ଟ୍ରକ ନୁହେଁ ବରଂ ଟ୍ରେନରେ ଆସିବ ଆଳୁ, ଖୁବଶୀଘ୍ର ହେବ ଶସ୍ତା !
Advertisement
Article Detail0/zeeodisha/odisha2389775

ଟ୍ରକ ନୁହେଁ ବରଂ ଟ୍ରେନରେ ଆସିବ ଆଳୁ, ଖୁବଶୀଘ୍ର ହେବ ଶସ୍ତା !

୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ଏବଂ ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଟ୍ରକ ନୁହେଁ ବରଂ ଟ୍ରେନରେ ଆସିବ ଆଳୁ, ଖୁବଶୀଘ୍ର ହେବ ଶସ୍ତା !

ଭୁବନେଶ୍ୱର: ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ସରକାର ଏକ ବଡ଼ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । ଟ୍ରେନ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ଏବଂ ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ପଞ୍ଚିମବଙ୍ଗରୁ ଆଳୁ ଗାଡି ରାଜ୍ୟକୁ ପ୍ରବେଶ ନକରିବା କାରଣରୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଏପରି କି କିଛି ଦିନ ତଳେ ଆଳୁ କେଜି ପିଛା ୫୦ରୁ ୬୦ ଟଙ୍କା ଦରରେ ବିକ୍ରି କରାଯାଉଥିଲା । ସରକାର ଘଟଣାରେ ହସ୍ତକ୍ଷେପ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ । ଆଳୁ ଦର ସମ୍ପର୍କରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ପରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେବା ସହ ରାଜ୍ୟକୁ ଉତ୍ତରପ୍ରଦେଶରୁ ଆଳୁ ଆସିଥିଲା । ଦରକାର ପଡିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଖାଦ୍ୟ ସୁରକ୍ଷା ତଥା ଯୋଗାଣ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ । ପଶ୍ଚିମବଙ୍ଗରୁ ଆଳୁ ନଆସିବା ପରେ ଆଳୁକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିରୋଧିଦଳର ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଥିଲେ । ଓଡ଼ିଶା ରାସ୍ତା ଦେଇ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟ୍ରକ ଗୁଡିକୁ ମଧ୍ୟ କିଛି ଲୋକ ଅଟକ ରଖିଥିବା କଥା ସାମ୍ନାକୁ ଆସିଥିଲା । ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାକୁ ଆଳୁ ଗାଡି ନଛାଡିବା କାରଣରୁ କିଛି ଆଳୁ ଗାଡି ଅନ୍ୟ ରାସ୍ତା ଦେଇ ରାଜ୍ୟକୁ ପ୍ରବେଶ କରିବା ପରେ ସୀମା ନିକଟବର୍ତ୍ତୀ ରାସ୍ତା ଗୁଡିକରେ ଯାଞ୍ଚ କରିବା ପାଇଁ ପଶ୍ଚମବଙ୍ଗ ପୋଲିସ ପକ୍ଷରୁ ସିସିଟିଭି ଲଗାଯାଇଥିଲା । ଅନ୍ୟପଟେ ଉତ୍ତରପ୍ରଦେଶରୁ ଆଳୁ ଆସିବା ପରେ ଗାଡି ଭଡା ଅଧିକ ପଡୁଥିବାରୁ ତାହା ମଧ୍ୟ ଆଳୁଦରକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଯୋଗାଣ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ରେଡ୍ କରାଯାଇ ଆଳୁ ଚଢାଦରରେ ନ ବିକିବାକୁ ପରାମର୍ଶ ଦିଆଯାଇଥିଲା ।

ତେବେ ସବୁ ପରେ ବର୍ତ୍ତମାନ ମଧ୍ୟ ରାଜ୍ୟରୁ ଆଳୁ ଅଭାବ ସମ୍ପୂର୍ଣ୍ଣ ଦୂର ହୋଇନାହିଁ । ଏବେ ମଧ୍ୟ ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡିକରେ ଆଳୁ କେଜି ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ରହିଛି । ଖୁବଶୀଘ୍ର ଆଳୁ ଦର ନିୟନ୍ତ୍ରଣ ହେବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Also Read- Onion Price Hike: ଆଳୁ ପରେ କନ୍ଦାଉଛି ପିଆଜ, କେଜି ୫୦ ପାର୍, ଜାଣନ୍ତୁ କେବେ ହେବ ଶସ୍ତା

Also Read- Lucky Zodiac Sign: ୧୮ ଅଗଷ୍ଟରେ ସୌଭାଗ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ