Advertisement
Article Detail0/zeeodisha/odisha2473107
Zee OdishaOdisha Stateରେରା ଆଇନ ହେବ ସଂଶୋଧନ, ଏଭଳି କିଛି ସୂଚନା ଦେଲେ ମନ୍ତ୍ରୀ

ରେରା ଆଇନ ହେବ ସଂଶୋଧନ, ଏଭଳି କିଛି ସୂଚନା ଦେଲେ ମନ୍ତ୍ରୀ

The rera act: ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଦଲାଲ୍ ମୁକ୍ତ କରାଯିବ। ଏଥିପାଇଁ ଯେଉଁମାନଙ୍କର କାମ ନଥାଇ ବାରମ୍ବାର ଅଫିସ୍ ଆସୁଥିବା ଦେଖାଯିବ ସେମାନଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବା ସେମାନଙ୍କ ଫଟୋକୁ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ରେରା ଆଇନ ହେବ ସଂଶୋଧନ, ଏଭଳି କିଛି ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ଵର: ଏବେ ରାଜ୍ୟର ସହରାଞ୍ଚଳରେ ଜମି କିଣାବିକା ଏକପ୍ରକାର ଠପ୍ ହୋଇଯାଇଥିବାବେଳେ ବହୁ ଲୋକ ହଇରାଣ ହେଉଛନ୍ତି। ନଗର ଉନ୍ନୟନ ବିଭାଗ, ରେରା ଓ ରାଜସ୍ବ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାରୁ ଲୋକମାନେ ଦରକାର ସମୟରେ ବି ଜମି ବିକ୍ରି କରିପାରୁନାହାନ୍ତି। ଦୀର୍ଘ ମାସ ହେଲା ଏହି ଅଚଳାବସ୍ଥା ଜାରି ରହିଥିବାବେଳେ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ମୁହଁ ଖୋଲିଛନ୍ତି। 

ବର୍ତ୍ତମାନର ସମସ୍ୟା ବିଷୟରେ ମନ୍ତ୍ରୀ କହିଛନ୍ତି, ଏବେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଜଣେ ଝିଅ ବାହାଘର ପାଇଁ ଜମି ବିକିବାକୁ ଚାହିଁଲେ ବି ବିକ୍ରି କରିପାରୁନି। ତେଣୁ ଆଇନରେ ପରିବର୍ତ୍ତନ ଆସିବା ଦରକାର ଏଥିପାଇଁ ରେରା ଆଇନରେ ସଂଶୋଧନ ଅଣାଯିବ ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବୁ। ଏନେଇ ଖୁବ୍ ଶୀଘ୍ର ଏକ ବୈଠକ ବସିବ ଆଇନରେ କ'ଣ ସଂଶୋଧନ ଆବଶ୍ୟକ ସେନେଇ ରାଜସ୍ବ ବିଭାଗ ପ୍ରସ୍ତାବ ଦେବ ନଗର ଉନ୍ନୟନ ବିଭାଗ, ରେରା କ’ଣ କରିବେ ସେନେଇ ମଧ୍ୟ ନିଷ୍ପତ୍ତି ହେବ। ସେହିପରି ଜମି କିଣାବିକା ନେଇ ଲୋକ ଅସନ୍ତୁଷ୍ଟ ହେଲେ ଅଭିଯୋଗ କରିବାର ବ୍ୟବସ୍ଥା କରାଯିବ। ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଦଲାଲ୍ ମୁକ୍ତ କରାଯିବ। ଏଥିପାଇଁ ଯେଉଁମାନଙ୍କର କାମ ନଥାଇ ବାରମ୍ବାର ଅଫିସ୍ ଆସୁଥିବା ଦେଖାଯିବ ସେମାନଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବା ସେମାନଙ୍କ ଫଟୋକୁ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Add Zee News as a Preferred Source
About the Author