ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ
Advertisement
Article Detail0/zeeodisha/odisha2444096

ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ

vimsar fined: ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା।

ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ

ସମ୍ବଲପୁର: ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ବୁର୍ଲା ଭିମସାରକୁ ଫାଇନ କଲା ରାଜ୍ୟ ପ୍ରଦୂଷଣ ବୋର୍ଡ ୧୧ ଲକ୍ଷ ଟଙ୍କା ଫାଇନ କରିଛନ୍ତି। ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଭିମ୍‌ସାର ମାନଦଣ୍ଡ ପୂରଣ କରୁନଥିବାରୁ ଏହି ଫାଇନ୍‌ କରାଯାଇଥିବା ଜଣାପଡିଛି। ତେବେ ଆସନ୍ତା ୧୫ ଦିନ ମଧ୍ଯରେ ତଣ୍ଡ ପଇଠ ନକଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। 

ତେବେ ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା। ଏହି ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ। ଯାହାଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭିମସାର ତାହା ପୂରଣ ନକରିବାରୁ ଶେଷରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ କରାଯାଇଛି।