• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର। ବଜେଟକୁ ନେଇ ରହିଛି ବଡ଼ ଖବର

Written ByZee Odisha Desk
Published: Feb 01, 2024, 04:11 PM IST|Updated: Feb 01, 2024, 04:11 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: ଆଜି ହେବ ବିଜେଡିର ବଡ଼ ବୈଠକ,ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକ

    Odisha News: ଆଜି ହେବ ବିଜେଡିର ବଡ଼ ବୈଠକ,ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକ

    Odisha news13 min ago
    2

    Delhi Metro Life: ମେଟ୍ରୋରେ ଅଫିସକୁ ଯାତ୍ରା କଲେ ବଢିବ ଦରମା, ଘୋଷଣା କଲେ ରାଜ୍ୟ ସରକାର

    Delhi metro life29 min ago
    3

    OTET 2026 Exam: ଏହିଦିନ ହେବ ଓଟିଇଟି ଏକଜାମ୍

    OTET 2026 Exam2 hrs ago
    4

    ନେହରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ, ହେଲେ ସର୍ବାଧିକ ଅବଧିର ପ୍ରଧାନମନ୍ତ୍ରୀ

    Prime Minister Modi2 hrs ago
    5

    Petrol Diesel Price Today: ରାଜ୍ୟରେ ଆଜି କେତେ ରହିଛି ତେଲ ରେଟ୍?ଜାଣନ୍ତୁ

    petrol diesel price today2 hrs ago

    ବଜେଟ ଉପସ୍ଥାପିତ:
    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ୍‌‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ମୋଟ ୪୭୬୫୫୭୬୮.୩୯ କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ଏହି ବଜେଟ୍‌‌ ମୋଦି ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌। ଅର୍ଥମନ୍ତ୍ରୀ ଚଳିତ ଥର ୬ଷ୍ଠ ବଜେଟ୍‌‌ ସଂସଦରେ ଉପସ୍ଥାପନ କରିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛିା ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ସେହିପରି ବିଶେଷ ଭାବେ କୃଷି କ୍ଷେତ୍ରରେ ସଫଳତା ଘୋଷଣା କରି ସରକାର ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ମସିହାରେ ୧୧.୮ କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଛି।

    ବଢିଛି ହାରାହାରି ଆୟ: 
    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବା ସମୟରେ ସରକାରଙ୍କ ସଫଳତା ବିଷୟରେ କହିଛନ୍ତି । ଦେଶର ଲୋକଙ୍କ ହାରାହାରି ଆୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହାପୂର୍ବରୁ ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ପରିବର୍ତ୍ତନ କରାଯାଇଛି । ଦେଶର ଲୋକେ ଆଶା ଓ ଆଶାବାଦୀ ସହିତ ଭବିଷ୍ୟତକୁ ଦେଖୁଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଆଶୀର୍ବାଦରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ୨୦୧୪ରେ ଭାର ସମ୍ଭାଳିଲେ, ସେତେବେଳେ ସବକା ସାଥ, ସବକା ବିକାଶ ମନ୍ତ୍ର ସହିତ ଦେଶ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ସରକାର ସେହି ଚ୍ୟାଲେଞ୍ଜଗୁଡ଼ିକୁ ଗମ୍ଭୀରତାର ସହ ଦୂର କରିଛନ୍ତି।

    ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି: 
    ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ଘରକୁ ୩ଶହ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ଲୋକଙ୍କୁ ସରକାରଙ୍କ ପକ୍ଷରୁ ପକ୍କା ଘର ପ୍ରଦାନ କରାଯିବ। ଜିଡିପି ବିଷୟରେ ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଭର୍ଣ୍ଣାନ୍ସ, ଡେଭଲପମେଣ୍ଟ ପର୍‌ଫର୍‌ମାନ୍ସ ମାଧ୍ୟମରେ ଦେଶକୁ ଆଗକୁ ନେଇଯିବା ସରକାରଙ୍କ ଲକ୍ଷ। ରିଫର୍ମ, ପରଫର୍ମ ସହିତ ଟ୍ରାନ୍ସଫର୍ମକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ବିକଶିତ ଭାରତ ସ୍ୱପ୍ନ ନିଶ୍ଚେ ପୂରଣ ହେବ।

    ଜ୍ଞାନବ୍ୟାପୀରେ ଚାଲିଛି ପୂଜାପାଠ: 
    ୩୧ ବର୍ଷ ପରେ ବାରାଣାସୀରେ ଅବସ୍ଥିତ ଜ୍ଞାନବାପୀ ମସଜିଦ ପରିସରରେ ପୂଜାପାଠ କରାଯାଉଛି। ଗୁରୁବାର ଦିନ (୨ ଫେବୃଆରୀ) ସକାଳେ ଲୋକମାନେ ପୂଜାପାଠ ପାଇଁ ତେହେଖାନାରେ ପହଞ୍ଚିଥିଲେ। ବୁଧବାର ଦିନ (୩୧ ଜାନୁୟାରୀ) ବାରାଣାସୀ ଜିଲ୍ଲା କୋର୍ଟରୁ ହିନ୍ଦୁ ପକ୍ଷ ସେତେବେଳେ ଏକ ବଡ଼ ଆରାମ ପାଇଥିଲା, ଯେତେବେଳେ ଜ୍ଞାନବାପୀ ପରିସରରେ ଥିବା ବେସମେଣ୍ଟରେ ହିନ୍ଦୁମାନଙ୍କୁ ପୂଜା କରିବାର କୋର୍ଟ ଅଧିକାର ଦେଇଥିଲେ।

    ଓଲଟି ପଡ଼ିଲା ଘରୋଇ ବସ: 
    ଗୁରୁବାର ଦିନ କଟକସ୍ଥିତ ଚୌଦ୍ୱାର ନିକଟ ନୁଆପାଟଣାରେ ଏକି ଯାତ୍ରିବାହି ବସ୍ ଓଲଟି ପଡ଼ିବା ପରେ ଅତି କମରେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଶ୍ରୀ ଲକ୍ଷ୍ମୀ ନାମକ ଏହି ବସ୍ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଡିଭାଇଡରେ ପିଟି ହୋଇ ଓଲଟି ପଡିଥିଲା।

    କୋର୍ଟରେ ହାଜର ହେଲେ ହେମନ୍ତ: 
    ଏକ ଜମି ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତ ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ ପରେ ତାଙ୍କୁ ଇଡ଼ି ଗିରଫ କରିଥିଲା। ପରେ ଆଜି ଅର୍ଥାତ ଫେବୃଆରୀ ୧ ତାରିଖରେ ପିଏମଏଲଏ କୋର୍ଟରେ ହେମନ୍ତଙ୍କୁ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଠାରେ କହି ରଖୁ କି ଝାଡ଼ଖଣ୍ଡର ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ବୁଧବାର ରାତିରେ ଦୀର୍ଘ ସମୟ ଜେରା ପରେ ରାତିରେ ଗିରଫ କରାଯାଇଥିଲା। 

    ଜିଏସଟି ସଂଗ୍ରହରେ ବୃଦ୍ଧି
    ବଜେଟର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଏକ ବଡ଼ ଖବର ମିଳିଛି। ଜାନୁଆରୀରେ ଦେଶରେ ଜିଏସଟି ସଂଗ୍ରହ ୧.୭୨ ଲକ୍ଷ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଏହା ହେଉଛି ତୃତୀୟ ମାସ ଯେତେବେଳେ ଜିଏସଟି ସଂଗ୍ରହ ୧.୭୦ ଲକ୍ଷ କୋଟି ଅତିକ୍ରମ କରିଛି। ଅର୍ଥ ମନ୍ତ୍ରଣାଳୟ ବୁଧବାର ଦିନ କହିଛି ଯେ ଜାନୁଆରୀରେ ଜିଏସଟି ସଂଗ୍ରହ ବାର୍ଷିକ ୧୦.୪ ପ୍ରତିଶତ ବୃଦ୍ଧି ପାଇଛି। ଏକ ମାସ ମଧ୍ୟରେ ଏପର୍ଯ୍ୟନ୍ତ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ସଂଗ୍ରହ ।

    5t ଅଧ୍ୟକ୍ଷଙ୍କ ଜିରାଙ୍ଗ ଗସ୍ତ
    ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ଯକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ।

    ସିବିଏସଇ ଯୋଜନା
    ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଏକାଡେମିକ୍ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଯେଉଁଥିରେ ଦଶମ ଶ୍ରେଣୀରେ ଦୁଇଟି ଭାଷାରୁ ତିନୋଟି ଭାଷା ଅଧ୍ୟୟନ କରିବାକୁ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୁହାଯାଇଛି ।

    ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ
    ଅଣ୍ଡର-୧୯ ବିଶ୍ୱକପ ୨୦୨୪ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁପର-୬ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୧୨ ଟି ଦଳ ମଧ୍ୟରେ ସେମିଫାଇନାଲ ପାଇଁ ରେସ ଚାଲିଛି। ଏହି ୧୨ ଟି ମଧ୍ୟରୁ କେତେକ ଦଳ ଅଛନ୍ତି, ଯେଉଁମାନେ ନକ୍ଆଉଟ୍ ପର୍ଯ୍ୟାୟରେ ଟିକେଟ୍ ପ୍ରାୟତଃ ନିଶ୍ଚିତ କରିଛନ୍ତି। ସର୍ବପ୍ରଥମେ, ଯଦି ଆମେ ସେମିଫାଇନାଲ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଷୟରେ ଆଲୋଚନା କରିବା, ତେବେ ଭାରତ ଏବଂ ଅଷ୍ଟ୍ରେଲିଆର ନାମ ଆଗରେ ଅଛି।

    Add Zee News as a Preferred Source
    TAGS:
    Top 10 News Headlines
    Top 10 News Headlines Odisha
    Top 10 News Headlines Odisha Today
    Afternoon Bulletin
    Today News
    Odisha Trending News Afternoon
    1st february 2024