Odisha News: ମାଛ ବିକି ମାଲାମାଲ ବେପାରୀ, ଦାମ୍ ଜାଣିଲା ଉଡ଼ିଯିବ ହୋସ୍...
Advertisement
Article Detail0/zeeodisha/odisha2197458

Odisha News: ମାଛ ବିକି ମାଲାମାଲ ବେପାରୀ, ଦାମ୍ ଜାଣିଲା ଉଡ଼ିଯିବ ହୋସ୍...

Odisha News: ସମୁଦ୍ରରୁ ଧରା ହୋଇଥିବା ୯ଟି ତେଲିଆ ବୋରେଇ ମାଛର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ପାରାଦୀପ ମାଛଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍ ୯ଟି ତେଲିଆ ବୋରେଇ ମାଛ ଧରିଛି। ଯାହାର ଓଜନ ଗୋଟିଏ ଗୋଟିଏ ମାଛ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ ହେବ। 

Odisha News: ମାଛ ବିକି ମାଲାମାଲ ବେପାରୀ, ଦାମ୍ ଜାଣିଲା ଉଡ଼ିଯିବ ହୋସ୍...

Odisha News: ସମୁଦ୍ରରୁ ଧରା ହୋଇଥିବା ୯ଟି ତେଲିଆ ବୋରେଇ ମାଛର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ପାରାଦୀପ ମାଛଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍ ୯ଟି ତେଲିଆ ବୋରେଇ ମାଛ ଧରିଛି। ଯାହାର ଓଜନ ଗୋଟିଏ ଗୋଟିଏ ମାଛ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ ହେବ। ଏହିପରି ୯ଟି ମାଛ ଏକ ସଙ୍ଗେ ଜାଲରେ ପଡ଼ିଥିବା ବେଳେ ଜାଲ ମଧ୍ୟ ଭାରି ଓଜନିଆ ହୋଇ ଯାଇଥିଲା । କାଳେ ଜାଲ ଛିଣ୍ଡି ଯିବ ସେନେଇ ବୋଟ୍ ର ଷ୍ଟାଫ୍ ମାନେ ଅତି ଯତ୍ନ ସହକାରେ ଜାଲକୁ ପାଣିରେ ଭସାଇ ଭସାଇ କୂଳକୁ ଆଣିଥିଲେ।

 ତେବେ ଏହି ମାଛ ପାରାଦୀପ ମାଛଧରା ବନ୍ଦର କୁ ଆସିବା ପରେ ତାକୁ ନିଲାମ କଲାବେଳେ ତାର କିଲୋ ପ୍ରତି ପ୍ରାୟ ୬ ହଜାର ଟଙ୍କା ହୋଇଥିଲା କିନ୍ତୁ ଏହାର ମୂଲ୍ୟ ଆହୁରି ଅଧିକ ଥିବାରୁ ଏହାର ମାଲିକ ଆଉ ପାରାଦୀପରେ ନ ବିକ୍ରୀ କରି ଦୀଘାରେ ବିକ୍ରୀ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ମାଛ ଯାହା ର କିଲୋ ପ୍ରତି ପ୍ରାୟ ୧୪ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ଜଣାପଡିଛି। ତେବେ ଏହାକୁ ବିକ୍ରି କରି ମାଲିକ ମାଲା ମାଲ୍ ହୋଇଥିବାରୁ ଏହାର କର୍ମଚାରୀ ଓ ମାଲିକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଆନ୍ତର୍ଜାତିକ ବଜାରରେ ଏହି ମାଛର ଚାହିଦା ଅଧିକ ରହିଥିବା ବେଳେ ଏହି ମାଛ ପୁଟିରେ ଔଷଧୀୟ ଗୁଣ ରହିଛି। ଏଥି ଯୋଗୁ ଏହି ମାଛ ବିଦେଶକୁ ରପ୍ତାନୀ ହୋଇଥାଏ। ସାଧାରଣତଃ ଏହି ତେଲିଆ ବୋରେଇ ମାଛ ଗଭୀର ସମୁଦ୍ର ମଧ୍ୟରେ ଦେଖା ଦେଇଥାଏ। ଏହିପରି ଅନେକ ମାଛର ପୁଟି ଔଷଧୀୟ କାର୍ଯ୍ୟ ରେ ଲାଗୁଥିବା ରୁ ଆନ୍ତର୍ଜାତିକ ବଜାରରେ ବହୁ ମୂଲ୍ୟ ରେ ବିକ୍ରୀ କରା ଯାଇଥାଏ।