ଲୁଣା ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ
Advertisement
Article Detail0/zeeodisha/odisha2388852

ଲୁଣା ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ

Odisha News: ଯୁବକ ଜଣକ ବସପୁର ପଟୁ ଆସି ବ୍ରିଜ ଉପରେ ଚପଲ ଥୋଇ ନଦୀକୁ ଡେଇଁ ପଡିପଡିଥିଲେ।

ଲୁଣା ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କରିଲୋପାଟଣା-ବସପୁର ସେତୁ ଉପରୁ ଲୁଣା ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ। ନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ତେବେ ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ପାଣିରେ ଯୁବକକୁ ବୋହୁ ଖୋଜା ଖୋଜି କରିଛନ୍ତି। ହେଲେ ସନ୍ଧାନ ମିଳିନାହିଁ। 

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବସପୁର ପଟୁ ଆସି ବ୍ରିଜ ଉପରେ ଚପଲ ଥୋଇ ନଦୀକୁ ଡେଇଁ ପଡିପଡିଥିଲେ। ପରବର୍ତ୍ତୀ ସମୟରେ ସେ କେଉଁଆଡେ ନିିଖୋଜ ହୋଇଯାଇ ଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସାହାର୍ଯ୍ୟରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ କେଉଁ ପରିସ୍ଥିତିରେ ଯୁବକ ଜଣକ ନଦୀକୁ ଡେଇଁ ପଡିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଖୋଜା ଖୋଜି କରୁଥିଲେ।