Lahore: DIG ଶାରିକ୍ ଜମାଲଙ୍କ ମୃତ୍ୟୁ ଘଟଣା, ଦମ୍ପତିଙ୍କୁ ବାନ୍ଧିଲା ପୋଲିସ
Advertisement

Lahore: DIG ଶାରିକ୍ ଜମାଲଙ୍କ ମୃତ୍ୟୁ ଘଟଣା, ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

Lahore: ସନ୍ଦେହଜନକ ଅବସ୍ଥାରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ତାଙ୍କ ବାସଭବନରୁ ଶାରିକ୍ ଜମାଲଙ୍କ ମୃତଦେହ ଜବତ କରିଥିଲେ । ସେ ସମୟରେ ଏହି ଦମ୍ପତି ତାଙ୍କୁ ବାସଭବନରୁ ଲାହୋର ସ୍ଥିତ ଡ଼ିଏଚଏ (DHA) ନାମକ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ସୌ(ସୋସିଆଲ ମିଡିଆ)

Lahore: ଲାହୋର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (Deputy Inspector General Shariq Jamal) ଶାରିକ୍ ଜମାଲଙ୍କ ଆକସ୍ମିକ ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ତଦନ୍ତ କରୁଥିବା ପୋଲିସ ଶନିବାର ଦିନ ଜଣେ ପୁରୁଷ ଓ ଶାରିକ୍ ଜମାଲଙ୍କ ପତ୍ନୀଙ୍କୁ ଗିରଫ କରିଛି। ସନ୍ଦେହଜନକ ଅବସ୍ଥାରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ତାଙ୍କ ବାସଭବନରୁ ଶାରିକ୍ ଜମାଲଙ୍କ ମୃତଦେହ ଜବତ କରିଥିଲେ । ସେ ସମୟରେ ଏହି ଦମ୍ପତି ତାଙ୍କୁ ବାସଭବନରୁ ଲାହୋର ସ୍ଥିତ ଡ଼ିଏଚଏ (DHA) ନାମକ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ପ୍ରକାଶ ଥାଉକି, ପୋଲିସ ଏହି ମାମଲାରେ ଖୋଲତାଡ଼ କରିବା ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ଡିଜି ମୃତ୍ୟୁ ସମୟରେ ଦମ୍ପତିଙ୍କ ଫ୍ଲାଟରେ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଏନେଇ ପଚରାଉଚରା ପରେ ଜେନେରାଲ୍ ଶାରିକ୍ ଜମାଲ ସେମାନଙ୍କ ଫ୍ଲାଟରେ ଥିବା କଥା ଗିରଫ ଦମ୍ପତି ସ୍ବୀକାର କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେମାନେ ତାଙ୍କୁ ମେଡିକାଲ ନେଇଥିବା ସେମାନେ ବୟାନ ଦେଇଥିଲେ। ସୁଚନ ଅନୁଯାୟୀ, ଭୋର ୧:୩୦ ମିନିଟ୍ ରେ DHA ର ଏକ ଘରୋଇ ଡାକ୍ତରଖାନାକୁ ଶାରିକ୍ ଜମାଲଙ୍କୁ ମୃତ ଘୋଷଣା କରାଯାଇଥିଲା । ଏନେଇ ଜଣ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମୁତ୍ୟୁ ବେଳେ ପୋଲିସ ଅଧିକାରୀ ଶାରିକ୍ ଜମାଲ ଲାହୋରର ଏକ ଆପାର୍ଟମେଣ୍ଟରେ ଥିଲେ, ଯେଉଁଠାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପୋଲିସ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ପରିସ୍ଥିତି ଚିନ୍ତା ଜନକ ହେବାରୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଥିଲା । ସେପଟେ ମୃତଦେହ ବ୍ୟବଚ୍ଛେଦ କରିବା ନେଇ ପରିବାର ଲୋକେ ଚାହୁଁନଥିଲେ ମଧ୍ୟ ପୋଲିସ ଜିଦ୍ କରି ବ୍ୟବଚ୍ଛେଦ ଲାଗି ମୃତଦେହକୁ ଜିନ୍ନା ହସ୍ପିଟାଲକୁ ପଠାଇଥିଲା।

ଏହା ବି ପଢନ୍ତୁ-ପୋଖରୀକୁ ଓଲଟିଲା ବସ: ତିନି ଶିଶୁଙ୍କ ସମେତ ଚାଲିଗଲା ୧୭ ଜୀବନ, ୩୫ ଆହତ

ଏହା ବି ପଢନ୍ତୁ-Polygraph Test Of Seema Haider: ପ୍ରେମ ନା ଷଡଯନ୍ତ୍ର, ସତ ଖୋଲିବ ପଲିଗ୍ରାଫ ଟେଷ୍ଟ!

ପୋଲିସର ସୂଚନାନୁସାରେ, ଜମାଲଙ୍କ “ଅସ୍ୱାଭାବିକ ମୃତ୍ୟୁ” ର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଇଥିଲା। ଏହି ସମୟ ମଧ୍ୟରେ ପଞ୍ଜାବ ଫୋରେନସିକ୍ ସାଇନ୍ସ ଏଜେନ୍ସି (Punjab Forensic Science Agency) ଟିମ୍ ଓ ପୋଲିସ ଉକ୍ତ ଆପାର୍ଟମେଣ୍ଟକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଖାଦ୍ୟ ଓ ବାସନରୁ ନମୂନା ସଂଗ୍ରହ କରିଯାଇ ପରୀକ୍ଷା ପାଇଁ ପଠାଯିବା ଯାଇଥିଲା। ସୂଚନାଯୋଗ୍ୟ, ଯେ ମିନାର-ଇ-ପାକିସ୍ତାନ ନିର୍ଯାତନା ମାମଲାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିବାରେ ଜମାଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହା ବି ପଢନ୍ତୁ-Hirakud Dam: ଆଜି ଖୋଲିଲା ହୀରାକୁଦର ଏତିକି ଗେଟ୍, ମହାନଦୀ ମଧ୍ୟକୁ ନ ଯିବାକୁ ବାର

ଏହା ବି ପଢନ୍ତୁ-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ