ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପସିଲା ପୁଲିସ ପିସିଆର୍
Advertisement
Article Detail0/zeeodisha/odisha2428441

ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପସିଲା ପୁଲିସ ପିସିଆର୍

Pcr accident: ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ରାସ୍ତାକଡ଼ରେ ଥିବା ଜୋତା ମରାମତି ଦୋକାନୀ ଉପରେ ମାଡ଼ି ଯାଇଥିଲା।

ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପସିଲା ପୁଲିସ ପିସିଆର୍

କଟକ: କଟକ ବିଜୁ ପଟ୍ଟନାୟକ ଛକରେ ପିସିଆର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ରାସ୍ତା କଡକୁ ଚଢ଼ି ଗଲା ପୁଲିସ ଭ୍ୟାନ। ଦୁର୍ଘଟଣାରେ ଦୁଇ ଜଣ ଆହାତ ହୋଇଛନ୍ତି। ଏଥିରେ ଜଣେ ଉଠା ଦୋକାନ ଓ ଅନ୍ୟଜଣେ ସାଇକେଲ ଆରୋହୀ ମଧ୍ୟ ଆହତ ହୋଇଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଏହି ଦୁର୍ଘଟଣା ଘଟିଛି। କଟକ ସଦର ପୁଲିସର ରିଜର୍ଭ ଶାଖାରେ ଏହି ପୁଲିସ ଭ୍ୟାନ ନିୟୋଜିତ ରହିଛି। 

ସୂଚନାଯୋଗ୍ୟ ଯେ,ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ରାସ୍ତାକଡ଼ରେ ଥିବା ଜୋତା ମରାମତି ଦୋକାନୀ ଉପରେ ମାଡ଼ି ଯାଇଥିଲା। ପରେ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ନାଳକୁ ପସିଯାଇଥିଲା। ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୁଲିସ ନେଇଯାଇଥିବା ସୂଚନା ରହିଛି। ତେବେ ପିସିଆର୍ ରେ କେତେଜଣ ପୁଲିସ କର୍ମଚାରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ପୁଲିସ ପୁଲିସ ଗାଡ଼ି ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ। ଫଳରେ ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।