Odisha News: ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା
Advertisement
Article Detail0/zeeodisha/odisha2325339

Odisha News: ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା

Odisha News: ଗାଁ ଦାଣ୍ତରେ ଆଦିବାସୀ ଯୁବକଙ୍କୁ ପୋଲିସର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହ ଯୁବକଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଦେବା ସହ ପୋଲିସ ଫାଣ୍ଡିରେରେ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଯୁବକଙ୍କ ମାଆ ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଛନ୍ତି । 

 Odisha News: ଆଦିବାସୀ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା

Odisha News: ଗାଁ ଦାଣ୍ତରେ ଆଦିବାସୀ ଯୁବକଙ୍କୁ ପୋଲିସର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହ ଯୁବକଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଦେବା ସହ ପୋଲିସ ଫାଣ୍ଡିରେରେ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଯୁବକଙ୍କ ମା ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଛନ୍ତି । ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିର ସହାଜବାହାଲ ଗାଁରେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 

ଗତ ଜୁଲାଇ ୩ ତାରିଖ ସକାଳେ ପ୍ରାୟ ସାଢେ ୭ ଟା ବେଳେ ଚିପିଲିମା ଫାଣ୍ଡିର ର ୨ ଜଣ ପୋଲିସ କର୍ମଚାରୀ ସାହାଜବାହାଲ ଗାଁର ସୁବାସିନୀ ମିର୍ଦ୍ଧାଙ୍କ ଘରକୁ ଆସି ତାଙ୍କ ପୁଅ ରାଜେଶ ମିର୍ଦ୍ଧାକୁ ଏକ ବ୍ୟାଟେରୀ ଚୋରୀ ଅଭିଯୋଗରେ ଉଠାଇ ନେଇଥିଲେ। ଏହା ପରେ ଗାଁ ଦାଣ୍ଡରେ ଥିବା ମନ୍ଦିର ସମ୍ମୁଖରେ ରାଜେଶଙ୍କୁ ଅଟକେଇ ସବୁ ଲୋକଙ୍କ ସମ୍ମୁଖରେ ପଚରା ଉଚରା ଆଳରେ ମାଡ଼ ମାରିଥିଲେ । ଜାତିଆଣ ଆକ୍ଷେପ କରି ଗାଳି ଦେଇଥିଲେ ବୋଲି ରାଜେଶ ମିର୍ଦ୍ଧା ଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ସେହିଦିନ ଫାଣ୍ଡିକୁ ନେଇ ରାଜେଶଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ରାଜେଶ ଙ୍କ ମାଆ। 

ଏ-ହା ପରେ ରାଜେଶ ଙ୍କୁ ଧମକ ଚମକ ଦେଇ ଏକ କାଗଜ ରେ ଦସ୍ତଖତ କରେଇ ସେହିଦିନ ଅପ ରାହ୍ନ ପ୍ରାୟ ୧.୩୦ ମିନିଟ ରେ ରାଜେଶ ଙ୍କୁ ତାଙ୍କ ଘରେ ଛାଡିଥିଲା ପୋଲିସ । ସେତେବେଳେ ରାଜେଶ ଅତି ଶୋଚନୀୟ ଅବସ୍ଥା ରେ ଥିଲେ । ପରେ ତାଙ୍କ ମା ତାଙ୍କୁ ବୁର୍ଲା ଭୀମସାର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ । ସେ ହସ୍ପିଟାଲ ରୁ ଫେରିବା ପରେ ରାତିରେ ଯାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଏନେଇ ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିଛନ୍ତି ରାଜେଶ ଙ୍କ ମା ସୁବାସିନୀ ମିର୍ଦ୍ଧା । ଏଠାକୁ ଆସିବା ପୂର୍ବରୁ କେତେକ ପୋଲିସ ଗତକାଲି ଘରକୁ ଆସି କେଶ ନକରିବାକୁ ଧମକ ଚମକ ଦେଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ସୁବାସିନୀ ମିର୍ଦ୍ଧା ।

ରାଜେଶ ଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ଚୋରୀ କରି ନାହିଁ । କିନ୍ତୁ ତାକୁ ପୋଲିସ ବହୁତ ମାଡ଼ ମାରିଛି । ଯଦି ବି ତାଙ୍କ ନାଁ ରେ ଅଭିଯୋଗ ଥିଲା ତାହେଲେ ତାଙ୍କୁ କୋର୍ଟ ଚାଲାଣ କରାଯିବାର ଥିଲା । ଏ-ମିତି ଗାଁ ଦାଣ୍ଡରେ ଓ ଫାଣ୍ଡିରେ କାହିଁକି ମାଡ଼ ମରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏ-ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ କହିଛନ୍ତି ତାଙ୍କ ପାଖରେ ବୁର୍ଲା ଥାନା ଚିପିଳିମା ଫାଣ୍ଡି ସାହାଜ ବାହାଲ ଗାଁର ସୁବାସିନୀ ମିର୍ଦ୍ଧା ତାଙ୍କ ପୁଅ ରାଜେଶ ମିର୍ଦ୍ଧା ଙ୍କୁ ଚିପିଲିମା ଫାଣ୍ଡି ର ପୋଲିସ କର୍ମଚାରୀ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଲିଖିତ ଅଭିଯୋଗ କୁ ସମ୍ବଲପୁର ଏସପି ଙ୍କ ପାଖକୁ ନିୟମ ମୁତାବକ ପଠେଇ ଦିଆଯାଇଛି । ଏହା ସହ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ସୂଚନା ଦେଇଛନ୍ତି ।