Road Accident: ପୋଲ ତଳକୁ ଖସିଲା ଅମୃତଭଣ୍ତା ବୋଝେଇ ଟ୍ରକ୍, ଘଟଣାସ୍ଥଳରେ...
Advertisement
Article Detail0/zeeodisha/odisha2287082

Road Accident: ପୋଲ ତଳକୁ ଖସିଲା ଅମୃତଭଣ୍ତା ବୋଝେଇ ଟ୍ରକ୍, ଘଟଣାସ୍ଥଳରେ...

Road Accident: ରାସ୍ତାରେ ଛକି ବସିଥିଲା ଯମ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। ପୋଲ ତଳକୁ ଖସିଲା ଅମୃତଭଣ୍ତା ବୋଝେଇ ଟ୍ରକ୍ ।  ବାଲେଶ୍ବରର ସିମୁଳିଆ ଠାରେ ଏହି ଦୁର୍ଘଟଣା ଘଟିଛି । 

Road Accident: ପୋଲ ତଳକୁ ଖସିଲା ଅମୃତଭଣ୍ତା ବୋଝେଇ ଟ୍ରକ୍, ଘଟଣାସ୍ଥଳରେ...

Road Accident: ରାସ୍ତାରେ ଛକି ବସିଥିଲା ଯମ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। ପୋଲ ତଳକୁ ଖସିଲା ଅମୃତଭଣ୍ତା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲଫର ଦୁର୍ଘଟଣା ମୁହଁରୁ ବର୍ତ୍ତି ଯାଇଛନ୍ତି । ତେବେ, କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ବାଲେଶ୍ବରର ସିମୁଳିଆ ଠାରେ ଏହି ଦୁର୍ଘଟଣା ଘଟିଛି । ତେବେ, ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। 

ALSO READ: Road Accident: କାର୍ କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୩ ମୃତ

ALSO READ: Weather Update: ପାଣିପାଗ ବିଭାଗ ସତର୍କ ସୂଚନା, ଆଜି ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

ସୂଚନା ଅନୁସାରେ ଆଜି ସକାଳେ,  ଏକ ଟ୍ରକଟି ଆନ୍ଧ୍ରରୁ ପାଟଣା ଅଭିମୁଖେ ଯାଉଥିବା  ସମୟରେ ବାଲେଶ୍ବରର ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଭିତରୁ ହେଲପରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ତେବେ, ମୃତକ ଟ୍ରକ ଚାଳକ ଜଣକ ହେଲେ,  ଆନ୍ଧ୍ର ଗୁଣ୍ଟୁର ଅଞ୍ଚଳର ଶ୍ରୀନିବାସ ରାଓ ମଣ୍ତଳ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। 

ALSO READ: Chaturgrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚତୁଃଗ୍ରାହୀ ଯୋଗ, ବୃଷ, କନ୍ୟା ସହ ଲାଭରେ ରହିବେ ଏହି ୩ ରାଶି!

ସେହିପରି, ଗତକାଲି ମଧ୍ୟ  ଉତ୍ତରପ୍ରଦେଶର ଫିରୋଜାବାଦର ଆଗ୍ରା -ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୨୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ସୂଚନା ଅନୁସାରେ, ଛତିଶଗଡରୁ ୬୫ ଜଣ ଯାତ୍ରୀ ଏକ ବସ୍ ଯୋଗେ ବୈଷ୍ଣଦେବୀ ଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଦର୍ଶନ ସାରି ସେମାନେ ଉତ୍ତର ପ୍ରଦେଶର ବୃନ୍ଦାବନକୁ ଯାଇଥିଲେ। କିନ୍ତୁ ସେମାନେ ଶନିବାର ସେଠାରୁ ଦର୍ଶନ ସାରି ବସ ଯୋଗେ ଛତିଶଗଡ ଯାଉଥିବା ସମୟରେ ରବିବାର ଭୋର ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ।  ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ବସ୍ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇବା ସହିତ ୩ ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଥିଲା।କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।