ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ AC ଲକ୍ଷ୍ମୀ ବସ୍
Advertisement
Article Detail0/zeeodisha/odisha2392292

ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ AC ଲକ୍ଷ୍ମୀ ବସ୍

AC Lakshmi Bus: ଏସି ଲକ୍ଷ୍ମୀ ବସରେ କାମ କରୁଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପରଙ୍କୁ ଏପର୍ଯ୍ୟନ୍ତ ଅନ୍ୟତ୍ର କାମ ମିଳିନଥିବା ସୂଚନା ମିଳିଛି । ଏସି ଲକ୍ଷ୍ମୀ ବସ୍ ଚଳାଇ ସେମାନେ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ଏବେ ପେଟ ପାଇଁ ଦାନା ଯୋଗାଡ କରିବାକୁ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ବସ୍ କର୍ମଚାରୀ । 

ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ AC ଲକ୍ଷ୍ମୀ ବସ୍

AC Lakshmi Bus: ଯାତ୍ରୀଙ୍କୁ ଆଉ ମିଳିବନି ଶସ୍ତାରେ ଶୀତତାପ ନିୟନ୍ତ୍ରଣ ଲକ୍ଷ୍ମୀ ବସରେ ଯାତ୍ରା କରିବାର ସୁବିଧା । କାରଣ ସରକାର ବଦଳିବା ପରେ ହଠାତ୍ ବନ୍ଦ ହୋଇଯାଇଛି ଏସି ଲକ୍ଷ୍ମୀବସ୍ । ଯାହାକୁ ନେଇ ଉଭୟ ଯାତ୍ରୀ ଏବଂ ବସ କର୍ମଚାରୀ ଚିନ୍ତାରେ ଅଛନ୍ତି । ଆମେ କହୁଛୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଗଡୁଥିବା ଏସି ଲକ୍ଷ୍ମୀ ବସ କଥା । ଏହି ବସ୍ ଚଳାଚଳ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।

ଖବର ମୁତାବକ, ଏସି ଲକ୍ଷ୍ମୀ ବସ ଦିନକୁ ଦୁଇଥର ଘୁ.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯିବା ଆସିବା କରୁଥିଲା । ତେଣୁ ଉକ୍ତ ରୁଟରେ ଅନେକ ଯାତ୍ରୀ ଏହି ବସରେ ଶସ୍ତାରେ ଯାତ୍ରା କରିବାର ସୁବିଧା ପାଇପାରୁଥିଲେ । ଅନ୍ୟ ଘରୋଇ ବସ ତୁଳନାରେ ଏସି ଲକ୍ଷ୍ମୀବସରେ ଯଥେଷ୍ଟ ଅଧିକ ସୁବିଧା ମିଳୁଥିଲା । ଅଳ୍ପ ଖର୍ଚ୍ଚରେ ସଠିକ ତଥା ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ଯାତ୍ରୀଙ୍କୁ ପହଞ୍ଚାଇ ଦେଉଥିଲା ଉକ୍ତ ବସ୍ । ଶୀତ ତାପ ନିୟନ୍ତ୍ରିତ ବସରେ ଯାତ୍ରା କରିବା ପାଇଁ ପୁରୁଷମାନେ ୬୦ ଟଙ୍କା ଦେଉଥିବା ସମୟରେ ମହିଳାମାନଙ୍କୁ ମାତ୍ର ୧୦ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ଉକ୍ତ ଏସି ବସ୍ ଚଳାଚଳ କରୁନଥିବା କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହେବାସହ ଦୁଃଖ ପ୍ରକାଶ କରିଛନ୍ତି ।

ଅନ୍ୟପଟେ, ଉକ୍ତ ଏସି ଲକ୍ଷ୍ମୀ ବସରେ କାମ କରୁଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପରଙ୍କୁ ଏପର୍ଯ୍ୟନ୍ତ ଅନ୍ୟତ୍ର କାମ ମିଳିନଥିବା ସୂଚନା ମିଳିଛି । ଏସି ଲକ୍ଷ୍ମୀ ବସ୍ ଚଳାଇ ସେମାନେ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ଏବେ ପେଟ ପାଇଁ ଦାନା ଯୋଗାଡ କରିବାକୁ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ବସ୍ କର୍ମଚାରୀ । ତେଣୁ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ରୁଟରେ ଉକ୍ତ ବସର ଆବଶ୍ୟକତା ରହିଛି ଯାତ୍ରୀ ଏବେ ବି ବସ ଷ୍ଟପରେ ଏସି ଲକ୍ଷ୍ମୀ ବସକୁ ଅପେକ୍ଷା କରି ନିରାସ ହେଉଥିବା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ପୁଣିଥରେ ଉକ୍ତ ବସଟିକୁ ଚଳାଇବା ପାଇଁ ଦାବି କରିଛନ୍ତି ଯାତ୍ରୀ ।

Also Read- September Makar Rashifal: ପକେଟକୁ ଆସିବ ଟଙ୍କା ନା ହେବ କ୍ଷତି? ଜାଣନ୍ତୁ କିପରି ବିତିବ ମାସ

Also Read- Top 10 News Today: ବୁଧବାର ଓଡ଼ିଶାରେ ପହଞ୍ଚିବେ ଭାରତୀୟ ହକି ଟିମ୍ ଓ ଅନ୍ୟାନ୍ୟ ଖବର