Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2397476

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ରାଜ୍ୟର ପ୍ରତି ପଞ୍ଚାୟତରେ ଚାଉଳ ଏଟିଏମ୍‍ ଖୋଲିବ। ଏହାଦ୍ୱାରା ବିଭିନ୍ନ ଯୋଜନାରେ ଚାଉଳ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଂଶକୁ ସେଠାରୁ ଉଠାଇପାରିବେ। କୌଣସି ଡିଲର ପାଖକୁ ଏଣିକି ଯିବାକୁ ହେବ ନାହିଁ। ଏହାଦ୍ୱାରା ବାଟ ମାରଣା, ଚାଉ, ଓଜନରେ ଠକେଇ ପ୍ରଭୃତିରୁ ଲୋକେ ବଞ୍ଚିବେ। ଏହାବାଦ୍‍ ଭୂତକାର୍ଡଧାରୀଙ୍କୁ ଏହା ରୋକ ଲଗାଇବ େବାଲି ଖଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 
 
2. ରାଜ୍ୟରେ ଡେଙ୍ଗୁ କାୟା ମେଲାଉଥିବା ବେଳେ ଶୁକ୍ରବାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍ କରିଛି । ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  ୨ହଜାର ୪୭୧ରେ ପହଞ୍ଚିଛି । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୫୯୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
 
3. ଆଜି ପୁରୀ ଶ୍ରୀମନ୍ଦିରରେ ରେଖାପଞ୍ଚମୀ ପାଳନ କରାଯାଉଛି। ଏହି ହେତୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମସ୍ତକରେ ରାହୁ ରେଖା ଲାଗି ହେବାର ବିଧି ରହିଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଏହି ନୀତି  ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଆରମ୍ଭ ହେବ। ଏଥିଲାଗି ପ୍ରାୟ ଅପରାହ୍ଣ ୨ ଘଟିକା ସ୍ଥିର କରାଯାଇଛି। ଏହି ସମୟରେ ରାହୁରେଖା ଲାଗି କରାଯିବ। ଏହା ପ୍ରାୟ ୪ ଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ଏଣୁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ।  
 
4. ଆଜି ରାଜ୍ୟର ପ୍ରାୟ ୨୬ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୨୬ ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଲାମାନଙ୍କରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବ ବୋଲି  ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
 
5. ସାଗର ମଧ୍ୟରେ ପୋତ ତଥା କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ଭାରତକୁ ସ୍ୱଥନ୍ତ୍ର ଯୁଦ୍ଧାସ୍ତ୍ର ‘ସୋନବୟଜ୍‍’ ବିକ୍ରି କରିବ ଆମେରିକା। ଏଥିଲାଗି ୫୨.୮ ମିଲିୟନ ଡଲାରର ଏକ ବିକ୍ରି ଦଲିଲକୁ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରଟାରୀ ଅଫ୍‍ ଷ୍ଟଟ୍‍ ଆଣ୍ଟୋନୀ ବ୍ଲିଙ୍କେନ୍‍ ଅନୁମୋଦନ କରିଛନ୍ତି। ଏହି ବିକ୍ରି ଚୁକ୍ିନାମା ଭାରତ-ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଇଛି। 
 
6. ପ୍ରଧାନମନ୍ତ୍ରୀ ମୋଦୀ ନିରପେକ୍ଷ ପକ୍ଷରେ ନୁହେଁ ବରଂ ଶାନ୍ତି ପକ୍ଷରେ ବୋଲି କହିଛନ୍ତି। ଅପରପକ୍ଷେ ଆମେରିକା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପ୍ରଶଂସା କରି କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତିଙ୍କ ଦର୍ଶନ ଓ ଚିନ୍ତାଧାରା ଅନୁସାରେ ଏ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ଭାରତର ଅବଦାନ ଯଥେଷ୍ଟ ରହିବ। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ। 
 
7. ୨୦୨୭ରେ ଭାରତ ପୁଣିଥରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ସମୟରେ ଚନ୍ଦ୍ର ପୃ୍ଠରୁ ମାଟି ଏବଂ ପଥର ନମୁନା ନେଇ ଫେରିବ। ଏହାକୁ ଚନ୍ଦ୍ରଯାନ ୪ ମିଶନ ଭାବେ ନାମିତ କରାଯାଇଛି। ଏଥିନେଇ ଡିଜାଇନ୍‍ ପ୍ରସ୍ତୁତି ଶଷ ହୋଇଛି। ଏହାର ଏକ ଡିକାଇନକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ। 
 
8. ଆଜି ଛତିଶଗଡ଼ର ରାୟପୁରଠାରେ ବସିବାକୁ ଯାଉଛି ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା ବୈଠକ। ଏଥିରେ ଛତିଶଗଡ଼ ସମେତ ନକ୍ସଲ ଅଧ୍ୟୁଷିତ ଆନ୍ଧ୍ର, ଝାଡ଼ଖଣ୍ଡ, କେରଳ, ମଧ୍ୟପ୍ରଦେଶମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ ଅମିତ ଶାହ। ବିଗତ ବର୍ଷଗୁଡ଼ିକରେ ନକ୍ସଲ କାର୍ଯ୍ୟକଳାବ, ଏହାର ମୁକାବିଲା ସହ ମୁକାବିଲା ପାଇଁ ଆବଶ୍ୟକ ହତିଆର, ଭିତ୍ତିଭୂମି ବାବବଦରେ ଏଠାରେ ଚର୍ଚ୍ଚା ହେବ। 
 
9. ଆନ୍ତର୍ଜାତିକ କ୍ରିକେଟ କାଉନ୍ସିଲ୍‍ର ଅଧ୍ୟକ୍ଷ ହେବେ କି ଜୟ ଶାହ। ୧୬ ଜଣିଆ ପରିଷଦରୁ ୧୫ଜଣଙ୍କ ସମର୍ଥନ ଜୟ ଶାହଙ୍କ ପକ୍ଷରେ ରହିଛି। କିନ୍ତୁ ସେ ଏହି ଆନ୍ତର୍ଜାତିକ ପରିଷଦରେ ରହିବାକୁ ପସନ୍ଦ କରିବେ କି ନା ତାହା ଏବେ ପ୍ରଶ୍ତନ ଭିତରେ ରହିଛି। ଏଥିପାଇଁ ତାଙ୍କ ହାତରେ ୭୨ ଘଣ୍ଟା ସମୟ ରହିଛି। ଅପରପକ୍ଷେ ଯଦି ସେ ଆଇସସିର ଅଧ୍ୟକ୍ଷ ହେବା ପାଇଁ ଯାଆନ୍ତି ତେବେ  ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦ ବା ବିସିସିଆଇର  ପରବର୍ତ୍ତୀ ସମ୍ପାଦକ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ସମ୍ପଦକ ଭାବେ ତାଙ୍କ କାର୍ଯ୍ୟକାଳ ଆହୁରି ୧ ବର୍ଷ ବାକି ରହିଛି। 
 
10. ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ପ୍ରତିଭୂତି ନିୟନ୍ତ୍ରଣ ବୋର୍ଡ ସେବି। ଏହା ସହ ୨୫ କୋଟି ଜରିମାନା ମଧ୍ୟ ଲାଗୁ କରିଛନ୍ତି। ତାଙ୍କ ସହ ୨୪ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। କମ୍ପାନୀ ପାଣ୍ଠି ପରିଚାଳନାରେ ଅନିୟମିତତାଯୋଗୁ ତାଙ୍କୁ ପ୍ରତିଭୂତି ବଜାରରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି।