Advertisement
Article Detail0/zeeodisha/odisha2479057
Zee OdishaOdisha Stateଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥର ବଡ଼ ନିଷ୍ପତ୍ତି, ଟ୍ରେନ୍‌ରେ ବାଣ ପରିବହନ ମନା

ଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥର ବଡ଼ ନିଷ୍ପତ୍ତି, ଟ୍ରେନ୍‌ରେ ବାଣ ପରିବହନ ମନା

ପୂର୍ବତଟ ରେଳ ଚଳପଥ ଅନ୍ତର୍ଗତ ସମସ୍ତ ତିନୋଟି ରେଳ ରଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟରକୁ ଏହି ସ୍ବତନ୍ତ୍ର ନିରା ନିରାପତ୍ତା/ସୁରକ୍ଷା ଅଭିଯାନ କରି ଯାତ୍ରୀବାହୀ ମେଲ ଏକ୍ସପ୍ରେସ ଟ୍ରେନ୍‌ରେ ଟ୍ରେ କଡ଼ା ଯାଞ୍ଚ ସ‌ହ ନିରନ୍ତର ନଜର ରଖିବାକୁ କୁହାଯାଇଛି।

ଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥର ବଡ଼ ନିଷ୍ପତ୍ତି, ଟ୍ରେନ୍‌ରେ ବାଣ ପରିବହନ ମନା

ଭୁବନେଶ୍ଵର: ଯାତ୍ରୀ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଜାରି ହୋଇଛି। ଏଥିସହ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ପରି ଦହନଶୀଳ ସାମଗ୍ରୀ ମଧ୍ୟ ନି ନିଆଯାଇପାରିବ ନାହିଁ। ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। କୌଣସି ବ୍ୟକ୍ତିବିଶେଷ କିମ୍ବା ଯାତ୍ରୀ ଯାତ୍ରୀ ଯଦି ପରିବହନ କରୁଥିବା ନଜରକୁ ଆସନ୍ତି ସନ୍ତି ତାହା ହେଲେ ଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ଦୀପାବଳିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବେଆଇନ ପରିବହନ ଉପରେ ସ୍ବତନ୍ତ୍ର ଅଭିଯାନ ସହ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏଭଳି ପ୍ରୟାସ କରାଯାଇଛି। 

ଟ୍ରେନ୍ ଯାତ୍ରୀମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯିବା ସହ ସେମାନଙ୍କ ଯାତ୍ରା ସମୟରେ କୌଣସି ଜ୍ଵଳନ୍ତ କିମ୍ବା ମ୍ବା ବିସ୍ଫୋରକ ସାମଗ୍ରୀ ନ ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ସହ-ଯାତ୍ରୀମା ପାତ୍ରୀମାନେ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ରେଳବାଇ ସୁରକ୍ଷ ବଳ(ଆରପିଏଫ୍) କର୍ମଚାରୀ, ସରକାରୀ ରେଳ ପୁଲିସ(ଜିଆରପି), ଟିଟିଇ, କୋଚ୍ ସେବକ, ଷ୍ଟେସନ୍ ପରିଚାଳକଙ୍କ ସମେତ ଅନ୍‌ବୋର୍ଡ କର୍ମଚାରୀଙ୍କୁ ଏହି ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ପୂର୍ବତଟ ରେଳ ଚଳପଥ ଅନ୍ତର୍ଗତ ସମସ୍ତ ତିନୋଟି ରେଳ ରଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟରକୁ ଏହି ସ୍ବତନ୍ତ୍ର ନିରା ନିରାପତ୍ତା/ସୁରକ୍ଷା ଅଭିଯାନ କରି ଯାତ୍ରୀବାହୀ ମେଲ ଏକ୍ସପ୍ରେସ ଟ୍ରେନ୍‌ରେ ଟ୍ରେ କଡ଼ା ଯାଞ୍ଚ ସ‌ହ ନିରନ୍ତର ନଜର ରଖିବାକୁ କୁହାଯାଇଛି। ରେଳବାଇ ହେଲ୍ପ ଲାଇନ ନମ୍ବର ୧୩୯କୁ ଫୋନ୍‌ କରି ଜ୍ଵଳନ୍ତ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଯାତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।

Add Zee News as a Preferred Source
About the Author