Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2043687

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 3rd January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ:  କିଛିଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ ପତ୍ର ମିଳିଥିବା ସମୟରେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ୍ ହେବେ ମୂର୍ତ୍ତିକୁ ଛୁଇଁ ସମସ୍ତ କାର୍ଯ୍ୟ କରିବେ ତେବେ ମୁଁ ସେଠାରେ କଣ କରିବି ? ମୁଁ ସେଠାରେ କଣ ଜୟଜୟକାର କରି ତାଳି ମାରିବି ? ଶଙ୍କରାଚାର୍ଯ୍ୟ ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଶାସ୍ତ୍ରର ନିୟମ ଅନୁଯାୟୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲେ ମୁଁ ନିଶ୍ଚେ ଯାଇଥାନ୍ତି । ତେବେ ଏ ପ୍ରକାର ଆୟୋଜନକୁ ମୁଁ ଯିବି ନାହିଁ ।

2- ଶଗଡଭଙ୍ଗା ହତ୍ୟାକାଣ୍ଡର ଫିଟିଲା ଗୁମର: ନିଜ ବନ୍ଧୁ ସହ ଶାରୀରିକ ସମ୍ପର୍କରେ ଅନ୍ଧ ହୋଇଯାଇ ବନ୍ଧୁର ଅନ୍ୟ ଝିଅ ପ୍ରତି ଥିବା ଦୁର୍ବଳତା ସହି ନପାରି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଗତ ଜାନୁୟାରୀ ୨ ତାରିଖରେ ଜଙ୍କିଆ ଥାନା ଶଗଡଭଙ୍ଗା ଗ୍ରାମରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପଛରେ ଥିଲା ଏଭଳି କିଛି କାହାଣୀ। ଯାହାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ପୋଲିସ। ଜଙ୍କିଆ ଥାନା ଶଗଡଭଙ୍ଗା ଗ୍ରାମର ରଶ୍ମିରଞ୍ଜନ ବଳିୟାରସିଂହ ଏବଂ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠଙ୍କ ଭିତରେ ଥିଲା ଘନିଷ୍ଠ ସମ୍ପର୍କ।

3-  ଗଜପତିଙ୍କ ଅଧ୍ଯକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ:  ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଏହାର ଅବ୍ୟବହିତ ସମୟ ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀନହରରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। 

4- ଆହୁରି ମଜଭୁତ ହେବ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍: ଭୁବନେଶ୍ୱର ମହାନଗର ନିଗମର ବଳ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଡ଼ିଏକୁ ଅଧିକ କ୍ରିୟାଶୀଳ କରିବାକୁ ୬୭ଟି ପଦବୀକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍ ର କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟର (ASI) ଓ ୬୦ଟି ପୋଲିସ କନେଷ୍ଟବଳ ପଦବୀ ପାଇଁ ଅନୁମୋଦନ ମିଳିଛି ।

5- ଚିଲିକାରେ ପକ୍ଷୀ ଗଣୁଛନ୍ତି ୨୧ଟି ଟିମ୍: ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍‌ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ୫ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ମଧ୍ଯାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପକ୍ଷୀ ଗଣନା ଶେଷ ହେବା ଯାଏଁ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳକୁ ବନ୍ଦ ରଖାଯାଇଛି । ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।

6- ବିଜେପି ବିରୋଦ୍ଧରେ କେଜରିୱାଲଙ୍କ ବୟାନ: ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ମାଧ୍ୟମରେ ଡକାଇଥିଲେ। ଏ ବିଷୟରେ ଇଡି ତିନିଥର ସମନ ପଠାଇଥିଲା। ତୃତୀୟ ସମନ ଉପରେ ମୁଖ୍ୟମନ୍ତ୍ରୀ ବୁଧବାର ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଦିଲ୍ଲୀ ପୋଲିସ ତାଙ୍କ ଘରକୁ ସବୁ ଦିଗରୁ ସିଲ୍ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତା ବନ୍ଦ ରହିଛି। ସିଏମ୍ ଘର ଭିତରେ କୌଣସି କର୍ମଚାରୀଙ୍କୁ ଅନୁମତି ଦିଆଯାଉ ନାହିଁ। ଅନ୍ୟୁପଟେ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ବିଜେପି ପକ୍ଷରୁ ମତେ ଗିରଫ କରିବା ପାଇଁ ଚେଷ୍ଟା କରାଯାଉଛି ।

7- ସୁନାବେଡାରେ ବାଘ ଗଣନା ଜାରି: ପ୍ରାୟ ୮ ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ସ୍ପେଶାଲ ଟିମ୍ ଏବଂ ଟ୍ରାପ୍ କ୍ୟାମେରା ସାହାଯ୍ୟରେ ବାଘ ଗଣନା କରାଯାଉଛି । ବାଘ ସଂଖ୍ୟାରେ ବୃଦ୍ଧି ହୋଇଥିବା କୁହାଯାଉଥିବା ସମୟରେ ୨୭ଟିମ୍ ଗଣନା କରୁଛନ୍ତି । ସମୁଦାୟ ୩ଟି ରେଞ୍ଜରେ ୧୦ଟି ସେକ୍ସନରେ ଗଣନା କାର୍ଯ୍ୟ ଚାଲିଛି ।

8- ଜାନୁଆରୀ ୫ରୁ ଭିତରକନିକା ବନ୍ଦ: କେନ୍ଦ୍ରାପଡା ଭିତରକନିକାରେ ଶୁକ୍ରବାରରୁ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । ଏଥିସହିକ ଭିତରକନିକାକୁ ଆସୁଥିବା ପକ୍ଷୀଙ୍କ ଗଣନା ମଧ୍ୟ କରାଯିବ । ବନଖଣ୍ଡ ଅଧିକାରୀ ଏବଂ ଡିଏଫଓ ସୂଚନା ମୁତାବକ ସମୁଦାୟ ୫ଟି ରେଞ୍ଜରେ ଏହି ଗଣନାକାର୍ଯ୍ୟ ହେବ । ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଗଣନାକାର୍ଯ୍ୟ ଚାଲିବା କାରଣରୁ ସର୍ବସାଧାରଣଙ୍କ ପାଇଁ ଭିତରକନିକା ବନ୍ଦ ରହିବ ।

9- ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ରୁ କରୋନା JN.1 ଆକ୍ରାନ୍ତ ଚିହ୍ନଟ: କାୟା ମେଲାଉଛି କରୋନାର ନୂଆ ଭାରିଏଣ୍ଟ୍ । ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନାର ନୂଆ ଭାରିଆଣ୍ଟ୍ JN.1 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଅନୁଗୋଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସ୍ ୨୫ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସତର୍କ ରୁହନ୍ତୁ ଏବଂ ଭୟବିତ ହୁଅନ୍ତୁ ନାହିଁ ।

10- ହାଡ଼ ଭଙ୍ଗା ଶୀତକୁ ନେଇ ଆର୍ଲଟ ଜାରି କଲା ପାଣିପାଗ ବିଭାଗ: ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। କୁହୁଡ଼ି ହେତୁ ସାଧାରଣ ଜୀବନ ବ୍ୟାହତ ହୁଏ। ରେଳ ଏବଂ ସଡକ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ଓଡ଼ିଶାରେ ଆଗାମୀ ଦୁଇ ଦିନ ପାଇଁ ବର୍ଷା ଆଶଙ୍କା କରାଯାଇଛି। ଏଥିସହ ଆଉ ଦୁଇ ଦିନ ଘନ କୁହୁଡି ଦୃଶ୍ୟମାନ ହେବ। ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେବ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ଅର୍ଥାତ୍ ଆଜି ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,କଟକ, ନୟାଗଡ,ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେବ। 

Also Read- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ