Odisha News: ବାଲେଶ୍ୱର ଗ୍ରାମଉନ୍ନୟନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisement
Article Detail0/zeeodisha/odisha2438794

Odisha News: ବାଲେଶ୍ୱର ଗ୍ରାମଉନ୍ନୟନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଗ୍ରାମ ଉନ୍ନୟନ ବିଭାଗର ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ଏନ୍‍ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ଆଫିସ ଓ ସରକାରୀ ବାବସଭବନ ସମେତ ରାଜ୍ୟର ୧୧ଟି ସ୍ଥାନରେ ଚଢ଼ଉ କରାଯାଉଛି। ଏହି କାର୍ଯ୍ୟରେ ୧୧ଜଣ ଡିଏସ୍‍ପି, ୭ ଜଣ ଇନ୍ସପେକ୍ଟର ଏବଂ ୧୧ ସବ୍‍ଇନ୍ସପେକ୍ଟର ସାମିଲ୍‍ ରହିଛନ୍ତି। ଭୁବନେଶ୍ୱର, କନ୍ଧମାଳ, ବ୍

Odisha News: ବାଲେଶ୍ୱର ଗ୍ରାମଉନ୍ନୟନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Odisha News: ଭୁବନେଶ୍ୱର: ଗ୍ରାମ ଉନ୍ନୟନ ବିଭାଗର ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ଏନ୍‍ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ଆଫିସ ଓ ସରକାରୀ ବାବସଭବନ ସମେତ ରାଜ୍ୟର ୧୧ଟି ସ୍ଥାନରେ ଚଢ଼ଉ କରାଯାଉଛି। ଏହି କାର୍ଯ୍ୟରେ ୧୧ଜଣ ଡିଏସ୍‍ପି, ୭ ଜଣ ଇନ୍ସପେକ୍ଟର ଏବଂ ୧୧ ସବ୍‍ଇନ୍ସପେକ୍ଟର ସାମିଲ୍‍ ରହିଛନ୍ତି। ଭୁବନେଶ୍ୱର, କନ୍ଧମାଳ, ବ୍ରହ୍ମପୁର କେନ୍ଦୁଝର ପ୍ରଭୃତି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଜମା ମାମଲାରେ ତାଙ୍କୁ ଆରୋପିତ କରାଯାଇଛି।  ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ଥିବାରୁ ସମ୍ପତ୍ତି ଜବତ ବାବଦୀୟ ତଥ୍ୟ ବାବଦରେ ଭିଜିଲାନ୍ସ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। 

ଏଠାରେ କହି ରଖୁ କି ସଦ୍ୟ ସୁଚନା ମୁତାବକ ବ୍ରହ୍ମପୁର ଭାବିନିପୁରରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ ଘରେ, ଭୁବନେଶ୍ୱର ପାତ୍ରପଡାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚକେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ବର ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘରେ ଓ କେନ୍ଦୁଝର ବଳଦେବଜିଉ କଲୋନିରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକସଙ୍ଗେ ଭିଜିଲାନ୍ସ ରେଡ୍‌ କରିଛି । ଏହି ଚଢ଼ାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି ।