)
ଭୁବନେଶ୍ଵର: କଟକ ବାଲିଯାତ୍ରା ତଳ ପଡ଼ିଆରେ ଜୋର ଧରିଲାଣି ପ୍ରସ୍ତୁତି। ଆଜିଠାରୁ ପ୍ଲଟ ନିଲାମ ଆରମ୍ଭ ହେବ। ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ବିଦ୍ୟତୁ ବିଭାଗ ପକ୍ଷରୁ ତାର ଟାଣିବା ଓ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। ତେବେ ବର୍ଷକୁ ଥରେ ଏହି ବାଣିଜ୍ୟିକ ମହାକୁମ୍ଭ ପାଇଁ ଅନେକ ଛୋଟ ବଡ଼ ବ୍ୟବସାୟୀଙ୍କ ଥାଏ ଅପେକ୍ଷା।
୧୦ ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ଗତକାଲି ଶେଷ ହୋଇଛି ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା। ମୋଟ ୧୫୦୦ ଜଣ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ଏହାଛଡା ଓରମାସ ମେଳା ପାଇଁ ବି ଆରମ୍ଭ ହୋଇଗଲାଣି କାମ। ବିଦ୍ୟତୁ ବିଭାଗ ପକ୍ଷରୁ ତାର ଟାଣିବା ଓ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି।