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମିଳିତ ଭାବେ ଖାଲକଣା ଗ୍ରାମରେ ପହଞ୍ଚି ଆକ୍ରାନ୍ତ ଲୋକଙ୍କୁ ଦେଖିବା ସହ ଗ୍ରାମବାସୀଙ୍କୁ ସମସ୍ତ ବିଷୟ ପଚାରି ବୁଝିଥିଲେ। ଏହି ରୋଗରେ ଗ୍ରାମର ପାଞ୍ଚ ଛଅ ଜଣ ପୀଡିତ ହୋଇ ଥିଲେ।କିନ୍ତୁ ବର୍ତ୍ତମାନ ସମସ୍ତେ ସୁସ୍ଥ ରହିଛନ୍ତି ବୋଲି ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମୋହନ ଖିଲ କହିଛନ୍ତି। ଏବଂ ଲୋକଙ୍କୁ ମଲା ଗାଈଗୋରୁ ମାଂସ ନ ଖାଇବାକୁ ସଚେତନତା କରିଥିଲେ । ଆନ୍ଥ୍ରାକ୍ସ ଚିହ୍ନଟ ପରେ ପ୍ରାଣୀ ଚିକିତ୍ସାଳୟ ବିଭାଗୀୟ ଚାରଟି ଟିମର କର୍ମଚାରୀ ଖାଲକୋଣା , କୋରଗୁଡା, କୋଈଝାଙ୍କର, ଚିଲିଶଙ୍କା ଏହି ଚାରଟି ଗ୍ରାମରେ ପହଞ୍ଚି ଗାଈ ଗୋରୁଙ୍କୁ ଟୀକା କରଣ କରିଥିଲେ । ସୂଚନା ଯୋଗ୍ୟ, ଗତ କିଛିଦିନ ତଳେ ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବି ଦୁଇ ଜଣ ଆନ୍ତ୍ରାକ୍ସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି।