Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2342673

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ରସଗୋଲା ଦେଇ ମାନ ଭଞ୍ଜନ କରିବେ ଶ୍ରୀ ଜଗନ୍ନାଥ, ଭିତରକନିକା ନଦୀ ଉପରେ ଡଙ୍ଗାରେ ରାତି ବିତାଇବେ ପର୍ଯ୍ୟଟକ ଏବଂ ଅନ୍ୟ ଖବର

1.Neeladri Bije: ଆଜି ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ୧୨ ଦିନର ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶେଷ ହେ। ଏଥିଲାଗି ପରମ୍ପରା ଅନୁସାରେ ରୀତିନୀତି ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ଭୋାର୪ଟାରୁ ରଥ ଉପରେ ନୀଳାଦ୍ରୀ ବିଜେ ନୀତି ଆରମ୍ଭ ହୋଇଛି। ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି ପରେ ଅବକାଶ ଶେଷ ହୋଇଛି। ସାଢ଼େ ୬ଟା ଗୋପାଳ ବଲ୍ଲଭ ଭୋଗ୭ଟାରୁ ୮ଟା ଭିତରେ ସକାଳ ଧୂପ ହେବାର ବ୍ୟବସ୍ଥା କରାଯାଇଚି। ଏହାପରେ ପୁଣି ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ସାରି ଦଶଟା ସୁଦ୍ଧା ବେଶ ଶେଷ କରାଯିବ। ସାଢ଼ା ୧୦ରୁ ୧୧ଟା ଭିତରେ ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ୧୨ଟା ୧୫ରେ ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ କରାଯାଇ ରଥରେ ଚାରମାଳ ବନ୍ଧାଯିବ। ସାଢ଼େ ତିନିଟା ପରେ ମାଜଣା ହେବେ ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପହଣ୍ଡି। 

2.Neelachal Abadha: ନୀଳାଦ୍ରୀ ବିଜେ ପହଣ୍ଡି ଗୋଟି ପହଣ୍ଡି ଭାବେ ଖ୍ୟାତ। ଅର୍ଥାତ୍‍ ଜଣେ ପରେ ଜଣେ ଠାକୁର ରଥ ଉପରୁ ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ। ଏହା ଏକ ସମୟସାପେକ୍ଷ ପ୍ରକ୍ରିୟା। ସାରା ରାତି ଏହି ପ୍ରକ୍ରିୟା ଚାଲିବ। ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରତ୍ନ ସିଂହାସନରେ ତିନ ଠାକୁର ରୁନ୍ଧା ଯାଇ ପହୁଡ଼ ହେବା ବେଳକୁ ସକାଳ ୫ଟା ହୋଇଯିବ। ଏଣୁ ଆସନ୍ତା କାଲିର ନୀତି ବିଳମ୍ବ ହେବା ସ୍ବଭାବିକ। କିନ୍ତୁ ଆସନ୍ତା କାଲି ଯାତ୍ରା ପରେ  ଶ୍ରୀମନ୍ଦିରରେ ପ୍ରଥମ ମହାପ୍ରସାଦ ଭୋଗ ଥିବାରୁ ଭକ୍ତଙ୍କ ନୀଳାଚଳ ଅବଢ଼ା ପାଇଁ ଗହଳି ହେବା ସ୍ବଭାବିକ। 

3.Laxmi-Narayan Meet: ଶ୍ରୀଜିଉମାନଙ୍କ ପହଣ୍ଡି ସମୟରେ ଏକ ପରମ୍ପରା ରହିଛି ଲକ୍ଷ୍ମୀ- ନାରାୟଣ କଳି। ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ଏହି ବିଶେଷ ନୀତି ସମ୍ପନ୍ନ ହୋଇଥାଏ। ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମାଙ୍କୁ ବାଇସି ପାହାଚ ଅଣାଯାଏ। ଏଠାରେ ଲକ୍ଷ୍ମୀ ନାରାୟଣ କଳି ନୀତି ଅନୁଷ୍ଠିତ ହୋଇଥାଏ। ଏକ ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ଓ ପାରିବାରିକ ରୀତି ଏଥିରୁ ସ୍ପଷ୍ଟ ହୁଏ। ମହାପ୍ରଭୁ ରସଗୋଲା ଦେଇ ମାନ ଭଞ୍ଜନ କରିବା ପରେ ଦ୍ୱାର ଫିଟେ ଏବଂ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରକୁ ବିଜେ କରନ୍ତି। ପତି-ପତ୍ନୀ ଭିତରେ ପ୍ରେମ, ଅଭିମାନ, ମାନ ଭଞ୍ଜନକୁ ଏହା ସ୍ପଷ୍ଟ କରେ। ଏହା ବିଳମ୍ବିତ ରାତିଯାଏ ଚାଲୁଥିଲେ ମଧ୍ୟ ଦେଖିବାକୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ। 

4.⁠Odisha celebrates Rasagola Diwas: ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ବଡ଼ ଦାଣ୍ଡରୁ ରସଗୋଲା ନେଇ ମହାପ୍ରଭୁ ଜଗନ୍ନାଥ ଆସିଥାଆନ୍ତି। ଏହି ଅନନ୍ୟ ପରମ୍ପରାକୁ ପାଳନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ରସଗୋଲା ଦିବସ ପ୍ରତି ନୀଳାଦ୍ରୀ ବିଜେରେ ପାଳନ କରାଯାଇଥାଏ। ଏହି ଦିବସ ଓଡ଼ିଶାର ଅନନ୍ୟ ମିଠା ରସଗୋଲାର ମହତ୍ତ୍ୱ ବୃଦ୍ଧି କରେ। ଅନେକ ଏହି ଦିବସରେ ରସଗୋଲା ଉପହାର ଦିଅନ୍ତି ବା ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରି ବଡ଼ ଦାଣ୍ଡରେ ବାଣ୍ଟି ଥାଆନ୍ତି। 

5.Ratna Bhandar shifted to a temporary one: ନିର୍ଦ୍ଧାରିତ ମାର୍ଗଦର୍ଶିକାରେ ଭି‘ତର ରତ୍ନ ଭଣ୍ଡାର’ରେ ଥିବା ସମସ୍ତ ରତ୍ନ ଓ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି। ଏକ ଅସ୍ଥାୟୀ ରତ୍ନ ଭଣ୍ଡାର ଏଥିଲାଗି ନିର୍ଦ୍ଧାରଣ କରାଯାଇଥିଲା। ଯେଉଁଭଳି ଭାବେ ଭିତର ରତ୍ନ ଭଣ୍ଡାରରେ ୪ଟି ଆଲମିରା ଓ ୩ଟି ସିନ୍ଧୁକରେ ରତ୍ନ ରହିଥିଲା, ଠିକ୍‍ ସେହିଭଳି ଭାବେ ବିକଳ୍ପ ଆଲମିରାରେ ଜିନିଷକୁ ରଖାଯାଇ ତାହାକୁ ସିଲ୍‍ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏହା ଏକ ଗୋପନୀୟ କଥା। ମହାପ୍ରଭୁଙ୍କ ଅଳଙ୍କାର ହୋଇଥିବାରୁ ଏ ବିଷୟରେ ଅଧିକ ବିବରଣୀ ନଦେବାକୁ କମିଟି ସଦସ୍ୟମାନେ ଶ୍ରୀ ଜଗନ୍ନାଥଙ୍କ ପାଖରେ କଥା ଦେଇଥିବା କମିଟି ଅଧ୍ୟକ୍ଷ କହିଛନ୍ତି। 

6.No Tunnel or Secret Chamber Found: ରତ୍ନ ଭଣ୍ଡାରରେ ସାଧାରଣ ଫାଟ ରହିଛି। ପଥର ଖସିଛି । ଏହାର ମରାମତି ଆବଶ୍ୟକ। ହେଲେ ପାଣି ଗଳିବା ପ୍ରସଙ୍ଗ ଭୁଲ୍‍ ବୋଲି କହିଛନ୍ତି ରତ୍ନ ଭଣ୍ଡାର କମିଟି ମୁଖ୍ୟ ଜଷ୍ଟିସ୍‍ ବିଶ୍ୱନାଥ ରଥ।  ସେ କହିଛନ୍ତି, ଏବେ ଦୁଇ ଭଣ୍ଡାର ସିଲ ରହିଛି। ସରକାରଙ୍କୁ କମିଟି ପରବର୍ତ୍ତୀ କାର୍ଯ୍ୟ ପାଇଁ ସୁପାରିସ କରିବ। ଅପରପକ୍ଷେ ରତ୍ନ ଭଣ୍ଡାରରେ ଗୁପ୍ତ କକ୍ଷ ବା ସୁଡ଼ଙ୍ଗ ଥିବା କଥାକୁ ମଧ୍ୟ ଏଡ଼ାଇଛନ୍ତି ଜଷ୍ଟିସ ରଥ। ତଥାପି ଜନମତକୁ ଆଧାର କରି ସରକାରଙ୍କୁ ଏ ବବାଦରେ ଗବେଷଣା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। 

7.BJD calls a meeting of Parliament and Assembly members Meeting ring forthcoming budget sessions: ଉଭୟ ସଂସଦ ଏବଂ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରୀ ଦଳ ପକ୍ଷରୁ ବଜେଟ୍‍ ପ୍ରସ୍ତୁତି ଶେଷ ହୋଇ କ୍ୟାବିନେଟ୍‍ ଅନୁମୋଦନ ହାସଲ ହୋଇଛି। ଅପରପକ୍ଷେ ରାଜ୍ୟରେ ବିରୋଧୀ ଦଳନେତା ଆଜି ଏକଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ସଂସଦୀୟ ଦଳର ନେତାଙ୍କ ଭିତରେ ବୈଠକ ହେବ। ଲୋକସଭାରେ ରାଜ୍ୟରୁ ବିଜେଡିର କୌଣସି ସଦସ୍ୟ ନାହାନ୍ତି କିନ୍ତୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ରହିଛନ୍ତି। ବିରୋଧୀ ଦଳ ଭାବେ ଏହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ କିପରି ସରକାରଙ୍କୁ ଘେରିବେ ତାହାକୁ ନେଇ ଆଲୋଚନା ହେବ। ସେହିପରି ଆସନ୍ତା କାଲି ବିଜେଡି ବିଧାୟକ ଦଳର ଏକ ବୈଠକ ହେବ। ନବୀନ ଏଠାରେ ନିଜର ମତ ରଖିବା କାର୍ଯ୍ୟକ୍ରମ ରହିଛି। 

8.NEET UG result by Saturday : ଶନିବାର ସନ୍ଧ୍ୟା ସୁଦ୍ଧା ନିଟ୍‍-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇବ। ଜାତୀୟ ପରୀକ୍ଷା ଏଜେନ୍ସୀ ( ଏନ୍‍ଟିଏ) ଦ୍ୱାରା ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ବିଭ୍ରାଟ ଘଟିଥିବା ଅ୍ରଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଜୁଲାଇ ୨୦ ମଧ୍ୟାହ୍ନ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇଁ ଏନ୍‍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ପରୀକ୍ଷାଫଳ ସହର ଏବଂ ପରୀକ୍ଷା କେନ୍ଦ୍ର ଅନୁସାରେ ପ୍ରକାଶ ପାଇବ । ଏଥିରେ ଛାତ୍ରଛାତ୍ରୀଙ୍କ ମାର୍କ ପ୍ରକାଶିତ ହେବ କିନ୍ତୁ ପରିଚୟ ଉହ୍ୟ ରହିବ। 

9.⁠BJP executive committee to meet today at puri: ଆଜି ବିଜେପିର ଦୁଇଦିନିଆ ରାଜ୍ୟ ରାଯ୍ୟକାରିଣୀ ଆରମ୍ଭ ହେବ। ପୁରୀଠାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସରକାର ଗଠନ ପରେ ଏହା ହେଉଛି ପ୍ରଥମ କାର୍ଯ୍ୟକାରିଣୀ। ଏଥିରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

10.Cruise in Bhitarkanika to be operational from 1st of August : ଭିତରକନିକାରେ ଆରମ୍ଭ ହେବ କ୍ରୁଜ୍‍ ସେବା। ଅଗଷ୍ଟ ୧ ତାରିଖରୁ ଏହର ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବାକୁ ଯାଉଛି। ଏହି କ୍ରୁଜରେ ପର୍ଯ୍ୟଟକ ଭିତରକନିକା ନଦୀ ଉପରେ ରାତ୍ରୀଯାପନ କରିପାରିବେ। ୪ଟି ହାଉସ୍‍ ବୋଟ୍‍ ଏଥିଲାଗି ପ୍ରସ୍ତୁତ କରାଯାଇଛି। ଏଥିରେ ତିନି ଜଣ ରହିପାରିବେ। ଗୋଟିଏ ହାଉସ୍‍ ବୋଟ୍‍ ଲାଗି ପର୍ଯ୍ୟଟକଙ୍କୁ ରାତି ପିଛା ୨୫ ହଜାର ଟଙ୍କା ଦେବାକୁ ହେବ।