Rath Yatra 2023: ପାଖେଇ ଆସିଲାଣି ରଥ ଯାତ୍ରା, ଜୋରସୋରରେ ଜାରି ରହିଛି ରଥ ନିର୍ମାଣ
Advertisement
Article Detail0/zeeodisha/odisha1724562

Rath Yatra 2023: ପାଖେଇ ଆସିଲାଣି ରଥ ଯାତ୍ରା, ଜୋରସୋରରେ ଜାରି ରହିଛି ରଥ ନିର୍ମାଣ

Chariot Construction Update: ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥ ଖଳା। ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। 

Rath Yatra 2023: ପାଖେଇ ଆସିଲାଣି ରଥ ଯାତ୍ରା, ଜୋରସୋରରେ ଜାରି ରହିଛି ରଥ ନିର୍ମାଣ

Ratha Construction Update: ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥ ଖଳା। ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର 'ପ୍ରଥମ ଭୂଇଁ' ନିର୍ମାଣ ମହାରଣା ସେବକଙ୍କ ଦ୍ୱାରା ଶେଷ ହେବା ପରେ ତିନି ରଥ ପ୍ରଥମ ଭୂଇଁର ଅଂଶର ନମ୍ବରିଂ କରାଯାଇଛି। ନମ୍ବରିଂ ପରେ ପ୍ରଥମ ଭୂଇଁକୁ ଖୋଲାଯାଇ ରଥଖଳା ଠାରେ ଭୋଇ ସେବକ ସାଇତି ରଖିଥିଲେ। ତିନି ରଥର ଚାରିନାହାକାରେ ପ୍ରଥମ ଭୂଇଁ ଚଉତା ବା ଛକାଠ ସେଟିଙ୍ଗ ହୋଇ ମହାରଣା ଏବଂ ଭୋଇ ସେବକଙ୍କ ଦ୍ୱାରା କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି।

ତିନି ରଥର ଚଉଦ ନାହାକା ଉଠିବା ପରେ ପ୍ରଥମ ଭୂଇଁର ବାକି ଅଂଶ ଯଥା ୪ ଖମ୍ବୀ, ୨୪ ପାଖୁଡା, ୧୬ ଛିଆଣ, ପାଖୁଡାକୁ ଧରିରଖିବା ପାଇଁ ଭୂଇଁ ଖମ୍ବୀ ଆଦି ସଂଯୋଗ ହେବ। କରତି ସେବକ ୬ ଫୁଟ ମାପର ନଡ଼ିଆ ଗର ଅର୍ଥାତ 'ଖଦି ଓରା' ଗଡକରି ତିନି ରଥ ମହାରଣା ସେବକଙ୍କୁ ଯୋଗାଇ ଦିଆଯାଇଥିଲା। ମହାରଣା ସେବକ ଖଦି ଓରାରେ କାପ ଏବଂ ବିନ୍ଧ କରି ତିନି ରଥର ଦଣ୍ଡାରେ ଆଡ କରି ଫିଟିଙ୍ଗ କରିଛନ୍ତି। ଖଦିଓରାରେ ଚଉଦ ନାହାକା ସଂଯୋଗ ହୋଇ ଉଠିଲା ପରେ ଏହି କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ଭୂଇଁର ବାକି ଅଂଶ ଚଉଦ ନାହାକା ସଂଯୁକ୍ତ ହେବ।

Also Read: Rath Yatra 2023: ଚଳଚଞ୍ଚଳ ରଥ ଖଳା, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମହାରଣା ସେବକ ରଥ ଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ ନିର୍ମାଣ ଜାରି ରଖିଛନ୍ତି। ରୂପକାର ସେବକ ତିନି ରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନି ରଥ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଚିତ୍ରକର ସେବାକାରୀ ତିନିରଥର ପାର୍ଶ୍ୱ ଦେବା ଦେବୀ, ଶଖି ଏବଂ ଶିଖର ଡମ୍ବରୁ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। 

Also Read: Rath Yatra 2023: ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ

ଅନ୍ୟପଟେ ଆସନ୍ତା ୨୦ ତାରିଖରେ ପାଳିତ ହେବାକୁ ଯାଉଛି ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହେଲେ ଏହା ପୂର୍ବରୁ ଜୁନ ୪ ତାରିଖରେ ଶ୍ରକ୍ଷେତ୍ରରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ପରେ ଏବେ ରଥଯାତ୍ରା ପାଇଁ ଭକ୍ତଙ୍କ ଲାଗି ଚଳଚଞ୍ଚଳ ହୋଇଉଠିଛି ଶୀକ୍ଷେତ୍ର।