Top 10 News Today: ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2308142

Top 10 News Today: ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 25 June 2024: ମଙ୍ଗଳବାର ଦିନ କଂଗ୍ରେସ ନିଶ୍ଚିତ କରିଛି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି ପକ୍ଷରୁ  ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ଘୋଷଣା କରିଛନ୍ତି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 25 June 2024

25 June 2024 Top 10 news headlines: H1. Rahul Gandhi Named As Leader Of Opposition In Lok Sabha: ମଙ୍ଗଳବାର ଦିନ କଂଗ୍ରେସ ନିଶ୍ଚିତ କରିଛି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି ପକ୍ଷରୁ  ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାମ ପ୍ରୋଟେମ୍ ବାଚସ୍ପତି ମହତବଙ୍କ ନିକଟକୁ ପଠାଯାଇଛି। କୁହାଯାଉଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଘରେ ବିରୋଧୀ ଦଳର ନେତାଙ୍କ ଏକ ବୌଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି।

H2. Loksabha echoed by "Jay Jagannath" Today: ଆଜି ଲୋକସଭାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଆ ଓ ବଙ୍ଗଳା ସାଂସଦମାନେ ଶପଥଗ୍ରହଣ କରି ଶ୍ରୀ ଜଗନ୍ନାଥଙ୍କୁ ସୁମରଣା କରିଥିଲେ। ସେମାନଙ୍କ  କଣ୍ଠରୁ ‘ଜୟ ଜଗନ୍ନାଥ’ ଧ୍ୱନୀ ସାରା ଗୃହକୁ ପ୍ରକମ୍ପିତ ହୋଇଥିଲା। ପୁରୀ ସାଂସଦ ସମ୍ବିତ ପାତ୍ର କାନ୍ଧରେ ଗୀତଗୋବିନ୍ଦ ପାଟ ପକାଇ ଆସିଥିଲେ। ଖାଲିପାଦରେ ପୋଡିୟମ୍‍କୁ ଉଠି ସେ ଶପଥପାଠ କରିଥିଲେ।

H3. Jaundice spreads its wings in Sambalpur: ସମ୍ବଲପୁର ସହର ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଣ୍ଡିସ ସ୍ଥିତି ପରଖିବା ପାଇଁ ଆରଆରଟିର ଦୁଇ ଜଣିଆ ଟିମ ସମ୍ବଲପୁର ପହଞ୍ଚିଛନ୍ତି। ସମ୍ବଲପୁର ପହଞ୍ଚି ଘର ଘର ବୁଲି ଯାଞ୍ଚ ଆରମ୍ଭ କରିଛନ୍ତି। ପିଇବା ପାଣିରୁ ଏହି ଜଣ୍ଡିସ ହେଇଥିବା ନେଇ ଆସିଥିବା ଟିମ କହିଛି।

H4. Red lights may go off traffic posts in Odisha soon: ଟ୍ୱିନ ସିଟିର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବା। ଆଲୋକ ନିୟନ୍ତ୍ରିତ ବ୍ୟବସ୍ଥା ବଦଳରେ ବିକଳ୍ପ ପଥ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହାଦ୍ୱାରା ଆଉ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଓଭର ବ୍ରିଜ, ଆପ୍ରୋଚ୍ ରୋଡ ମାଧ୍ୟମରେ ଏହି ବିକଳ୍ପ ବ୍ୟବସ୍ଥ ଆଣିବାକୁ ଆଲୋଚନ କରାଯାଉଥିବା ସୂଚନ ଦେଇଛନ୍ତି।

H5. Whip To MPs: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ଓ ବିଜେପି ନିଜ ନିଜର ଲୋକସଭା ସାଂସଦମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ୨୬ ଜୁନରେ ସଂସଦ ଗୃହରେ ଉପସ୍ଥିତ ରହିବାକୁ କହିଛି।

H6. Parliament Session 2024: ୧୮ତମ ଲୋକସଭା ପ୍ରକ୍ରିୟାର ଦ୍ୱିତୀୟ ଦିନରେ ନୂତନ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ସାଂସଦଙ୍କ କିଛି ଶବ୍ଦକୁ ନେଇ ସଂସଦରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଥିଲା। ବର୍ତ୍ତମାନର ବରେଲି ସାଂସଦ ଛତ୍ରପାଲ ସିଂ ଗଙ୍ଗୱାର ସଂସଦରେ କହିଥିଲେ ଜୟ ହିନ୍ଦୁ ରାଷ୍ଟ୍ର କହିବାକୁ ନେଇ ବିପକ୍ଷ ହଙ୍ଗାମା କରିଥିଲେ। ଏହା ସବ ବିରୋଧି ଏହି ଶପଥକୁ ଅସାମ୍ବିଧାନିକ ବୋଲି କହିଛନ୍ତି।

H7. Arvind Kejriwal Bail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଦିଆଯାଇଥିବା ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି। ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶରେ ଅନେକ ତ୍ରୁଟି ଥିବା ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିରୋଧରେ ହୋଇଥିବା ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

H8. PM Modi Russia Visit: ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଗସ୍ତ କରିପାରନ୍ତି। ତାଙ୍କ ଗସ୍ତ ପାଇଁ ଉଭୟ ଦେଶ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌସି ଦେଶ ଏହି ଗସ୍ତ ସମ୍ପର୍କରେ ଅଧିକାରୀକ ଘୋଷଣା କରିନାହାଁନ୍ତି। କୂଟନୈତିକ ସୂତ୍ର ଅନୁଯାୟୀ ଭାରତ ଏବଂ ଋଷର ଅଧିକାରୀମାନେ ଏ ସମ୍ପର୍କରେ ପରସ୍ପର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

H9. Lok Sabha Speaker Election: ଲୋକସଭା ବାଚସ୍ପତି ପଦବୀକୁ ନେଇ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟରେ ସହମତି ହୋଇପାରି ନାହିଁ। ଫଳସ୍ୱରୂପ, ନିର୍ବାଚନ ପରିସ୍ଥିତି ଉପୁଜିଛି। ଏନଡିଏର ଓମ ବିର୍ଲା ଓ ବିରୋଧୀ ଦଳର କଂଗ୍ରେସ ସାଂସଦ କେ ସୁରେଶ ମୁହାଁମୁହିଁ ହୋଇଛନ୍ତି। ବୁଧବାର ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। 

H10. Semi-final team confirmed for T20 World Cup: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ସେମିଫାଇନାଲରେ କେଉଁ ଚାରି ଦଳ ଖେଳିବେ ତାହା ସ୍ଥିର ହୋଇଛି। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଗ୍ରୁପ୍-୨ ରୁ ସେମିଫାଇନାଲ୍ ଟିକେଟ୍ ବୁକ୍ କରିସାରିଛନ୍ତି ଏବଂ ଗ୍ରୁପ୍ -୧ ରୁ ଟିମ୍ ଇଣ୍ଡିଆ ଓ ଆଫଗାନିସ୍ତାନ ସେମିଫାଇନାଲ ଟିକେଟ୍ ସୁରକ୍ଷିତ କରିଛନ୍ତି। ଆଫଗାନିସ୍ତାନ ଆଜିର ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇ ଥିଲା।