Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2056609

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

afternoon bulletin Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ଉଦଘାଟନ ହେଲା ଦେଶର ସବୁଠୁ ଦୀର୍ଘତମ ସାମୁଦ୍ରିକ ସେତୁ: ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଟଳ ସେତୁ’ ଉଦଘାଟନ କରିଛନ୍ତି। ସେତୁର ଲମ୍ୱ ୨୧.୮ କିଲୋମିଟର ରହିଛି । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ। ସେତୁ ନିର୍ମାଣରେ ମୋଟ ୧୭ ହଜାର ୮୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ନାମରେ ‘ଅଟଳ ସେତୁ’କୁ ନାମିତ କରାଯାଇଛି ।

2- ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ: ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସଭ୍ୟତା ଯାତ୍ରା କଳାତ୍ମକ ଅଭିବ୍ୟକ୍ତିର ସୂତ୍ରରେ ବୁଣା ହୋଇଛି। ଆମର ପ୍ରତିଭାବାନ କାରିଗରମାନଙ୍କ କୌଶଳ ଏବଂ କାରିଗରୀ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଯାହା ଆମ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଦୃଶ୍ୟମାନ ହେଉଛି ।

3- କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବା ନେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଶାସ୍ତ୍ରୀୟ ପଦ୍ଧତି ଅନୁସରଣ କରାଯାଉ ନାହିଁ ବୋଲି । ପୁରୀର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପୁଣିଥରେ ସନାତନ ଧର୍ମର ନିୟମ ଉଲ୍ଲଂଘନ ବିଷୟରେ କହିଛନ୍ତି। ଏହା ସହିତ ସେ ଚେତାବନୀ ମଧ୍ୟ ଦେଇଛନ୍ତି ଯେ କେହି ତାଙ୍କୁ କେହି ଖରାପ କହିପାରିବେ ନାହିଁ, ତେଣୁ ତାଙ୍କ ସହିତ ମୁହାଁମୁହିଁ ହେବେ ଅନୁଚିତ୍ ବୋଲି ସେ କହିଛନ୍ତି। 

4-  ପିଏମ ମୋଦୀଙ୍କୁ ସିଏମ୍ ମମତାଙ୍କ ଚିଠି: ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ପଠାଇଛନ୍ତି। ମମତା ବାନାର୍ଜୀ ଏକ ନୂତନ ନାମ ପରାମର୍ଶ ଦେଇଛନ୍ତି ଏବଂ ପଶ୍ଚିମବଙ୍ଗକୁ 'ବେଙ୍ଗଲ' ରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ବମ୍ବେରୁ ମୁମ୍ବାଇ ଏବଂ ଓରିସାର ନାମ ଓଡ଼ିଶା ହୋଇପାରିବ, ତେବେ ଆମର ଭୁଲ କ’ଣ? 

5- ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚିଫ୍‌ ମେହବୁବା ମୁଫତିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଛି । ଦକ୍ଷିଣ କଶ୍ମୀରର ଅନ୍ତତନାଗା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ଦୁର୍ଘଟଣାରେ ମେହବୁବା ମୁଫତି ଅଳ୍ପକେ ବର୍ତ୍ତି ଯାଇଥିବା ସମୟରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

6- ମନ୍ମଥଙ୍କୁ ଦାୟିତ୍ୱ ଦେଲେ ଜଟଣୀ ବିଧାୟକ: ନିଜ ଉତ୍ତରାଧିକାରୀ ଘୋଷଣା ସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ଭାବେ ମନ୍ମଥ ରାଉତ ରାୟଙ୍କ ନାଁ ଘୋଷଣା କରିଛନ୍ତି ସୁର ରାଉତରାୟ । ଭୁବନେଶ୍ୱର ବିମାନ ବନ୍ଦରରେ ମନ୍ମଥଙ୍କୁ ସ୍ୱାଗତ କରିବା ସମୟରେ ଏହି ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । 

7- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂଜାକାର୍ଯ୍ୟ ଆରମ୍ଭ: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ।

8- ଭିଜିଲାନ୍ସ ହାତରେ ଧରାପଡିଲେ ଟ୍ରାଫିକ ଇନସପେକ୍ଟର: ତାଳଚେରରୁ ଅସ୍ତରଙ୍ଗ ଆସୁଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା । ତାଙ୍କ ଗାଡିରୁ ୧୧ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ ହୋଇଛି । ଏଥିସହିତ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ ହୋଇଛି । ଘରୁ ବ୍ୟାପକ ସୁନା, ରୂପା ଅଳଙ୍କାର ଓ ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି । ଏତେ ଟଙ୍କାର ମାଲିକ କିପରି ହେଲେ ସେନେଇ କୌଣସି ସ୍ପଷ୍ଟ ଉତ୍ତର ନଦେଇପାରିବାରୁ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ।

9-  ହୀରାକୁଦ ଆସିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ: କୋଡି଼ଏ ପ୍ରଜାତିର ନୂଆ ପକ୍ଷୀ ସହ ପ୍ରାୟ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ ଚଳିତ ବର୍ଷ ହୀରାକୁଦ ରିଜର୍ଭରକୁ ଆସିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୮ ତାରିଖରେ ହୀରାକୁଦ ରିଜର୍ଭରରେ ସମ୍ବଲପୁର ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ କରାଯାଇଥିଲା । ଏଥିରେ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଛତିଶଗଡ଼ ବୋର୍ଡର ପ୍ରାୟ ୨୧ଟି ସେକ୍ଟରରେ ସକାଳ ୬ଟାରୁ ପକ୍ଷୀ ଗଣନା ହୋଇଥିଲା । ଏଥର ଦେଶ ବିଦେଶରୁ ଅନେକ ପକ୍ଷୀ ହୀରାକୁଦ ରିଜର୍ଭରକୁ ଆସିଥିବା ଜଣାପଡ଼ିଛି।

10- ହ୍ରାସ ପାଇବ ତାପମାତ୍ରା: ଆଜି ରାତିରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସହ ଶୀତର ପ୍ରକୋପ ସାମାନ୍ୟ ବଢିବ । ରାଜ୍ୟର କିଛି ଜିଲ୍ଲାରେ କୁହୁଡି ହେବାନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Also Read- ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Also Read- ପାକିସ୍ତାନ ସୀମାରେ ଲାଗିବ ୨୦୦୦ ସିସିଟିଭି କ୍ୟାମେରା