Advertisement
Article Detail0/zeeodisha/odisha2335159
Zee OdishaTop 10 NewsTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଆଜି ସନ୍ଧ୍ୟା ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ ଏବଂ ଅନ୍ୟ ପ୍ରମୁଖ ଖବର 

1.ଆଜି ଖୋଲାଯିବ ମହାପ୍ରଭୁଙ୍କୁ ଭିତର ରତ୍ନ ଭଣ୍ଡାର। ଅପରାହ୍ଣ ୧ଟାରୁ ୧ଟା ୩୦ ମିନିଟ ଭିତରେ ଶୁଭ ସମୟ ନିର୍ଘଣ୍ଟ କରାଯାଇଛି। ସ୍ୱତନ୍ତ୍ର ନୀତି ଭାବେ ଏହି ଭଣ୍ଡାର ଘର ଖୋଲାଯିବ। ଏହା ପୂର୍ବରୁ ଶ୍ରୀ ଲୋକନାଥ ଏବଂ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଆଣିବେ ସେବାୟତ।

2.ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ ରହିବ। ତାଙ୍କୁ ସହାୟକ ହେବା ପାଇଁ ଜଣେ ମାଜିଷ୍ଟ୍ରେଟ, ଅନ୍ୟ ଅଧିକାରୀ ଓ ନିର୍ଦ୍ଧାରିତ ସେବକ ରହିବେ। ଆବଶ୍ୟକ  ଅନୁସାରେ  ବିଶେଷଜ୍ଞକୁ ବିଭିନ୍ନ କାର୍ଯ୍ୟ ଲାଗି ଡକାଯିବାର ବ୍ୟବସ୍ଥା ରହିଛି। 

Add Zee News as a Preferred Source

3.ରତ୍ନ ଭଣ୍ଡାରରୁ ପ୍ରଥରେ ରତ୍ନ ଓ ଅଳଙ୍କାରକୁ ସ୍ୱତନ୍ତ୍ର ସ୍ଥାନକୁ ନିଆଯିବ। ଏହାପରେ ଏଏସ୍‍ଆଇ ସମ୍ପୃକ୍ତ ଭଣ୍ଡାର ଘରକୁ ମରାମତି କରିବେ। ମରାମତି ସରିଲେ ପୁଣିଥରେ ରତ୍ନ ଓ ଅଳଙ୍କାର ଅଣାଯାଇ ଗଣତି କାର୍ଯ୍ୟ ହେବ। 

4.ଆଜି ସନ୍ଧ୍ୟା ଦର୍ଶନ। ଅର୍ଥାତ୍‍ ଭକ୍ତଙ୍କ ଲାଗି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନର ଶେଷ ଦିନ। ପରମ୍ପରା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟା ଯାଏ ଦର୍ଶନ ଚାଲେ। କିନ୍ତୁ ପ୍ରଶାସନର ନିଷ୍ପତ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସନ୍ଧ୍ୟା ୫ଟା ପରେ ଦର୍ଶନ ବାରଣ କରାଯାଇଛି। ସନ୍ଧ୍ୟା ନୀତି ଶେଷ କରାଯାଇ ଆଜିଠାରୁ ବାହୁଡ଼ା ଲାଗି ପ୍ରସ୍ତୁତି ଆରମ୍ଭ ହେବ। 

5.ଶ୍ରୀଗୁଣ୍ଡିଚା ଯାତ୍ରାରେ ଏ-ଯାଏ ହୋଇଥିବା ବିଭ୍ରାଟକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜଣେ ଉପମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଆଜିଠାରୁ ପୁରୀରେ ମୁତ୍ତୟନ ରହି ପ୍ରଶାସନିକ କାର୍ଯ୍ୟର ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜେ ନୀତି ଯେମିତି ସୁରୁଖୁରରେ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। 

6.ପୁରୀ ରାଜ ଭବନରେ କାର୍ଯ୍ୟରତ ଏଏସ୍‍ଓ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ। ରଥଯାତ୍ରା  ବିଳମ୍ବିତ ରାତିରେ ତାଙ୍କ ପୁଅ ଲଳିତ କୁମାର ବୈକୁଣ୍ଠଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ-ନେଇ ସେ ଥାନା ଓ ଆଇନ ଆଶ୍ରୟ ନେଇଛନ୍ତି। ରାଜ୍ୟପାଳଙ୍କ ପୁଅ ହୋଇଥିବାରୁ ତାଙ୍କ ପାଖରେ ଆଇନର ହାତ ପହଞ୍ଚିପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। 

7.କଟକସ୍ଥିତ ପୁରୀଘାଟ ଥାନା ଅଞ୍ଚଳରେ ଥିବା ତ୍ରିଶା ହସ୍‍ପିଟାଲରେ ନିଆଁ ଲାଗିବା ଘଟଣା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି। ପ୍ରାୟ ୨ ଘଣ୍ଟାରୁ ଅଧିକ ଉଦ୍ୟମ ପରେ ରୋଗୀ ଓ ନବଜାତକଙ୍କୁ ଅଗ୍ନିଶମ କର୍ମଚାରୀ ସ୍ଥାନାନ୍ତରଣ କରିଥିଲେ। ଏହି ହସ୍‍ପିଟାଲରେ ଅଗ୍ନି ନିର୍ବାପକ ଥିଲେ ମଧ୍ୟ ତାହାକୁ ବ୍ୟବହାର କରାଯାଇ ନଥିବା ଅଭିଯୋଗ ହୋଇଛି। 

8.ଦିଲ୍ଲୀ ଭଳି ଜମ୍ମୁ ଓ କଶ୍ମୀର ରାଜ୍ୟର ଉପରାଜ୍ୟପାଳଙ୍କ କ୍ଷମତା ରହିବ। ରାଜ୍ୟରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସେବାଧିକାରୀଙ୍କ ବଦଳି ଓ ପୋଷ୍ଟିଂ ଉପରେ ରାଜ୍ୟପାଳ ହିଁ ଶୀର୍ଷ ନିର୍ଦ୍ଧାରକ ହେବେ। ଏଥିନେଇ ଗୃହ ବିଭାଗ ଆବଶ୍ୟକ ଆଇନର ସଂଶୋଧନ କରିଛନ୍ତି। 

9.ବର୍ଷା ଦିନେ ନକ୍ସଲଙ୍କୁ ଟାର୍ଗେଟ କରିବା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଅପରେସନ୍‍ କାଗାର। ଏହି ଅପରେସନରେ ପୁଲିସ ଡ୍ରୋନ ବ୍ୟବହାର କରି ଜଂଗଲରେ କୁମ୍ବିଂ କରିବ। ଡ୍ରୋନ ପ୍ରାୟ ୧୫୦୦ ଫୁଟ ଉପରେ ଡ୍ରୋନ ଉଡି ନକ୍ସଲଙ୍କ ଗତିବିଧି ସଂପର୍କରେ ସଠିକ ସୂଚନା ପ୍ରଦାନ କରିବ।    

10.ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାସହ ଘୂର୍ଣ୍ଣି ବଳୟ ଲଘୁଚାପ ରୂପ ନେବାକୁ ଥିବାରୁ ବାହୁଡ଼ାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାବାଦ ୧୮ ତାରିଖରେ ଆଉ ଏକ ଲଘୁଚାପ ହେବାର ଆକଳନ କରାଯାଇଛି।

 

About the Author