ଏବର୍ଷ ନୁହେଁ, ଆସନ୍ତା ବର୍ଷଠୁ ହେବ ଛାତ୍ରସଂସଦ ନିର୍ବାଚନ
Advertisement
Article Detail0/zeeodisha/odisha2390907

ଏବର୍ଷ ନୁହେଁ, ଆସନ୍ତା ବର୍ଷଠୁ ହେବ ଛାତ୍ରସଂସଦ ନିର୍ବାଚନ

ଚଳିତ ବର୍ଷ ସମୟ ଅଭାବରୁ ନିର୍ବାଚନ ଠିକଣା ସମୟରେ କରାଯିବା ସମ୍ଭବ ହେଉ ନଥିବାରୁ ଆସନ୍ତା ବର୍ଷକୁ ଏଥିଲାଗି ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଏବର୍ଷ ନୁହେଁ, ଆସନ୍ତା ବର୍ଷଠୁ ହେବ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର: ଚଳିତ ବର୍ଷ ନୁହେଁ, ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ। ଏଥିଲାଗି ଏ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଚଳିତ ବର୍ଷ ସମୟ ଅଭାବରୁ ନିର୍ବାଚନ ଠିକଣା ସମୟରେ କରାଯିବା ସମ୍ଭବ ହେଉ ନଥିବାରୁ ଆସନ୍ତା ବର୍ଷକୁ ଏଥିଲାଗି ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ବଡ଼ଚଣା ନୂଆହାଟ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ସାଧାରଣତଃ ଛାତ୍ରସଂସଦ ନିର୍ବାଚନ ସେପ୍ଟମ୍ବର ମାସରେ ଅନୁଷ୍ଠିତ ହୋଇଥାଏ। ଏବର୍ଷ ସେଥିଲାଗି ପ୍ରସ୍ତୁତି ହୋଇନି। ଏଣୁ ଆସନ୍ତା ବର୍ଷଠାରୁ ଠିକଣା ସମୟରେ ଛାତ୍ର ସଂସଦ ନିର୍ବାଚନ ହେବ। 
ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ କଲେଜଗୁଡ଼ିକରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଆସୁଛି। ନବୀନ ସରକାର ସମୟରେ ଏହି ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଜେପିର ଛାତ୍ର ସଂଗଠନମାନେ ବିରୋଧ କରିଆସୁଥିଲେ। ଏଥର ସରକାରଙ୍କୁ ଆସିବା ପରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଏବର୍ଷଠାରୁ ଛାତ୍ର ସଂସଦ ନିର୍ବାଚନ ଲେଗି ବାଟ ଫିଟାଇବ ବୋଲି ଆଶା କରାଯାଉଥିଲେ। ଏପରିକି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଏ ସମ୍ପର୍କରେ ଛାତ୍ର ନେତାମାନେ ଜଣାଇଥିଲେ। କିନ୍ତୁ ଆଇନ ମନ୍ତ୍ରୀଙ୍କ ଏହି ସୂଚନା ଏବେ ସରକାରଙ୍କୁ ପ୍ରସ୍ତୁତି ଅଭାବକୁ ସ୍ପଷ୍ଟ କରୁଛି।

Also Read- Lucky Zodiac Sign: ୧୯ ଅଗଷ୍ଟରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Video: ଦେଶକୁ ସୁରକ୍ଷା ଦେବା ପାଇଁ ଦୂରରେ ଅଛି ଭାଈ, ନିଆରା ଢଙ୍ଗରେ ରାକ୍ଷୀ ପାଳିଲେ ଭଉଣୀ