Vande Bharat Express: ଏହି ଦିନ ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?
Advertisement
Article Detail0/zeeodisha/odisha2418539

Vande Bharat Express: ଏହି ଦିନ ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?

Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟବାସୀଙ୍କ ରେଳ ମନ୍ତ୍ରଣାଳୟର ବଡ଼ ଭେଟି। ଖୁବଶିଘ୍ର ରାଜ୍ୟରେ ଗଡିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ୍ । 

Vande Bharat Express: ଏହି ଦିନ ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?
Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟବାସୀଙ୍କ ରେଳ ମନ୍ତ୍ରଣାଳୟର ବଡ଼ ଭେଟି। ଖୁବଶିଘ୍ର ରାଜ୍ୟରେ ଗଡିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟା ନଗର ମଧ୍ୟରେ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।  ଏହି ଟ୍ରେନ୍ ସହ ଓଡି଼ଶାରେ ମୋଟ୍ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିବ।
 
ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ  ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଏହି ୨ ମାର୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍  ଟ୍ରେନ୍ ଟାଟା ନଗରରେ ପହଞ୍ଚିଛି।  ଲୋକାର୍ପଣ ପୂର୍ବରୁ  ଏହି ୨ଟି ମାର୍ଗରେ ଟ୍ରାଏଲ୍ ରନ୍ କରାଯିବ।  ଆସନ୍ତା ୮ ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍  ଟ୍ରେନ୍ ର ଟ୍ରାଏଲ୍ ରନ୍ କରିବାକୁ ନିସ୍ପତ୍ତି ନିଆଯାଇଛି।  ଟାଟା ନଗରରୁ ବ୍ରହ୍ମପୁର ମଧ୍ୟରେ  ଟ୍ରେନ୍ ଚଳାଚଳ କରିବାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ୭ରୁ ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୬ କିମି ମାର୍ଗ ଅତିକ୍ରମ କରିବ।  
 
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ଗଡ଼ ଦେଇ ଏହି ଟ୍ରେନ୍ ଚଳାଚଳ କରିବ।  ଟାଟା-ନଗରରୁ ଟ୍ରେନ୍ ବାହାରି  ଚାଇଁବସା, ବାଂଶପାଣି, କେନ୍ଦୁଝରଗଡ଼,ହରିଚନ୍ଦନପୁର, ଜଖପୁରା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଆଦି ୧୨ ଟି ରେଳ ଷ୍ଟେସନ୍ ଦେଇ ବ୍ରହ୍ମପୁରରେ ପହଞ୍ଚିବ।  ସପ୍ତାହକୁ ୬ ଦିନ ଏହି ଟ୍ରେନ୍ ଚଳାଚଳ କରିବ। ସୂଚନାଯୋଗ୍ୟ  ଗତବର୍ଷ ଓଡି଼ଶାରେ ଲୋକାର୍ପଣ ହୋଇଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଯାହା ପୁରୀରୁ ହାଓ୍ବଡା ପର୍ଯ୍ୟନ୍ତ ଚଳାଚଳ କରୁଛି।  ଏଥିସହ ଭୁବନେଶ୍ବର-ବିଶାଖାପାଟଣା ଓ ପୁରୀ- ରାଉରକେଲା ରୁଟ୍ ରେଲ  ବନ୍ଦେ ଭାରତ ଚଳାଚଳ କରୁଛି।