ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
Advertisement
Article Detail0/zeeodisha/odisha2416374

ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

Ravenshaw university: ଦୃଢ଼ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ। ସେହିଦିନଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ବିଶ୍ଵବିଦ୍ୟାଳୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। 

ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏଥିସହ ପ୍ରବେଶ ପଥ ଏବଂ କ୍ୟାମ୍ପସ୍‌ରେ ପୋଲିସ ମୁତନ ପାଇଁ ମଧ୍ୟ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।