Top 10 News Today: ଆଜି କଟକ ସହରରୁ ଅଳିଆ ଉଠିନି ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2388520

Top 10 News Today: ଆଜି କଟକ ସହରରୁ ଅଳିଆ ଉଠିନି ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ଆଜି କଟକ ସହରରୁ ଅଳିଆ ଉଠିନି ଓ ଅନ୍ୟାନ୍ୟ ଖବର

Top 10 News Today:

01- କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ୨୪ ଘଣ୍ଟିଆ ଧର୍ମଘଟ ପାଳନ ହେଉଛି । କଟକ ଏସସିବି ଏବଂ ସମ୍ୱଲପୁର ବୁର୍ଲା ସମେତ ବିଭିନ୍ନ ଡାକ୍ତରଖାନାରେ ଆନ୍ଦୋଳନ କରୁଛନ୍ତି ଡାକ୍ତର।  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ କାରଣରୁ ରୋଗୀ ସେବା ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ ସେବା ନପାଇ ରୋଗୀ ଫେରୁଥିବା ଅଭିଯୋଗ ହୋଇଛି

02- ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ନୂଆ ଦାୟିତ୍ବ । ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ । କମିଟିରେ ଲୋକସଭାରୁ ୧୫ଜଣ ଏବଂ ରାଜ୍ୟସଭାରୁ ୭ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । କମିଟିରେ ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, କାନିମୋଇ, ପ୍ରତାପ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ଅରୁଣ ସିଂହ ସଦସ୍ୟ ମଧ୍ୟ ରହିଛନ୍ତି ।

03- ରାସନକାର୍ଡରେ ପୁଣି ଚାଉଳ ସହ ଗହମ ମିଳିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ପୁଣି ଥରେ ପୂର୍ବ ଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ।

04- ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ପରେ ଭୁବନେଶ୍ବର, କଟକରେ ୨ଟି କୋଠା ଠାବ ହେବା ସହ ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ଜବତ ହୋଇଛି । ଏଥିସହ ୨.୮୬ କୋଟିର ଜମା, ୧.୨୧ ଲକ୍ଷର ନଗଦ କ୍ୟାସ ମିଳିଥିବା ସୂଚନା ରହିଛି । ବର୍ତ୍ତାମନ ମଧ୍ୟ ଚଢ଼ାଉ ଜାରି ରହିଛି ତେଣୁ ଆଗକୁ ସମ୍ପତ୍ତି ବଢ଼ିବା ସମ୍ଭାବନା ରହିଛି । ବିନୟ ଭୂଷଣଙ୍କ ଲିଙ୍କ ଥିବା ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ ।

05- କେନ୍ଦ୍ରାପଡ଼ା ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପ୍ରଦୀପ ଗିରଫ ହୋଇଛନ୍ତି । ଶୁକ୍ରବାର ପ୍ରଦୀପଙ୍କ ଘର ଓ ଅଫିସ୍‌ ସହ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ରେଡ୍‌ କରିଥିଲା ଭିଜିଲାନ୍ସ । ଅଢ଼େଇ କୋଟି ଟଙ୍କା ଜମା ରାଶି, ୨ଟି କୋଠା, ୮୫୦ ଗ୍ରାମ୍‌ ସୁନା ଜବତ ହୋଇଥିଲା ।

06- ଶୁକ୍ରବାର ପୋଲିସ ଡିଜି ଭାବେ ଦାୟିତ୍ବ ନେବା ପରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୱାଇ. ବି. ଖୁରାନିଆ । ଆଉ ଆଜି ସକାଳୁ ପୁରୀ ଅଭିମୁଖେ ଯାଇ ଶ୍ରୀଜିଉଙ୍କ ଆଶିଷ ଭିକ୍ଷା କରିଛନ୍ତି ଖୁରାନିଆ। ଦର୍ଶନ କରିସାରିବା ପରେ ପୁରୀ ପୋଲିସ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡଆପାଟ ପ୍ରଦାନ କରାଯାଇଥିଲା । ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ଭକ୍ତଙ୍କ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯିବ ବୋଲି କହିଥିଲେ ।

07- ବିଜେପି ପ୍ରଶିକ୍ଷଣକୁ ବୟକଟ କରି ନିଜସ୍ବ ଶିବିର ଯୋଜନା କରିଛି ବିଜୁ ଜନତା ଦଳ । ଅଗଷ୍ଟ ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ ବୋଲି ପ୍ରତାପ କହିଛନ୍ତି ।

08- ଭୁବନେଶ୍ବରରୁ ସିମ୍‌ ବକ୍ସ ଜବତ ଘଟଣାର ତଦନ୍ତ କରିବା ପରେ ବଡ଼ ଖୁଲାସା କରିଛନ୍ତି ସିପି । ଜବତ ସିମରେ ପାକିସ୍ତାନ, ଚୀନ ଏବଂ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା ବୋଲି କହିଛନ୍ତି । ସାଇବର ଫ୍ରଡ୍‌, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ପାଇଁ ସିମ୍ ବ୍ୟବହୃତ ହୁଏ ବୋଲି ସିପି କହିଛନ୍ତି । ତେବେ ଗିରଫ ରାଜୁ ମଣ୍ଡଳ ସିମକୁ କେଉଁ କାର୍ଯ୍ୟରେ ବ୍ୟବହାର କରୁଥିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି । ରାଜୁକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବା ପରେ ଅଧିକ ତଥ୍ୟ ହାସଲ ହେବ ବୋଲି ସୂଚନା ଦେଇଛନ୍ତି ସିପି ।

09- ଆଜି କଟକ ସହରରୁ ଅଳିଆ ଉଠିନି । ସିଏମସି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କାରଣରୁ ସହରର ଗଳିକନ୍ଦିରେ କୁଢ କୁଢ ଅଳିଆ ପଡିରହିଛି । ଠିକ୍‌ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଦରମା ପ୍ରଦାନ କରିବା ପାଇଁ ଦାବି ରଖିଛନ୍ତି ସଫେଇ କର୍ମଚାରୀ ।

10- ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି । ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ ଏବଂ ପରବର୍ତ୍ତୀ ୩ ଦିନରେ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ପ୍ରଭାବରେ  ଉତ୍ତର ଓ ପଶ୍ଚିମ ଓଡି଼ଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ୧୯ ତାରିଖ ଯାଏଁ ଓଡ଼ିଶାର ବିସ୍ତୁତ ଅଞ୍ଚଳରେ ବର୍ଷା ହୋଇପାରେ। ପ୍ରବଳ ବର୍ଷା ପାଇଁ ରାଜ୍ୟର କିଛି ଏଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ଅଚାନକ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ସତର୍କତା ଜାରି କରାଯାଇଛି।

Also Read- September Rashifal Dhanu: ସେପ୍ଟେମ୍ୱର ମାସରେ ଏହି ରାଶିକୁ ମିଳିବ ଧନ, ମାନ ସହ ସବୁ ସୁଖ

Also Read- Lucky Zodiac Sign: ୧୭ ଅଗଷ୍ଟରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ