ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ସମୟରେ ହଠାତ୍ ସିଂହଦ୍ୱାର ନିକଟରେ ଅସୁସ୍ଥ ହେବା ସହ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Trending Photos
ପୁରୀ: ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସମଗ୍ର ରାଜ୍ୟ ସମେତ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ତେବେ ଗତକାଲି ସିଂହଦ୍ୱାର ନିକଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ସୂଚନା ମୁତାବକ, ମହିଳା ଜଣକ ଗତକାଲି କଳାଠାକୁରଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ । ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ସମୟରେ ହଠାତ୍ ସିଂହଦ୍ୱାର ନିକଟରେ ଅସୁସ୍ଥ ହେବା ସହ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ମହିଳାଙ୍କର ସଠିକ୍ ପରିଚୟ ମିଳିନଥିବା ସମୟରେ ପୋଲିସ ଘଟଣାର ତଦନ୍ତ କରୁଛି ।
Also Read- OASସ୍ତରରେ ଅଦଳବଦଳ, ୪ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି
Also Read- ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ