Advertisement
Article Detail0/zeeodisha/odisha2474696
Zee OdishaOdisha Stateରାଜଧାନୀରେ ପୁଣି ନକଲି ସିମ୍ କଲ ସେଣ୍ଟର ଠାବ, ୫ଜଣ ଅଟକ

ରାଜଧାନୀରେ ପୁଣି ନକଲି ସିମ୍ କଲ ସେଣ୍ଟର ଠାବ, ୫ଜଣ ଅଟକ

Police seized a call center: ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରେ ଦୀର୍ଘ ଦିନ ଚାଲିଥିଲା କଲ୍‌ ସେଣ୍ଟର। କୌଣସି ସୁତ୍ରରୁ ଖବର ପାଇଁ କାଞ୍ଚନ ଆପାର୍ଟମେଣ୍ଟରେ ସାଇବର ଏବଂ ଏୟାରଫିଲ୍ଡ ଥାନା ପୁଲିସ ଚଢାଉ କରିଥିଲା। ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ବେଳେ ୫ ଜଣଙ୍କ ଅଟକ ରଖିଛି ପୁଲିସ। 

ରାଜଧାନୀରେ ପୁଣି ନକଲି ସିମ୍ କଲ ସେଣ୍ଟର ଠାବ, ୫ଜଣ ଅଟକ

ଭୁବନେଶ୍ଵର: ରାଜଧାନୀରେ ନକଲି କଲ୍ ସେଣ୍ଟର । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରୁ ଠାବ ହୋଇଛି କଲ୍‌ ସେଣ୍ଟର। ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ଚାଲୁଥିଲା ପ୍ଲାନ। ଆପାର୍ଟମେଣ୍ଟରୁ ସିମ୍ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି। ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। 

ସୂଚନାଯୋଗ୍ୟ ଯେ, ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରେ ଦୀର୍ଘ ଦିନ ଚାଲିଥିଲା କଲ୍‌ ସେଣ୍ଟର। କୌଣସି ସୁତ୍ରରୁ ଖବର ପାଇଁ କାଞ୍ଚନ ଆପାର୍ଟମେଣ୍ଟରେ ସାଇବର ଏବଂ ଏୟାରଫିଲ୍ଡ ଥାନା ପୁଲିସ ଚଢାଉ କରିଥିଲା। ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ବେଳେ ୫ ଜଣଙ୍କ ଅଟକ ରଖିଛି ପୁଲିସ। ଅଟକ ସମସ୍ତ ବ୍ୟକ୍ତିଙ୍କୁ ଜେରା ଚାଲିଛି। 

Add Zee News as a Preferred Source
About the Author