CM Kisan Yojana: ଚାଷୀଙ୍କ ପାଇଁ ବଡ଼ ଖବର। ଚାଷୀଙ୍କ ଖାତାକୁ ଆସିବ ସିଏମ୍ କିଷାନ ଟଙ୍କା। କେବେ, ଏବଂ କେଉଁ ଦିନ ଏହି ଟଙ୍କା ମିଳିବ ଜାଣନ୍ତୁ...
ନୂଆଖାଇ ପଶ୍ଚିମ ଓଡି଼ଶାର ଗଣ ପର୍ବ । ଏନେଇ ମୁଖ୍ୟମନ୍ତ୍ରୀ ସେହି ଦିନ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନୂଆଁଖାଇରେ ମିଳିବ ସିଏମ୍ କିଷାନ ଯୋଜନାର ପ୍ରଥମ ସହାୟତା ରାଶି। ବିଧାନସଭାରେ କୃଷି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ALSO READ: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କୁ ମିଳିବ ନୂଆ ଚାକିରି ସହ...
ALSO READ: Odisha News: ପରିବାରରେ କମୁଛି ଖାଦ୍ୟ ଖର୍ଚ୍ଚ, ଭିଟାମିନଯୁକ୍ତ ଖାଦ୍ୟ ଖାଇବାରେ ଓଡ଼ିଶା ପଛୁଆ
ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଏବଂ ଠିକ୍ ସେହିପରି, ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା ।
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁବୁ ଯେ, ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କାଳିଆ ଯୋଜନାର ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି।
ନୂଆଖାଇ ଦିନଠାରୁ ଏହା ଲାଗୁ କରାଯିବ। ଏବଂ ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ ବୋଲି ନିକଟରେ କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷରେ କେବଳ କୃଷିକ୍ଷେତ୍ର ପାଇଁ ସରକାର ୧୩ ହଜାର ୧୭୮.୮୪ କୋଟି ଟଙ୍କା ବ୍ୟୟ ବରାଦ୍ କରାଯାଇଛି।
ट्रेन्डिंग फोटोज़