Samalei Project: ଏହି ଦିନ ଉଦ୍ଦଘାଟିତ ହେବ ସମଲେଇ ପ୍ରକଳ୍ପ, ଆଜିଠୁ ଦେବ ନିମନ୍ତ୍ରଣ
Advertisement

Samalei Project: ଏହି ଦିନ ଉଦ୍ଦଘାଟିତ ହେବ ସମଲେଇ ପ୍ରକଳ୍ପ, ଆଜିଠୁ ଦେବ ନିମନ୍ତ୍ରଣ

Samalei Project: ଆସନ୍ତା ଜାନୁଆରୀ ୧୭ରେ ଲୋକର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ଏହାପରେ ଉଦ୍ଦଘାଟିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପତ୍ର ।

ସୌ(ସୋସିଆଲ ମିଡିଆ)

Samalei Project: ଆସନ୍ତା ଜାନୁଆରୀ ୧୭ରେ ଲୋକର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ତେବେ ଏହାପରେ ଅର୍ଥାତ୍ ଆସନ୍ତା ୨୭ ତାରିଖରେ ଉଦ୍ଦଘାଟିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପତ୍ର ।

ସୂଚନା ଅନୁଯାୟୀ, ସକାଳ ୬ ଘଣ୍ଟିକାରେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଓ ପୂଜକଙ୍କ ଦ୍ବାରା ମାଆ ସମଲେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା କରି ସମଲେଇ ପ୍ରକଳ୍ପର ଶୁଭ ଉଦ୍ଦଘାଟନ ନିମନ୍ତେ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପାଇଁ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ସମ୍ବଲପୁର ସ୍ଥିତ ମାଆ ସମଲେଇ ମନ୍ଦିର ଓ ଏହାର ଚତୁଃପାର୍ଶ୍ବ ଉନ୍ନତିକରଣ କାମ ଆରମ୍ଭ କରିଥିଲେ । ତେବେ ଏହି କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଞ୍ଚଛି ।

Also read-HiTech Tragedy: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !